ETV Bharat / politics

ସରିଲା ବିଜେପିର କୋର କମିଟି ବୈଠକ; ଖୁବଶୀଘ୍ର ଆସିବ ତୃତୀୟ ପ୍ରାର୍ଥୀ ତାଲିକା, ଫୋକସରେ ଓଡ଼ିଶା

Lok Sabha Elections: ଲୋକସଭା ନିର୍ବାଚନ ନେଇ ବିଜେପିର କୋର କମିଟି ବୈଠକ ଶେଷ । ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କେଉଁ ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ହୋଇଛି ଆଲୋଚନା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 19, 2024, 7:35 AM IST

Updated : Mar 19, 2024, 8:26 AM IST

BJP holds core committee meetings
BJP holds core committee meetings

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ କସରତ ଚଳାଇଛି ବିଜେପି । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପରେ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଖୁବଶୀଘ୍ର ଘୋଷଣା କରିବ । ଏହି ପର୍ଯ୍ୟାୟରେ ଦଳ କାହାକୁ ଟିକେଟ ଦେବେ ସେନେଇ ସୋମବାର ସନ୍ଧ୍ୟାରେ ବସିଥିଲା କୋର କମିଟି ବୈଠକ । ବଳକା ଥିବା ରାଜ୍ୟରେ ପ୍ରାର୍ଥୀ ଘୋଷଣା କରିବ ବିଜେପି । କେଉଁ ରାଜ୍ୟରେ ଦଳ କାହାକୁ ଟିକେଟ ଦେବ ସେନେଇ ବୈଠକରେ ଆଲୋଚନା ହୋଇଥିଲା ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଗତକାଲି (ସୋମବାର) ବସିଥିଲା ବିଜେପିର କୋର କମିଟି ବୈଠକ । ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ହରିୟାଣା, ଓଡ଼ିଶା, ସିକ୍କିମ, ମହାରାଷ୍ଟ୍ର ଏବଂ ଗୁଜୁରାଟ ରାଜ୍ୟଗୁଡ଼ିକ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ-ସରିଲା ବିଜେପିର CEC ବୈଠକ; ଖୁବଶୀଘ୍ର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା

କୋର କମିଟି ବୈଠକରେ ଓଡ଼ିଶାକୁ ଫୋକସ: ବୈଠକରେ ଓଡ଼ିଶା ଲୋକସଭା ଆସନ ଉପରେ ବିଚାରବିମର୍ଶ ହୋଇଛି । କିନ୍ତୁ ଦଳ କେଉଁ ଆସନରେ ପ୍ରାର୍ଥୀ ଦେବ ସେନେଇ ଦ୍ବନ୍ଦ୍ବ ରହିଛି । ଆଜି (ମଙ୍ଗଳବାର) ପୁଣିଥରେ ବିଜେପିର କୋର୍ କମିଟି ବୈଠକ ଅନୁଷ୍ଠିତ ହେବ । ଏହାପରେ ବୁଧବାର ହେବାକୁ ଥିବା ସିଇସି ବୈଠକରେ ଆସନ ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆସନ ବୁଝାମଣା ହୋଇ ପାରୁନଥିବାରୁ ମେଣ୍ଟ ଘୋଷଣାରେ ବିଳମ୍ବ ହେଉଥିବା କୁହାଯାଉଛି । ଯେଉଁଥିପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର କୌଣସି ଆସନରେ ଲୋକସଭା ପ୍ରାର୍ଥୀ ଘୋଷଣା କରିପାରିନି ବିଜେପି । ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର ନାଁ ଆସିପାରେ ବୋଲି କୁହାଯାଉଛି ।

ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ଆସନ ଉପରେ ଆଲୋଚନା କରିଥିଲେ । ଏହା ବ୍ୟତୀତ ବିଜେପି ସାଂସଦ ଜୁଏଲ ଓରାମ, ସମ୍ବିତ ପାତ୍ର, ବୈଜୟନ୍ତ ପଣ୍ଡା, ସୁନୀଲ ବଂଶଲ, ଲତା ଉସେଣ୍ଡି, ବିଜୟ ପାଲ ସିଂ ତୋମାର, ମାନସ ମହାନ୍ତି ଉପସ୍ଥିତ ଥିଲେ । ବୈଠକରେ ଉତ୍ତରପ୍ରଦେଶର 25ଟି ଲୋକସଭା ଆସନ ଉପରେ ଆଲୋଚନା ହୋଇଥିଲା । ଏନଡିଏ ମେଣ୍ଟରେ ଥିବା ଆପନା ଦଳକୁ ଦୁଇଟି ଟିକେଟ ଦେଇପାରେ ଦଳ । ଗୋଟିଏ ମିର୍ଜାପୁରରୁ ଏବଂ ଅନ୍ୟଟି ସୋନଭଦ୍ରାରୁ । ସେହିପରି ରାଜସ୍ଥାନର 10ଟି, ପଶ୍ଚିମବଙ୍ଗର 23 , ସିକ୍କିମ, ଓଡ଼ିଶା ଏବଂ ମହାରାଷ୍ଟ୍ରରେ ଲୋକସଭା ଆସନରେ ପ୍ରାର୍ଥୀ ଦେବା ନେଇ ଆଲୋଚନା ସହ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଛି ବୋଲି କୁହାଯାଉଛି ।

Last Updated : Mar 19, 2024, 8:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.