ETV Bharat / politics

Odisha Assembly: ବିଧାନସଭାରେ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗ ଉଠାଇଲେ ନବୀନ, ପଚାରିଲେ ବଡ଼ ଅଧିକାରୀଙ୍କ ପୁଅ କଣ ଦଣ୍ଡ ପାଇବେନି ? କାଉଣ୍ଟର କଲେ ମୋହନ - Naveen Attack On BJP GOVT

author img

By ETV Bharat Odisha Team

Published : Aug 31, 2024, 10:00 PM IST

Updated : Aug 31, 2024, 10:10 PM IST

Naveen Attack On BJP GOVT: ଆକ୍ରମଣାତ୍ମକ ମୁଦ୍ରାରେ ନବୀନ ପଟ୍ଟନାୟକ । ଆଜି ବିଭିନ୍ନ ପ୍ରସଙ୍ଗରେ ଗୃହରେ ରାଜ୍ୟ ସରକାରଙ୍କୁ ସମାଲୋଚନା ସହ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ । ସେପଟେ ନବୀନ ପ୍ରଶ୍ନର କଡା ଜବାବ ରଖିଛନ୍ତି ମୋହନ ମାଝୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

NAVEEN
NAVEEN (ETV Bharat Odisha)

ଭୁବନେଶ୍ବର: ଆଟାକିଂ ମୋଡରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବିଧାନସଭା ସରଗରମ ଥିବାବେଳେ ବିଭିନ୍ନ ପ୍ରସଙ୍ଗରେ ମୋହନ ସରକାରଙ୍କୁ ଘେରିଛନ୍ତି ନବୀନ ପଟ୍ଟନାୟକ । ସ୍ବରାଷ୍ଟ୍ର ବିଭାଗ ଖର୍ଚ୍ଚ ଦାବି ଆଲୋଚନା ସମୟରେ ରାଜ୍ୟରେ ସାମାଜିକ ବିଶୃଙ୍ଖଳା ପ୍ରସଙ୍ଗ ଉଠାଇ ମୋହନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସାମ୍ପ୍ରଦାୟିକ ହିଂସାଠୁ ନେଇ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣାରେ ସରକାରଙ୍କୁ ପଚାରିଛନ୍ତି ପ୍ରଶ୍ନ ପରେ ପ୍ରଶ୍ନ । ସେପଟେ ଏହାର କଡା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Odisha Assembly (ETV Bharat Odisha)

ଅନେକ ସ୍ଥାନରେ ଘଟିଛି ସାମ୍ପ୍ରଦାୟିକ ହିଂସା:

ନବୀନ କହିଛନ୍ତି, ଓଡିଶା ଶାନ୍ତି ପାଇଁ ପରିଚିତ । କିଛି ଦିନ ମଧ୍ୟରେ ବାଲେଶ୍ଵର ସମେତ ଅନେକ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ଘଟିଛି । ଖୋର୍ଦ୍ଧାରେ ବି ହତ୍ୟାକାଣ୍ଡ ଘଟିଲା । ଶାନ୍ତି ପାଇଁ ରାଜ୍ୟକୁ ଲୋକେ ଜାଣୁଥିବା ବେଳେ ଏହାକୁ ବଜାୟ ରଖିବା ଦରକାର ।

ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗ ଉଠାଇଲେ:

ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ASOଙ୍କୁ ମାଡ ମାରିବା ପ୍ରସଙ୍ଗ ଗୃହରେ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ‘ରାଜ୍ୟପାଳ,ମନ୍ତ୍ରୀ, ବିଧାୟକଙ୍କ ପୁଅ କଣ ଆଇନରୁ ଊର୍ଦ୍ଧ୍ବରେ କି ? ରାଜ୍ୟପାଳ, ମନ୍ତ୍ରୀ, ବିଧାୟକଙ୍କ ପୁଅ କଣ ଆଇନ ଉପରେ କି ? ମୋ ସରକାର ସମୟରେ ଆଇନ ତା ବାଟରେ ଯାଉଥିଲା । ରାଜ୍ୟ ସରକାର ଏହାର ସ୍ପଷ୍ଟୀକରଣ ରଖିବା ଦରକାର ।’

ଆଡପ ପହଣ୍ଡି ଅଘଟଣ ପ୍ରସଙ୍ଗ ଉଠାଇଲେ ନବୀନ:

ରଥଯାତ୍ରା ସମୟରେ ବଡଠାକୁର ବଳଭଦ୍ର ପହଣ୍ଡି ବେଳେ ଖସି ପଡିବାକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ । ନବୀନ କହିଛନ୍ତି, ରଥଯାତ୍ରାରେ ଅବ୍ୟବସ୍ଥା ଯୋଗୁଁ ମହାପ୍ରଭୁ ବଳଭଦ୍ର ତଳେ ପଡିଗଲେ । ଯାହା କୋଟି କୋଟି ଓଡିଆଙ୍କୁ ଆଘାତ ଦେଇଛି । ଏହି ଘଟଣାର ତଦନ୍ତ ରିପୋର୍ଟ ନ ଆସିବା ଦୁଃଖଦ ବିଷୟ ।

ଏଥିସହ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ଅତ୍ୟନ୍ତ ଗୁରୁତର ଏବଂ ଚିନ୍ତାଜନକ। ଏହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ନବୀନ କହିଛନ୍ତି ।

କାଉଣ୍ଟର କଲେ ମୋହନ:

ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଖର୍ଚ୍ଚ ଦାବି ସମୟରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମନ୍ତବ୍ୟ । ସାଧାରଣ ଅଭିଯୋଗ ଶୁଣାଣିର ବିକୃତ ବ୍ୟବସ୍ଥା ସୃଷ୍ଟି କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ । CM ଲୋକଙ୍କ ପାଖକୁ ନ ଯାଇ CMO ପଠାଇବା ଦୁର୍ଭାଗ୍ୟଜନକ। ପୂର୍ବ ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଅଭିଯୋଗ ଶୁଣାଣି ପାଇଁ ପଠାଇବା ଏକ ବିକୃତ ବ୍ୟବସ୍ଥା ଥିଲା । ନିଜର ଜଣେ ଅଫିସରଙ୍କୁ ପଠେଇ ଅଭିଯୋଗ ଶୁଣାଣି କରୁଥିଲେ । ନିଜେ କେବେ ବି ଲୋକଙ୍କ ଗୁହାରି ଶୁଣୁ ନଥିଲେ । ଯାହା ଏକ ବିକୃତ ବ୍ୟବସ୍ଥା ଥିଲା । ଆମ ସରକାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ କୁ ପୁଣି ଥରେ ଚଳଚଞ୍ଚଳ କରିଛନ୍ତି। ମୁଁ ବର୍ତ୍ତମାନ ସୁଦ୍ଧା ୫୬୦୦ ଅଭିଯୋଗ ଶୁଣିଛି । ୨୩ ପ୍ରତିଶତ ସମାଧାନ କରିଛି । ଆଗକୁ ଏହାକୁ ୫୦ ପ୍ରତିଶତ ରୁ ଅଧିକ କରାଯିବ । ପ୍ରଥମ ଦିନ ଅଭିଯୋଗ ଶୁଣାଣି ଦିନ ଆମେ ମଧ୍ୟାହ୍ନ ଭୋଜନ ସନ୍ଧ୍ୟା ୫ ଟାରେ କରିଛୁ । ଯେଉଁ ସରକାରୀ ପଦବୀ ଖାଲି ପଡ଼ିଛି ତାକୁ ପୂରଣ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ୧ ଲକ୍ଷ ୩୨ ହଜାର ୩୬୫ ସରକାରୀ ପଦବୀ ଆଗାମୀ ଦିନରେ ପୂରଣ କରିବେ ଆମ ସରକାର । MLA କଲୋନିରେ ବିଧାୟକଙ୍କ କ୍ବାଟରର ଉନ୍ନତି କରଣ ପାଇଁ ଲକ୍ଷେ ଟଙ୍କା ବଦଳରେ ୧୦ ଲକ୍ଷ ଦେବାକୁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି । ଆମ ସରକାର ସମୟରେ ୪୯ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଆୟ ବହିର୍ଭୂତ ସମ୍ପତି ଠାବ କରିଛି ଭିଜିଲାନ୍ସ ବିଭାଗ । ବିରୋଧୀ ଦଳ ନେତା ମଦ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୁଁ କହିବି ତାଙ୍କ ସରକାର ମଦକୁ ପ୍ରୋତ୍ସାହନ ଓ ପ୍ରଶୟ ଦେଇଥିଲେ । ବାଲେଶ୍ଵର ସାମ୍ପ୍ରଦାୟିକ ହିଂସାକୁ ଆମେ ସମ୍ପୂର୍ଣ୍ଣ ସଫଳତାର ସହ ସମାଧାନ କରିଛୁ। ଖୋର୍ଦ୍ଧା ଘଟଣାକୁ ସାମ୍ପ୍ରଦାୟିକ କହିବା ବଡ଼ ନିନ୍ଦନୀୟ କଥା । ଦୁଇ ପରିବାର କଳି କେବେ ସାମ୍ପ୍ରଦାୟିକ ହିଂସା ନୁହେଁ ।

ଏହା ମଧ୍ୟ ପଢନ୍ତୁ: Odisha Assembly: ନିମ୍ନମାନର ଛତୁଆ ନେଇ ଗୃହରେ ଉଦବେଗ, ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ, ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି

ମଦ ମତ୍ୟୁ ଏକ ଛୋଟ ଘଟଣା:

ନବୀନ ଚିକିଟି ମଦ ମତ୍ୟୁ ଘଟଣାକୁ ଚିନ୍ତାଜନକ ବିଷୟ ପାଲିଟିଥିବା କହିବା ସହ ବେଆଇନ ମଦ କାରବାର ବନ୍ଦ ହେବା ଦରକାର ବୋଲି କହିଥିଲେ । ଏହାର ଉତ୍ତରରେ ମୋହନ ମାଝୀ କହିଥିଲେ ଚିକିଟି ମଦମୃତ୍ୟୁ ଘଟଣା ଏକ ଛୋଟ ଘଟଣା ।

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ମୋଟା ମୋଟି ଠିକ ଅଛି:

ସେହିପରି ମୋହନ ମାଝୀ ଆହୁରି ମଧ୍ୟ କହିଥିଲେ,'' ବିରୋଧୀ ଦଳ ନେତା ପ୍ରଶ୍ନ କରି ମୋ ଠୁ ଉତ୍ତର ଚାହିଁଛନ୍ତି କିନ୍ତୁ ଶୁଣିବା ପାଇଁ ଗୃହରେ ଉପସ୍ଥିତ ନାହାନ୍ତି । ବୋଧ ହୁଏ ବିଧାନସଭାଠୁ ତାଙ୍କର ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କାମ ଥିବ । ସେଥିପାଇଁ ସେ ଗୃହରେ ଉପସ୍ଥିତ ନାହାନ୍ତି ତାଙ୍କ ପ୍ରଶ୍ନର ଉତ୍ତର ଶୁଣିବା ପାଇଁ । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ମୋଟାମୋଟି ଠିକ ଅଛି ଏବଂ ଶାନ୍ତି ବଜାୟ ରହିଛି । ନିକଟରେ ମହାପ୍ରଭୁଙ୍କ ରଥଯାତ୍ରା ଶାନ୍ତି ଶୃଙ୍ଖଳାରେ ସମାହିତ ହୋଇଛି । ନୂଆ ସରକାରକୁ ଆଜି ୮୧ ଦିନ ହୋଇଛି । ଏହି ୮୧ ଦିନ ଭିତରେ ରାଜ୍ୟର ଅପରାଧିକ ସ୍ଥିତି ନେଇ ମୁଁ ଦୁଇ ରୁ ତିନି ଥର ସମୀକ୍ଷା କରି ସାରିଛି। ''

ଖୁବଶୀଘ୍ର ସ୍ୱତନ୍ତ୍ର ଅଦାଲତ ହେବ:

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, '' ପୂର୍ବତନ ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳାକୁ କେବେବି ଧ୍ୟାନ ଦେଇ ନାହାନ୍ତି । ସବୁ ପାରାମିଟରରେ ଆମେ ଆଗରେ ରହିଛୁ । ଯାହା ତଥ୍ୟ କହୁଛି ରାଜ୍ୟରେ ଅପରାଧ ଲଗାତାର ଭାବେ ବଢିଛି । ପୂର୍ବ ସରକାର ସମୟରେ ଅପରାଧୀଙ୍କ ମନରେ ଡ଼ର କି ଭୟ ନଥିଲା । ମୁଁ ଏହା କହୁନି NCRB ରିପୋର୍ଟ ଏ କଥା କହୁଛି । ଦଣ୍ଡ ବିଧାନ ହାର ଏତେ କମ ରହିବା ଆମ ପାଇଁ ଲଜ୍ଜା ଜନକ । ବିଗତ ସରକାର ଏଥିପାଇଁ ସମ୍ପୂର୍ଣ୍ଣ ଉତ୍ତରଦାୟୀ । ଆମ ପୋଲିସ ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ସମ୍ପୂର୍ଣ୍ଣ ସମର୍ଥ । କିନ୍ତୁ ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ପୋଲିସକୁ ତା କାମ କରିବାକୁ ଦିଆଯାଉନଥିଲା । ଆମ ସରକାର ମମାଲର ତୁରନ୍ତ ଫଇସଲା କରିବା ଲାଗି ଖୁବଶୀଘ୍ର ସ୍ୱତନ୍ତ୍ର ଅଦାଲତ କରିବାକୁ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ''

ବିଧାନସଭାରୁ ଅପରାଧୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ:

ମୁଖ୍ୟମନ୍ତ୍ରୀ କହିଥିଲେ, '' ଅପରାଧୀ ଙ୍କୁ ମୁଁ କହୁଛି ସୁଧୀରି ଯାଅ । ନଚେତ ସୁଧାରିବା ପାଇଁ ଆମ ସରକାର ବିକଳ୍ପ ବ୍ୟବସ୍ଥା ସହ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପୂର୍ବ ସରକାର ରେ ଅପରାଧୀଙ୍କୁ ମିଳିଥିବା ଲାଇସେନ୍ସ ବାତିଲ ହୋଇସାରିଛି । ନୂଆ ଲାଇସେନ୍ସ ମିଳିବାର ସୁଯୋଗ ବି ନାହିଁ । ''

ମୋହନ ମାଝୀ ଆହୁରି ମଧ୍ୟ କହିଥିଲେ, '' ରାଜ୍ୟ ସରକାର ମହିଳା ହିଂସା ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି । ଏଥି ରେ ଅବହେଳା ହେଲେ ଆମ ସରକାର କ୍ଷମା ଦେବେନି । ପୋଲିସ ବିଭାଗର ସାଇବର ସେଲ କୁ ସୁଦୃଢ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତି ବଦ୍ଧ । ୧୦୦ ଦିନ ମଧ୍ୟରେ ୩ ହଜାର ପୋଲିସ ପଦବୀ ପୂରଣ ପାଇଁ ଆମ ସରକାର ନିଷ୍ପତ୍ତି ନେଇ ତାହା କରିବାକୁ ଯାଉଛନ୍ତି* । ଶ୍ରୀମନ୍ଦିର ସୁରକ୍ଷା ପାଇଁ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ପ୍ରତିଷ୍ଠା କରାଯିବ । ଓଡ଼ିଶାର ବାଲେଶ୍ଵର, କେନ୍ଦ୍ରାପଡା, ଭଦ୍ରକ , ଜଗତସିଂହପୁର ଓ ମୟୁରଭଞ୍ଜ ଭଳି ଜିଲ୍ଲା କୁ ଜଳ ପଥ ରେ ବାଙ୍ଗଳାଦେଶ ରୁ ଅନୁପ୍ରବେଶ କରୁଥିବା ଲୋକଙ୍କ ରିପୋର୍ଟ ଦେବା ଲାଗି ମୁଁ ନିର୍ଦ୍ଦେଶ ଦେଇଛି । ୨୪ ପେଟ୍ରୋଲିଂ ଯୋଗୁ ଆମେ ଅନୁପ୍ରବେଶ କୁ ରୋକି ପରିଛୁ । ଅପରାଧକୁ ରୋକିବା ଲାଗି ଆମ ସରକାର ନିଷ୍ପତ୍ତି ନେଇଛନ୍ତି । ପୋଲିସ ଅଧିକାରୀଙ୍କୁ ନୂଆ ଟେକ୍ନୋଲୋଜି ଯୋଗାଇ ଦିଆଯିବ । ପୋଲିସକୁ ୯ ହଜାରରୁ ଉର୍ଦ୍ଧ୍ବ ମୋଟର ସାଇକେଲ ଆମେ ଯୋଗେଇ ଦେବାକୁ ଆମେ ନିଷ୍ପତ୍ତି ନେଇଛୁ । ପ୍ରତି ଥାନାକୁ ମିଳିବ ୭ ମଟୋର ସାଇକେଲ । ପୋଲିସ ଚଢୁଥିବା ବୋଲେରୋ କୁ ବାଦ ଦେଇ ଉନ୍ନତମାନର ଚାରି ଚକିଆ ହାଇସ୍ପିଡ଼ ଯାନ ଯୋଗାଇ ଦିଆଯିବ । ୨୨୯୮ ଗୃହ ରକ୍ଷୀ ପଦବୀ ପୂରଣ ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି । ଗୃହରକ୍ଷୀ ସହିଦ ହେଲେ ତାଙ୍କ ପରିବାରକୁ ଆର୍ଥିକ ଅନୁଦାନ ସହ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଆମ ସରକାର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 31, 2024, 10:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.