ETV Bharat / politics

ଆଜି ଦିଲ୍ଲୀ ଗଲେ ଓଡିଶାର 20 ବିଜେପି ସାଂସଦ, କାଲି ଦଳର ସଂସଦୀୟ ଦଳ ବୈଠକ - BJP ALL MP TO VISIT DELHI

author img

By ETV Bharat Odisha Team

Published : Jun 6, 2024, 11:16 AM IST

Updated : Jun 6, 2024, 4:32 PM IST

All BJP newly elected mp called to New Delhi: ନବନିର୍ବାଚିତ ସମସ୍ତ ବିଜେପି ସାଂସଦଙ୍କୁ ଦିଲ୍ଲୀ ଡାକରା । କାଲି ବସିବ ଦଳର ସଂସଦୀୟ ପାର୍ଟି ବୈଠକ । 8 ତାରିଖରେ ଶପଥ ନେଇପାରନ୍ତି ମୋଦି । ଅଧିକ ପଢନ୍ତୁ

ସମସ୍ତ ନବନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକିଲା ବିଜେପି, କାଲି ପାର୍ଟିର ସଂସଦୀୟ ବୋର୍ଡ ବୈଠକ
ସମସ୍ତ ନବନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକିଲା ବିଜେପି, କାଲି ପାର୍ଟିର ସଂସଦୀୟ ବୋର୍ଡ ବୈଠକ (ETV Bharat Odisha)

ଭୁବନେଶ୍ବର: ନବନିର୍ବାଚିତ ଦଳୀୟ ସାଂସଦମାନଙ୍କୁ ଦିଲ୍ଲୀ ଡାକିଲା ବିଜେପି । ଆଜି ଦିଲ୍ଲୀ ଗଲେ ଓଡ଼ିଶାର 20 ବିଜେପି ସାଂସଦ । ଆସନ୍ତାକାଲି (ଶୁକ୍ରବାର) ଦଳର ସଂସଦୀୟ ପାର୍ଟି ବୈଠକ ବସିବାକୁ ଯାଉଛି । ଦେଶରେ ସାଧାରଣ ନିର୍ବାଚନ ଶେଷ ହେବା ପରେ ଏହା ହେଉଛି ‘ଭାରତୀୟ ଜନତା ପାର୍ଟି’ର ପ୍ରଥମ ସଂସଦୀୟ ପାର୍ଟି ବୈଠକ । ଏଥିରେ ଦେଶର ସମସ୍ତ ନବନିର୍ବାଚିତ ବିଜେପି ବିଧାୟକମାନେ ଅଂଶଗ୍ରହଣ କରିବେ । ନିର୍ବାଚିତ ସାଂସଦଙ୍କ ସହ ଦଳର ଅନେକ ଶୀର୍ଷ ନେତା ମଧ୍ୟ ଦିଲ୍ଲୀ ଗସ୍ତ କରୁଛନ୍ତି । ଆଜି ସଂଧ୍ୟାରେ ସେମାନେ ଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ରୀୟ ନେତାମାନଙ୍କ ସହ ଭେଟଘାଟ ଓ ଆଲୋଚନା କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ସମସ୍ତ ନବନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକିଲା ବିଜେପି, କାଲି ଦଳର ସଂସଦୀୟ ବୋର୍ଡ ବୈଠକ
ସମସ୍ତ ନବନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକିଲା ବିଜେପି, କାଲି ଦଳର ସଂସଦୀୟ ବୋର୍ଡ ବୈଠକ (ETV Bharat Odisha)

ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିସାରିଛନ୍ତି । ସେ ଏବେ ସାମ୍ବିଧାନିକ ପରମ୍ପରା ଅନୁସାରେ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବରେ ଅଛନ୍ତି । ଆସନ୍ତାକାଲି ବିଜେପି ସଂସଦୀୟ ବୋର୍ଡ ବୈଠକ ସହ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ବୈଠକ ମଧ୍ୟ ବସିବ । ଏହା ପରେ ‘ଏଡିନଏ’ ମେଣ୍ଟ ମୋଦିଙ୍କୁ ନେତା ନିର୍ବାଚିତ କରିବା ସହ ସରକାର ଗଠନ କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଔପଚାରିକ ଭାବେ ଦାବି ଜଣାଇବ । ତେବେ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଚଳିତ 8 ତାରିଖରେ ଶପଥ ନେବାକୁ ସମୟ ସ୍ଥିର ହୋଇଥିଲା । ହେଲେ ଏହା ‘ଏନଡିଏ’ର ବୈଠକ କାରଣରୁ ସାମାନ୍ୟ ବିଳମ୍ବ ମଧ୍ୟ ହେବା ନେଇ ଅନୁମାନ କରାଯାଉଛି ।

ଆଜି ଦିଲ୍ଲୀ ଯିବେ ଓଡିଶାର 20 ବିଜେପି ସାଂସଦ (ETV Bhart Odisha)

ଏହା ମଧ୍ୟ ପଢନ୍ତୁ :- 8ରେ ମୋଦିଙ୍କ ଶପଥ ! ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ, ଫୋନରେ କଥା ହେଲେ ବାଇଡେନ୍ - Modi invites world leaders

ଓଡିଶା ମୁଖ୍ଯମନ୍ତ୍ରୀ ପଦ ନେଇ ମଧ୍ୟ ହୋଇପାରେ ଆଲୋଚନା !

ଦଳର ସମସ୍ତ ନିର୍ବାଚିତ ଓଡିଆ ସାଂସଦ ଓ ରାଜ୍ୟର ତୁଙ୍ଗ ନେତାଙ୍କ ସହ ଏହି ନିଷ୍ପତ୍ତି ସଂକ୍ରାନ୍ତରେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା ହୋଇପାରେ । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଓଡିଶାରେ 10 ତାରିଖରେ ବିଜେପି ସରକାର ଶପଥ ଗ୍ରହଣ କରିବ ବୋଲି ଘୋଷଣା କରିସାରିଛନ୍ତି । ବିଜେପି ରାଜ୍ୟରେ ସ୍ପଷ୍ଟ ବହୁମତ ପାଇବା ପରେ କି’ଏ ମୁଖ୍ୟମନ୍ତ୍ରୀ ହେବ,ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଛି । ଏକାଧିକ ବରିଷ୍ଠ ସମ୍ଭାବ୍ୟ ଚେହେରା ଚର୍ଚ୍ଚାରେ ଥିଲେ ମଧ୍ୟ ଏହି ନିଷ୍ପତ୍ତି ଦଳର କେନ୍ଦ୍ରୀୟ ନେତୃତ୍ବଙ୍କ ଉପରେ ନ୍ୟସ୍ତ ରହିଛି । ଏହା ମଧ୍ୟ ଆସନ୍ତାକାଲିର ଆଲୋଚନାରେ ସ୍ଥାନ ପାଇପାରେ । ଦିଲ୍ଲୀରୁ ବିଜେପି ନେତା ଫେରିବା ପରେ ମୁଖ୍ୟମନ୍ତ୍ରୀ ଚେହେରା ନେଇ ମଧ୍ୟ ଚିତ୍ର ସ୍ପଷ୍ଟ ହୋଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 6, 2024, 4:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.