ETV Bharat / politics

ଲୋକସଭା ନିର୍ବାଚନ: 16 ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି, ମୈନପୁରୀରୁ ଲଢିବେ ଡିମ୍ପଲ - SP announces candidates for LS poll

Lok Sabha Polls: ଲୋକସଭା ନିର୍ବାଚନ ପାଇଁ 16 ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି । ମୈନପୁରୀରୁ ଲଢିବେ ଡିମ୍ପଲ ଯାଦବ । ଅଧିକ ପଢନ୍ତୁ

ଲୋକସଭା ନିର୍ବାଚନ: 16 ପ୍ରାର୍ଥୀ ଘୋଷଣା କଲା ସପା, ମୈନପୁରୀରୁ ଲଢିବେ ଡିମ୍ପଲ

author img

By ETV Bharat Odisha Team

Published : Jan 30, 2024, 8:45 PM IST

ଲକ୍ଷ୍ନୌ: 2024 ସାଧାରଣ ନିର୍ବାଚନ ପାଇଁ ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ଦଳଙ୍କ ମଧ୍ୟରେ ଆସନ ବୁଝାମଣା କନ୍ଦଳ ଜାରି ରହିଥିବା ବେଳେ ଆଜି ପ୍ରଥମ ସହଯୋଗୀ ଦଳ ଭାବେ ସମାଜବାଦୀ ପାର୍ଟି 16 ଆସନରେ ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପାରମ୍ପରିକ ଆସନ ମୈନପୁରୀରୁ ବୋହୂ ଡିମ୍ପଲ ଯାଦବଙ୍କୁ ଦଳ ଲଢେଇବାକୁ ଯାଉଛି । ଶ୍ବଶୁରଙ୍କ ଦେହାନ୍ତ ପରେ ଡିମ୍ପଲ ଉପନିର୍ବାଚନ ଜିତି ସେହିପରି ଅନ୍ୟ ପ୍ରମୁଖ ଆସନ ମଧ୍ୟରେ ରାଜଧାନୀ ଲକ୍ଷ୍ନୌ ସଂସଦୀୟ କ୍ଷେତ୍ରରୁ ରବିଦାସ ମେହେରୋତ୍ରା ଓ ସମ୍ଭଲରୁ ଶଫିକୁର ରେହେମାନ ବର୍କଙ୍କୁ ଦଳ ନିର୍ବାଚନୀ ମୈଦାକୁ ଓହ୍ଲାଇଛି ।

  • Samajwadi Party (SP) announces the names of 16 candidates for the upcoming Lok Sabha elections 2024.

    Dimple Yadav to contest from Mainpuri, Shafiqur Rahman Barq from Sambhal and Ravidas Mehrotra from Lucknow. pic.twitter.com/sEmTuO84Nw

    — ANI (@ANI) January 30, 2024 " class="align-text-top noRightClick twitterSection" data=" ">

ତେବେ ମୁଲାୟମଙ୍କ ଦେହାନ୍ତ ପରେ 2022 ଡିସେମ୍ବରରେ ହୋଇଥିବା ମୈନପୁରୀ ଲୋକସଭା ଉପନିର୍ବାଚନରେ ଲଢି ବିଜୟୀ ହୋଇଛନ୍ତି ଡିମ୍ପଲ । ସେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରଘୁରାଜ ସିଂ ସାକ୍ଷଙ୍କୁ ରେକର୍ଡ ସଂଖ୍ୟକ 2,88,461 ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ଏବେ ଏହି ଆସନରୁ ପୁଣି ସେ ଚଳିତ ସାଧାରଣ ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେହିପରି ଫିରୋଜାବାଦ ଆସନରୁ ଦଳ ଅକ୍ଷୟ ଯାଦବଙ୍କୁ ଟିକେଟ ଦେଇଛି । ବଣ୍ଡା ଆସନରୁ ଟିକେଟ ପାଇଛନ୍ତି ଶିବଶଙ୍କର ସିଂ ପଟେଲ । ସମ୍ଭଲରୁ 5 ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ଦଳର 93 ବର୍ଷୀୟ ବରିଷ୍ଠ ନେତା ଶଫିକୁର ରେହେମାନ ବର୍କ ମଧ୍ୟ ନିଜ ପାରମ୍ପରିକ ଆସନରୁ ଲଢିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ :- କାଲିଠୁ ବଜେଟ ଅଧିବେଶନ: ଗୃହକୁ ଫେରିବେ 146 ନିଲମ୍ବିତ ସାଂସଦ

ତେବେ ମୋଟ 80 ସଂସଦୀୟ ଆସନ ସହ ଜାତୀୟ ରାଜନୀତିରେ ସର୍ବାଧିକ ପ୍ରଭାବ ରଖୁଥିବା ଉତ୍ତର ପ୍ରଦେଶରେ ଏବେ ବିଜେପି ଶାସନରେ ଥିବା ବେଳେ ବିରୋଧୀ ଦଳ ଭୂମିକାରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ରହିଛି । ତେବେ ‘ଇଣ୍ଡିଆ’ ମେଣ୍ଟରେ ସହଯୋଗୀ ଥିବା ସପା କଂଗ୍ରେସକୁ ମାତ୍ର 11 ଆସନ ଛାଡିଥିବା 19 ତାରିଖରେ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଘୋଷଣା କରିଥିଲେ । ଏହାକୁ ନେଇ କଂଗ୍ରେସ କ୍ୟାମ୍ପରୁ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା । ଆଜି ସମାଜବାଦୀ 16 ପ୍ରାର୍ଥୀ ଘୋଷଣା କରିଛି । ‘ଇଣ୍ଡିଆ’ ମେଣ୍ଟ ସହଯୋଗୀ ଦଳଙ୍କ ମଧ୍ୟରେ ପ୍ରାର୍ଥୀ ଘୋଷଣା କରିବାରେ ପ୍ରଥମ ଦଳ ହୋଇଛି ସପା ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.