ETV Bharat / politics

ଚନ୍ଦ୍ରବାବୁ ଓ ନୀତିଶଙ୍କ ଚାପରେ ବିଜେପି ! ନିଜ ପାଖରେ ପ୍ରମୁଖ ମନ୍ତ୍ରଣାଳୟ ରଖିବାକୁ ଦଳର ଜୋରଦାର ପ୍ରୟାସ - Third terms of Modi

author img

By ETV Bharat Odisha Team

Published : Jun 6, 2024, 6:02 PM IST

BJP Likely To Keep Top Ministries: ନିଜ ପାଖରେ ପ୍ରମୁଖ ମନ୍ତ୍ରଣାଳୟ ରଖିବାକୁ ବିଜେପିର ଜୋରଦାର ପ୍ରୟାସ । ବିଳମ୍ବ ହୋଇପାରେ ମୋଦିଙ୍କ ଶପଥ । ଚନ୍ଦ୍ରବାବୁ ଓ ନୀତିଶଙ୍କ ଚାପରେ ଦଳ । ଅଧିକ ପଢନ୍ତୁ

ଚନ୍ଦ୍ରବାବୁ ଓ ନୀତିଶଙ୍କ ଚାପରେ ବିଜେପି, ନିଜ ପାଖରେ ପ୍ରମୁଖ ମନ୍ତ୍ରଣାଳୟ ରଖିବାକୁ ଦଳର ଜୋରଦାର ପ୍ରୟାସ
ଚନ୍ଦ୍ରବାବୁ ଓ ନୀତିଶଙ୍କ ଚାପରେ ବିଜେପି, ନିଜ ପାଖରେ ପ୍ରମୁଖ ମନ୍ତ୍ରଣାଳୟ ରଖିବାକୁ ଦଳର ଜୋରଦାର ପ୍ରୟାସ (ETV Bharat Odisha)

ନୂଆଦିଲ୍ଲୀ: 4 ଶହ ପାର ନାରା ଓ ଲକ୍ଷ୍ୟ ସହ ଚଳିତ ସାଧାରଣ ନିର୍ବାଚନ ଲଢିଥିବା ‘ଭାରତୀୟ ଜନତା ପାର୍ଟି’ ଜନାଦେଶରେ ବଡ ଝଟକା ପାଇଛି । ଏପରିକି ଦଳ 2019 ନିର୍ବାଚନ ଠାରୁ ମଧ୍ୟ କମ ଆସନ ଜିତି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବା ସ୍ଥିତିରେ ରହିନାହିଁ । ଏପରି ସମୟରେ ସହଯୋଗୀ ଦଳମାନଙ୍କ ଉପରେ ନିର୍ଭରଶୀଳ ହୋଇପଡିଛି ଏକକ ସଂଖ୍ୟା ଗରିଷ୍ଠତା ସହ ଶାସନ କରିଥିବା ବିଜେପି । ଏହାର ଫାଇଦା ନେବାକୁ ମଧ୍ୟ ପଛରେ ନାହାନ୍ତି କିଛି ରେକର୍ଡ ସଂଖ୍ୟକ ଆସନ ହାସଲ କରିଥିବା ନୀତିଶ କୁମାରଙ୍କ ‘ଆରଜେଡି’ ଓ ଚନ୍ଦ୍ରବାବୁ ନାଇଡୁଙ୍କ ‘ଟିଡିପି’ । ଉଭୟ ଏକାଧିକ ବଳିଷ୍ଠ ଦାବି ସହ ମେଣ୍ଟ ଉପରେ ଚାପ ପକାଉଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଉଭୟ ନୀତିଶ ଓ ଚନ୍ଦ୍ରବାବୁୁ କେନ୍ଦ୍ରରେ କ୍ୟାବିନେଟ ପାହ୍ୟାର ଏକାଧିକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟ ଦାବି କରୁଛନ୍ତି । ବିଜେପିର ତୁଙ୍ଗ ନେତାମାନେ ଏହି ମେଣ୍ଟ ଆଲୋଚନାରେ ସନ୍ତୁଳନ ରକ୍ଷା କରି କ୍ୟାବିନେଟ ବର୍ଥ ବୁଝାମଣା କରିବା ପାଇଁ ପ୍ରୟାସ ମଧ୍ୟ କରୁଛନ୍ତି । ମାତ୍ର ସଂଖ୍ୟା ଗରିଷ୍ଠତାର ସାମାନ୍ୟ ପଛରେ ଥିବା ବିଜେପି ପ୍ରଭାବୀ ତଥା ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟ ନିଜ ପାଖରେ ରଖିବାକୁ ସମସ୍ତ ଉଦ୍ୟମ ଜାରି ରଖିଛି । ଏହି କାରଣରୁ ମୋଦି ସରକାର ତୃତୀୟ ପାଳି ଆରମ୍ଭ ପ୍ରକ୍ରିୟା ମଧ୍ୟ ବିଳମ୍ବ ହେଉଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି 8 ତାରିଖରେ ଶପଥ ଗ୍ରହଣ କରିବା ନେଇ ଦଳୀୟ ସୂତ୍ରରୁ ଔପଚାରିକ ଭାବେ ଜଣାପଡିଥିଲା । ଏବେ ଏହା 8 ପରିବର୍ତ୍ତେ 9ରେ ହେବା ନେଇ ସୂଚନା ଆସିଲାଣି ।

ବିଜେପି ପାଇଁ ଚିନ୍ତା ବଢାଇଛନ୍ତି 4 ସହଯୋଗୀ ଦଳ:-

ଏନଡିଏରେ ସହଯୋଗୀ ଥିବା ଚନ୍ଦ୍ରବାବୁଙ୍କ ପାର୍ଟି ଟିଡିପି ଆନ୍ଧ୍ରରେ 16 ସଂସଦୀୟ ଆସନ ହାତେଇଛି । ନୀତିଶଙ୍କ ‘ଜେଡିୟୁ’ ବିହାରରେ 12 ଆସନ ହାସଲ କରିଛି । ଏକନାଥ ସିନ୍ଦେଙ୍କ ଶିବସେନା ମହାରାଷ୍ଟ୍ରରେ 7 ଆସନ ଓ ବିହାରରେ ଚିରାଗ ପାଶଓ୍ବାନଙ୍କ ଏଲଜେପି- (ରାମବିଳାଶ) 5 ଆସନରେ ବିଜୟୀ ହୋଇଛି । ସଂଖ୍ୟା ଗରିଷ୍ଠତା 272 ଥିବା ବେଳେ ଭାରତୀୟ ଜନତା ପାର୍ଟି 240 ଆସନ ପାଇଛି । ଏହି ସମୀକରଣରେ ‘ଏନଡିଏ’ ମେଣ୍ଟର ଏହି 4 ସହଯୋଗୀଙ୍କ ଭୂମିକା କିଙ୍ଗମେକର ବୋଲି ମଧ୍ୟ କୁହାଯାଉଛି । ଏମାନଙ୍କ ମଧ୍ୟରେ ଚନ୍ଦ୍ରବାବୁ ଓ ନୀତିଶଙ୍କ ଉପରେ ରହିଛି ସମସ୍ତଙ୍କ ନଜର ।

ଏହା ମଧ୍ୟ ପଢନ୍ତୁ :- ଏଥର ଦିଲ୍ଲୀ ଦରବାରରେ ଓଡିଶାକୁ ପ୍ରତିନିଧିତ୍ବ କରିବେ 4 ମହିଳା, ଜାଣନ୍ତୁ କେଉଁ ଦଳ କେତେ ମହିଳାଙ୍କୁ ଦେଇଥିଲା ଟିକଟ୍‌ - lok sabha election 2024 results

ପୂର୍ବରୁ ନୀତିଶଙ୍କର ଅପ୍ରତ୍ୟାଶିତ ମେଣ୍ଟ ପରିବର୍ତ୍ତନ କରିବାର ଅଭ୍ୟାସଗତ ରେକର୍ଡ ରହିଛି । ଫଳାଫଳ ଆସିବା ପରେ ନୀତିଶ ବିରୋଧୀ ଦଳ ‘ଇଣ୍ଡିଆ’ ମେଣ୍ଟ ସହ ଯୋଗାଯୋଗରେ ଥିବା ଚର୍ଚ୍ଚା ହୋଇଥିଲା । ଯାହା ବିଜେପିକୁ ଦ୍ବନ୍ଦ୍ବରେ ପକାଇଥିଲା । ଏବେ ନୀତିଶ ଓ ଚନ୍ଦ୍ରବାବୁଙ୍କୁ ବିଜେପି କେଉଁ ମନ୍ତ୍ରଣାଳୟ ଦେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.