ETV Bharat / politics

ଓଡ଼ିଶାରୁ ଫେରିଲେ ଶିବରାଜ: ଦଳିତଙ୍କ ଘରେ ଖାଇଲେ, ମା' ଶାରଳାଙ୍କ ଦର୍ଶନ କଲେ

Shivraj Singh Chouhan's Odisha Visit: ଓଡ଼ିଶା ଗସ୍ତରେ ଆସିଥିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ଜଗତସିଂହପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 14, 2024, 7:15 AM IST

Shivraj Singh Chouhan
Shivraj Singh Chouhan
Shivraj Singh Chouhan

ଜଗତସିଂହପୁର: ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତ ସାରି ଫେରିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ଓଡ଼ିଶାରେ ସରକାର ଗଢିବାକୁ ଦମ୍ଭୋକ୍ତି ଦେଖାଇଲେ ଶିବରାଜ । ନିର୍ଦ୍ଧାରିତ ସମୟ ମଙ୍ଗଳବାର ଦିନ 2ଟା ଥିବାବେଳେ 1 ଘଣ୍ଟା ବିଳମ୍ବରେ ସେ ଭୁବନେଶ୍ୱରରୁ ଜଗତସିଂହପୁର ଅଭିମୁଖେ ଆସିଥିଲେ । ବିରିଡି ବ୍ଲକ ଜଇସୋଳ ନିକଟରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେଠାରେ ଏକ ଅନୁସୂଚିତ ଜାତିର ବ୍ୟକ୍ତିଙ୍କ ଘରେ ଶିବରାଜ ମଧ୍ୟାହ୍ନ ଭୋଜନ କରିଥିଲେ । ଭୋଜନ ସମୟରେ ଶିବରାଜ ସିଂଙ୍କୁ ଓଡ଼ିଆ ଖାଦ୍ୟ ପରିବେଷଣ କରାଯାଇଥିଲା । ଓଡ଼ିଆ ଖାଦ୍ୟ ଭାବରେ ତାଙ୍କୁ ଅରୁଆ ଭାତ, ଡାଲମା, ଭଜା, ଶାଗ, ଦହି ବାଇଗଣ, ଖଟା ଆଦି ପରଷା ଯାଇଥିଲା । ସେଠାରୁ ଖାଦ୍ୟ ଗ୍ରହଣ କରିବା ପରେ ଶିବରାଜଙ୍କୁ ବିଜେପିର କର୍ମକର୍ତ୍ତାମାନେ ବିରାଟ ବାଇକ ଶୋଭାଯାତ୍ରାରେ ଜଗତସିଂହପୁର ସହର ପର୍ଯ୍ୟନ୍ତ ଆଣିଥିଲେ ।

7ଟି ନିର୍ବାଚନ ମଣ୍ଡଳୀରୁ ଆସିଥିବା ହଜାର ହଜାର ଯୁବକ ଶୋଭାଯାତ୍ରାରେ ବାହାରି ଜଗତସିଂହପୁରର ଗଣତନ୍ତ୍ର ଛକ ପଡ଼ିଆରେ ପହଞ୍ଚିଥିଲେ । ସେହି ସ୍ଥାନରେ ବିଜେପି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟ କରାଯାଇଥିଲା । ସେଠାରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବା ପରେ ସନ୍ଧ୍ୟା 5ଟା ସମୟରେ ସେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ଦର୍ଶନ ପାଇଁ ଝଙ୍କଡ଼ରେ ପହଞ୍ଚିଥିଲେ । ସନ୍ଧ୍ୟା 6ଟା ସମୟରେ ଶିବରାଜ ମା' ଶାରଳାଙ୍କ ଦର୍ଶନ କରିବା ସହିତ ଦୀପଦାନ କରିଥିଲେ । ପରେ ମନ୍ଦିର ଭିତରକୁ ଯାଇ ପୂଜାର୍ଚ୍ଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ଓଡିଶାରେ ଜଙ୍ଗଲରାଜ ଚାଲିଛି, ହଟାଇବାକୁ ପଡିବ: ଶିବରାଜ ସିଂ ଚୌହ୍ବାନ

ଏହା ମଧ୍ୟ ପଢନ୍ତୁ...ଗଞ୍ଜାମ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଏକାଧିକ ପ୍ରକଳ୍ପର ହେବ ଉଦଘାଟନ ଓ ଶିଳାନ୍ୟାସ

ଶିବରାଜ ସିଂ ଚୌହ୍ୱାନଙ୍କ ସହିତ ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ, ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ବିଜେପି ନେତା ସମ୍ପଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ । ଶିବରାଜ ସିଂ ଚୌହାନ ମା'ଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଥିବା ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଜଗତସିଂହପୁର ଜିଲ୍ଲାକୁ ଆସି ମୁଁ ଅତ୍ୟନ୍ତ ଖୁସି । ଜଗତସିଂହପୁର ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀଙ୍କ ମାଟି, ଏହି ମାଟିରେ ମା' ସରସ୍ଵତୀଙ୍କ ନିବାସ ରହିଛି । ତେଣୁ ଏହି ପବିତ୍ର ମାଟିକୁ ମୁଁ ବାରମ୍ବାର ପ୍ରଣାମ କରୁଛି । ପରେ ସେ ଜଗତସିଂହପୁର ସହରକୁ ପୁଣିଥରେ ଫେରିଥିଲେ । ଜଗତସିଂହପୁରରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଶିବରାଜ ସିଂ ଭୁବନେଶ୍ୱର ଫେରିବା ପରେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.