ETV Bharat / politics

କେନ୍ଦ୍ରାପଡ଼ା ଗଡ ବଜାୟ ଲକ୍ଷ୍ୟରେ ବିଜେଡିର ବୈଠକ - BJD Meeting

author img

By ETV Bharat Odisha Team

Published : Apr 26, 2024, 6:59 AM IST

BJD Meeting: ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଛି ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । କେନ୍ଦ୍ରାପଡ଼ାରେ ଗଡ଼ ମଜବୁତ କରିବାକୁ ବିଜେଡି ପ୍ରସ୍ତୁତ କରିଛି ରଣନୀତି । ଅଧିକ ପଢନ୍ତୁ

BJD Meeting
BJD Meeting
BJD Meeting

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ଜନତା ଦଳର ଗଡ଼ ଭାବେ ପରିଚିତ । ପ୍ରତ୍ୟକ ଥର ଭଳି ଏଥର ବି ଗଡ଼ ଜିତିବାକୁ କସରତ ଚଳାଇଛି ବିଜେଡି। ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନରେ ଆଜି ଅନୁଷ୍ଠିତ ହୋଇଛି ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି, ପାଟକୁରା ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟକୁରା ଓ ମାର୍ଶାଘାଇ ବ୍ଲକର ଦଳର ତୁଙ୍ଗ ନେତା ବୈଠକରେ ସାମିଲ ହୋଇଥିଲେ । ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ବିଜେଡିରେ ସାମିଲ ହୋଇ ଟିକଟ ନେବା ପରେ ଅଞ୍ଚଳରେ ଦଳୀୟ କନ୍ଦଳ ଦେଖିବାକୁ ମିଳିଛି । ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପରିବାରରୁ କାହାକୁ ଏଥର ଟିକଟ ମିଳିନଥିବାରୁ ଦଳୀୟ କନ୍ଦଳ ଥିବା ଚର୍ଚ୍ଚା ହେଉଛି। ତେଣୁ ଏହାକୁ ସମ୍ପୂର୍ଣ୍ଣ ପ୍ରଶମିତ କାରିବାକୁ ଦଳ ମାନସ ମନ୍ଥନ କରିଛି । ଦଳ କିପରି ଏଠାରେ ବଡ଼ ବ୍ୟବଧାନରେ ବିଜୟ ଓ ଦଳର ସଂସଦୀୟ ପ୍ରାର୍ଥୀଙ୍କୁ ଅଧିକ ଭୋଟ ମିଳିବ ରଣନୀତି ହୋଇଥିବା କୁହାଯାଉଛି ।

ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା । ସେ କହିଛନ୍ତି, "କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ପାଟକୁରା ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପତ୍ର, ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ଜିଲ୍ଲାର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ଆମେ ସମସ୍ତେ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲୁ । ଲୋକଙ୍କ ଲାଗି 24 ଘଣ୍ଟା କାମ କରୁଥିବା ନବୀନ ପଟ୍ଟନାୟକଙ୍କୁ ସାହାଯ୍ୟ କରିବା ପାଇଁ ଆମେ ଯୋଜନା କରିଛୁ । ଏଠାରୁ ବିଜେଡି ଅଧିକରୁ ଅଧିକ ଭୋଟରେ କିପରି ଜିତିପାରିବ ଚେଷ୍ଟା କରିବୁ । କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର 7 ବିଧାନସଭା ଆସନରେ ବିଜେଡି ଜିତିବ । ରେକର୍ଡ ସଂଖ୍ୟକ ଭୋଟରେ ଜିତିବେ ବିଜେଡି ପ୍ରାର୍ଥୀ । ବିଜେଡିର ସଂସଦୀୟ ପ୍ରାର୍ଥୀ ଅଂଶୁମାନ ମହାନ୍ତି ବିଗତ ନିର୍ବାଚନଠାରୁ ବହୁତ ଅଧିକ ବ୍ୟବଧାନରେ ଜିତିବେ । ଗତ ଥର ଦେଢ଼ ଲକ୍ଷ ଥିଲା ଏଥର ଅଢେଇ ଲକ୍ଷ ବ୍ୟବଧାନରେ ଜିତିବୁ ।"

ଏହା ବି ପଢନ୍ତୁ...ଦେବଗଡ଼ର ସର୍ବାଙ୍ଗୀନ ବିକାଶ ପାଇଁ ବିଜେଡି ପ୍ରତିଶ୍ରୁତିବଦ୍ଧ: ପ୍ରଣବ ପ୍ରକାଶ - Lok Sabha Election 2024

"କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ 7 ବିଧାନସଭାରେ ବୃହତ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ବିଜୟ ହେବେ", ବୋଲି ଏମିତି ଦମ୍ଭୋକ୍ତି ଦେଖାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା । ସେହିପରି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, କେନ୍ଦ୍ରାପଡା ଜିଲ୍ଲା ବିଜୁ ପଟ୍ଟନାୟକଙ୍କ ଦୁର୍ଗ । ଜନତା ଦଳ ପରେ ବିଜୁ ଜନତା ଦଳର ଜିତାପଟ୍ଟ ଜାରି ରହିଛି । ବିଜୁ ବାବୁଙ୍କ ସମୟରୁ ଏହି ପ୍ରକ୍ରିୟା ଜାରି ରହିଛି । ଗତ ନିର୍ବାଚନରେ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଓ 7 ବିଧାନସଭା ପ୍ରାର୍ଥୀ ବିଜୟ ହୋଇଥିଲେ । 2024ରେ ଏହା ରିପିଟ୍ ହେବ।"

ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଗତି ଧାରାରେ ପ୍ରଭାବିତ ହୋଇ ଜିଲ୍ଲା ଲୋକେ ବିକାଶ ସହିତ ଅଛନ୍ତି । କେନ୍ଦ୍ରାପଡାବାସୀ ବେଶ ସଚେତନ । ଯିଏ ସୁଖ ଦୁଃଖର ସାଥୀ, କେନ୍ଦ୍ରାପଡ଼ାର ବିକାଶ କରୁଛି ତାଙ୍କ ସହିତ ରହିବେ ।" ସେହିପରି ପାଟକୁରାର ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର କହିଛନ୍ତି , "ଲୋକେ ଭଲରେ ଗ୍ରହଣ କରୁଛନ୍ତି । ମୋତେ ଭଲ ବ୍ୟବହାର ମିଳୁଛି । ସମସ୍ତେ ମୋତେ ଅପଣାଇ ନେଇଛନ୍ତି । କୌଣସି ବ୍ୟକ୍ତି ବିଶେଷ ଓ ଗୋଷ୍ଠୀଙ୍କ ଠାରୁ ବିରୋଧର ସମ୍ମୁଖୀନ ହୋଇନାହିଁ । ଆଶା ରହିଛି ଯେ, ଭୋଟରେ ଏହା ନିଶ୍ଚୟ ପରିଣତ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.