ETV Bharat / politics

ଓଡ଼ିଶାରେ ଲୋକସଭା ଆସନ ପୋଛିନେଲା ପଦ୍ମ, ଖାତା ଖୋଲିପାରିଲାନି ବିଜେଡି - LOK SABHA ELECTION RESULTS 2024

author img

By ETV Bharat Odisha Team

Published : Jun 4, 2024, 11:06 PM IST

Lok Sabha Election results 2024: ଓଡ଼ିଶାରେ ରେକର୍ଡ କଲା ବିଜେପି । 20ଟି ଲୋକସଭା ଆସନରେ ଏକ ତରଫା ବିଜୟ ହାସଲ କରି ବିଜେଡି ପାଖରୁ ସବୁ ଆସନ ଅକ୍ତିଆର କରିନେଇଛି ବିଜେପି । ଅଧିକ ପଢ଼ନ୍ତୁ

ଓଡ଼ିଶା ଲୋକସଭା ନିର୍ବାଚନ ଫଳାଫଳ
ଓଡ଼ିଶା ଲୋକସଭା ନିର୍ବାଚନ ଫଳାଫଳ (ETV Bharat Odisha)

ଭୁବନେଶ୍ବର: ଓଡ଼ିଶା ରାଜନୀତି ଇତିହାସରେ ପ୍ରଥମ । ଆଜି ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ତେବେ ଲୋକସଭା ଆସନରେ ଚିତ୍‌ପଟାଙ୍ଗ ମାରିଛି ରାଜ୍ୟରେ 24 ବର୍ଷ ଧରି ଶାସନ କରିଥିବା ବିଜେଡି । ଦଳକୁ ସମ୍ପୂର୍ଣ୍ଣ ଭାବରେ ନିରାଶ ହେବାକୁ ପଡ଼ିଛି । ଗୋଟିଏ ଆସନରେ ବି ଖାତା ଖୋଲି ପାରିନାହିଁ ବିଜେଡି ।

ଓଡ଼ିଶା ରାଜନୀତିରେ ବିରାଟ ପରିବର୍ତ୍ତନ । ନିର୍ବାଚନ 2024 ଫଳାଫଳ ପ୍ରକାଶ ପାଇବା ପରେ ସାମ୍ନାକୁ ଆସିଛି ବଡ଼ ଚିତ୍ର । ରାଜ୍ୟରେ ମୋଟ 21ଟି ଲୋକସଭା ଆସନ ଥିବାବେଳେ ଗୋଟିଏ ବି ଆସନ ବିଜେଡି ଭାଗକୁ ଯାଇନାହିଁ । ଗତ 2019 ନିର୍ବାଚନରେ ବିଜେଡି 12ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା । କିନ୍ତୁ ଚଳିତ 2024 ନିର୍ବାଚନରେ ସମସ୍ତ 12ଟି ଯାକ ଆସନକୁ ବିଜେଡି ହାତରୁ ଛଡାଇ ଆଣିଛି ବିଜେପି । ମୋଟ 20ଟି ଲୋକସଭା ଆସନରେ ବିଜୟୀ ହୋଇ ବଡ଼ ବିଜୟର ସ୍ବାଦ ଚାଖିଛି ଭାରତୀୟ ଜନତା ପାର୍ଟି । ସେପଟେ ଗତଥର ପରି ଚଳିତ ନିର୍ବାଚନରେ ମଧ୍ୟ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହେବା ସହ ଦଳ ତାର ପୂରୁଣା ଆସନ କୋରାପୁଟକୁ ବଜାୟ ରଖିଛି ।

ତେବେ 2014 ନିର୍ବାଚନରେ ବିଜେଡି 21ଟି ଲୋକସଭା ଆସନରୁ 20ଟିରେ ବିଜୟୀ ହୋଇଥିଲା । ହେଲେ 2024ରେ ମୋଦି ମ୍ୟାଜିକ୍‌ ଆଗରେ ଫେଲ ମାରିଛି ନବୀନ ଗ୍ୟାରେଣ୍ଟି । ଓଡ଼ିଶାରେ କାମ ଦେଇଛି ମୋଦି ମ୍ୟାଜିକ୍‌ । ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢ଼ିବାକୁ ଯାଉଥିବା ବେଳେ 20ଟି ଆସନରେ ଜିତି କେନ୍ଦ୍ରରେ ପୁଣିଥରେ ମୋଦି ସରକାର ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି । ମତଦାନ ପୂର୍ବରୁ ସମ୍ବଲପୁର, ଭୁବନେଶ୍ବର, କଟକ, କେନ୍ଦ୍ରାପଡ଼ା ଓ ପୁରୀ ଭଳି ହାଇପ୍ରୋଫାଇଲ ଲୋକସଭା ଆସନରେ କଡା ଟକ୍କର ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ସମସ୍ତ ଆସନରେ ବାଜିମାତ କରିଛି ବିଜେପି ।

ଲୋକସଭା ଆସନରେ ବିଜୟୀ ହୋଇଥିବା ବିଜେପି ପ୍ରାର୍ଥୀ:

ଭୁବନେଶ୍ବର: ଅପରାଜିତା ଷଡଙ୍ଗୀ

ସମ୍ବଲପୁର: ଧର୍ମେନ୍ଦ୍ର ପ୍ରଧାନ

କଟକ: ଭର୍ତ୍ତୃହରି ମହତାବ

ପୁରୀ: ସମ୍ବିତ ପାତ୍ର

କେନ୍ଦ୍ରାପଡ଼ା: ବୈଜୟନ୍ତ ପଣ୍ଡା

ବଲାଙ୍ଗୀର: ସଂଗୀତା ସିଂହଦେଓ

କଳାହାଣ୍ଡି: ମାଳବିକା ଦେବୀ

ଢେଙ୍କାନାଳ: ରୁଦ୍ରନାରାୟଣ ପାଣି

ଭଦ୍ରକ: ଅଭିମନ୍ୟୁ ସେଠୀ

ସୁନ୍ଦରଗଡ଼: ଜୁଏଲ ଓରାମ

ବରଗଡ଼: ପ୍ରଦୀପ ପୁରୋହିତ

ଆସିକା: ଅନିତା ଶୁଭଦର୍ଶିନୀ

ବ୍ରହ୍ମପୁର: ଡ଼ ପ୍ରଦୀପ ପାଣିଗ୍ରାହୀ

ନବରଙ୍ଗପୁର: ବଳଭଦ୍ର ମାଝୀ

ମୟୂରଭଞ୍ଜ: ନବଚରଣ ମାଝୀ

ବାଲେଶ୍ବର: ପ୍ରତାପ ଚନ୍ଦ୍ର ଷଡଙ୍ଗୀ

ଜଗତସିଂହପୁର: ବିଭୂପ୍ରସାଦ ତରାଇ

କନ୍ଧମାଳ: ସୁକାନ୍ତ କୁମାର ପାଣିଗ୍ରାହୀ

କେନ୍ଦୁଝର: ଅନନ୍ତ ନାୟକ

ଯାଜପୁର: ରବିନ୍ଦ୍ର ନାରାୟଣ ବେହେରା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.