ETV Bharat / politics

ଆଠମଲ୍ଲିକ ଆସନ: ଗଡ଼ ବଞ୍ଚାଇ ପାରିବ ତ ବିଜେଡି ? ଦଖଲ ପାଇଁ ବିଜେପିର ଗୋଟି ଚାଳନା, କଂଗ୍ରେସ ନେବ ନିର୍ଣ୍ଣାୟକ ଭୂମିକା - Odisha Assembly Election 2024

author img

By ETV Bharat Odisha Team

Published : May 8, 2024, 9:37 PM IST

Updated : May 9, 2024, 6:52 AM IST

Athmallik Constituency Election 2024: ରୋଚକ ହେବ ଆଠମଲ୍ଲିକ ନିର୍ବାଚନ । ଏଥର ଲଢେଇରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର । ଗଡ଼ ବଞ୍ଚାଇବା ଲକ୍ଷ୍ୟରେ ବିଜେଡି । ବିଜେଡିର ଗଡ଼ ଭାଙ୍ଗିବା ପାଇଁ ବିଜେପିର ପ୍ରୟାସ । କଂଗ୍ରେସ ପ୍ରାର୍ଥୀ ନେବେ ନିର୍ଣ୍ଣାୟକ ଭୂମିକା । ପଢନ୍ତୁ ଆମର ସ୍ପେଶାଲ ରିପୋର୍ଟ ।

କିଏ ହାତେଇବ ଆଠମଲ୍ଲିକ ? ଗଡ଼ ବଞ୍ଚାଇ ପାରିବ କି ବିଜେଡି
କିଏ ହାତେଇବ ଆଠମଲ୍ଲିକ ? ଗଡ଼ ବଞ୍ଚାଇ ପାରିବ କି ବିଜେଡି (ETV Bharat Odisha)
କିଏ ହାତେଇବ ଆଠମଲ୍ଲିକ ? ଗଡ଼ ବଞ୍ଚାଇ ପାରିବ କି ବିଜେଡି, (ETV Bharat Odisha)

ଅନୁଗୋଳ: ସମ୍ବଲପୁର ସଂସଦୀୟ କ୍ଷେତ୍ର ତଥା ଅନୁଗୋଳ ଜିଲ୍ଲାର ବହୁ ଚର୍ଚ୍ଚିତ ଆସନ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ । ଲଗାତାର 2000 ମସିହା ଠାରୁ ଆଜି ପର୍ଯ୍ୟନ୍ତ ଶାସନ ଗାଦିରେ ବସିଛି ବିଜେଡି । ଚଳିତ ନିର୍ବାଚନରେ ସବୁ ଦଳ ଏହାକୁ କବ୍ଜା କରିବା ପାଇଁ ପ୍ରାଣପ୍ରଣେ ଉଦ୍ୟମ ଚଳାଇଛନ୍ତି । ବିଜେଡି ଗଡ଼ ଭାବରେ ପରିଚିତ ଏହି ଆସନ । ବିଜେଡି ନିଜ ଗଡ଼ ବଜାୟ ଲକ୍ଷ୍ୟରେ ରହିଥିବା ବେଳେ ବର୍ତ୍ତମାନର ବିଧାୟକ ଥିବା ରମେଶ ସାଏ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ବିଜେପିର ମନୋବଳ ବୃଦ୍ଧି ପାଇଛି । ସେପଟେ ବିଳମ୍ବରେ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରିବା ପରେ ଏବେ ଆଠମଲ୍ଲିକରେ ରାଜନୀତି ସମିକରଣ ବଦଳି ଯାଇଛି ।

ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଏହି ବିଧାନସଭା ରହିଛି । ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡିରୁ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭଳି ଦୁଇ ହେଭିୱେଟ ନେତା ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । ତେଣୁ ସେମାନଙ୍କ ପ୍ରଭାବ ରହୁଛି । ଅନ୍ୟପକ୍ଷରେ ଏଠାରୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ବରିଷ୍ଠ ନେତା ନଳିନୀ କାନ୍ତ ପ୍ରଧାନ ଏବଂ ବିଜେପିରୁ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ନିର୍ବାଚନ ମଇଦାନରେ ମୁହାଁମୁହିଁ ହେଉଛନ୍ତି । ନଳିନୀ ଗତ ୨୦୧୯ରେ ସମ୍ବଲପୁର ସାଂସଦ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । କିନ୍ତୁ ୩ବର୍ଷ ଧରି ସେ ସାଙ୍ଗଠନିକ ଦାୟିତ୍ୱ ତୁଲାଇ ଆସୁଛନ୍ତି । ତେଣୁ ତାଙ୍କର ଭଲ ଅଭିଜ୍ଞତା ଓ ଲୋକପ୍ରିୟତା ରହିଛି ।

କିଏ ହାତେଇବ ଆଠମଲ୍ଲିକ ? ଗଡ଼ ବଞ୍ଚାଇ ପାରିବ କି ବିଜେଡି,

ସେହିପରି ବିଜେପିର ସଞ୍ଜୀବ ସାହୁ ଏଠାରୁ ୪ ଥର ବିଧାୟକ ଭାବେ ବିଜୟୀ ହୋଇଛନ୍ତି । ୩ ଥର ଭଲ ବିଭାଗରେ ମନ୍ତ୍ରୀ ପଦ ତୁଲାଇଛନ୍ତି । ତେଣୁ ତାଙ୍କର ଦବଦବା ମଧ୍ୟ କିଛି କମ ନୁହେଁ । ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେଉଛି । କିନ୍ତୁ କଂଗ୍ରେସ ଶେଷ ସମୟରେ ଏଠାରୁ ପ୍ରାର୍ଥୀ ବଦଳାଇଛି । କିଛି ଦିନ ପୂର୍ବେ ବିଜୟନନ୍ଦ ଚାଉଳିଆଙ୍କୁ ପ୍ରାର୍ଥୀ ଘୋଷଣା କରିଥଲେ ମଧ୍ୟ ଶେଷ ମୁହୂର୍ତ୍ତରେ ବିଜ୍ଞାନନ୍ଦଙ୍କ ଜାଗାରେ ହିମାଂଶୁ ଶେଖର ଚାଉଳିଆଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ସମୀକରଣ ସାମାନ୍ୟ ବଦଳି ଯାଇଛି । କାରଣ ହିମାଂଶୁ ଦୀର୍ଘ ବର୍ଷ ହେଲା ରାଜନୀତିରେ ଅଛନ୍ତି । ସେ ବହୁ ଦିନ ଧରି ବିଜେପିରେ ଥିଲେ । ତାଙ୍କର ଲୋକ ସମ୍ପର୍କ ଏବଂ ସାଙ୍ଗଠନିକ ଅଭିଜ୍ଞତା ବେଶ ଭଲ । ତେଣୁ ସେ ଏବେ ନିର୍ଣ୍ଣାୟକ ଭୂମିକା ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ତେବେ ନିର୍ବାଚନକୁ ନେଇ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀ କାନ୍ତ ପ୍ରଧାନ କହିଛନ୍ତି, "ବର୍ତ୍ତମାନ ଯୋଡି ଶଙ୍ଖ ଅଛି । ସେହି ଯୋଡ଼ି ଶଙ୍ଖ କିପରି ଲୋକଙ୍କ ଆଦୃତ ହେବ ଏବଂ ଯୋଡ଼ି ଶଙ୍ଖ ଦ୍ବାରା ଆମେ କିପରି ଭଲ ଫଳ ପାଇବୁ ସେନେଇ ପ୍ରୟାସ କରାଯାଉଛି । ଆମରେ ଯେଉଁ ପ୍ରକାର ପ୍ରସ୍ତୁତି ଆରମ୍ଭ କରିବା କଥା ଆମେ ଆରମ୍ଭ କରିଦେଲୁଣି । ନିଶ୍ଚିନ୍ତ ଭାବରେ ବହୁ ଗୁଣରେ ଆମେ ଭୋଟ ପାଇବୁ ।"

ସେହିପରି ବିଜେପି ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁ କହୁଛନ୍ତି, "ଭାରତୀୟ ଜନତା ପାର୍ଟି ଏଠାରେ ବିଜୟୀ ହେବ । ଆଠମଲ୍ଲିକରର ବିଧାୟକ ରମେଶ ସାଏ ଆମ ସହିତ ଅଛନ୍ତି । ବିଜେପିର ବିଜୟ ଏଠାରେ ନିଶ୍ଚୟ ।" ଅନ୍ୟପକ୍ଷେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଶେଖର ଚାଉଳିଆ କହିଛନ୍ତି, "ଭଗବାନଙ୍କ ଆଶୀର୍ବାଦ ଥିବ ତେବେ ଆସନ୍ତା 5 ବର୍ଷ ଭିତରେ ମୁଁ କିଛି କରିକି ଦେଖାଇବା ପାଇଁ ଚାହୁଁଛି । ଯାହା 25 ବର୍ଷ ମଧ୍ୟରେ ହୋଇନି । ବିଜେଡି ଓ ବିଜେପି ମଧ୍ୟରେ ଅଘୋଷିତ ମେଣ୍ଟ ଅଛି । କିନ୍ତୁ କଂଗ୍ରେସର ଏକ ବିଚାର ଧାରା ଅଛି । ମୋର ଦୃଢ ବିଶ୍ବାସ ଅଛି ଯେ, ଆସନ୍ତା ନିର୍ବାଚନରେ ଆଠମଲ୍ଲିକ ମାଟିରେ କଂଗ୍ରେସର ବିଜୟ ହେବ।"

ଦେଖିବାକୁ ଗଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଠମଲ୍ଲିକ ଅଞ୍ଚଳକୁ ଏହା ମଧ୍ୟରେ ୪ଥର ଗସ୍ତ କରି ବିଭିନ୍ନ ସ୍ଥାନରେ ରୋଡ଼ ସୋ, ନିର୍ବାଚନ ସଭା, ମିଶ୍ରଣ ପର୍ବ ଆଦି କରି ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛନ୍ତି । ଆଗାମୀ ଦିନରେ ତାଙ୍କର ଆହୁରି ଅନେକ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏଠାକୁ ଷ୍ଟାର ପ୍ରଚାରକ ଭାବେ ସ୍ମୃତି ଇରାନୀ ଓ ଯୋଗୀ ଅଦିତ୍ୟନାଥ ଆସିବାର କାର୍ଯ୍ୟକ୍ରମ ଅଛି । ତେଣୁ ଏହି ସବୁ ଭୋଟରଙ୍କ ଉପରେ ନିଶ୍ଚୟ ପ୍ରଭାବ ପକାଇବ ବୋଲି ଦଳ ଆଶା ରଖିଛି । ସେହିପରି ବିଜେଡିର ପ୍ରଣବ ପ୍ରକାଶ ଦାସ ମଧ୍ୟ ଏ ଅଞ୍ଚଳକୁ ଦୁଇ ତିନି ଥର ଆସିଛନ୍ତି । ରୋଡ଼ ସୋ ଏବଂ ନିର୍ବାଚନୀ ସଭା କରିଛନ୍ତି । ନିକଟ ଭବିଷ୍ୟତରେ ଏଠାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ପ୍ରଚାରରେ ଆସିବାର କାର୍ଯ୍ୟକ୍ରମ ରଖାଯାଇଛି । ଯାହାକି ଭୋଟରଙ୍କୁ ପ୍ରଭାବିତ କରିବ ବୋଲି ଦୃଢ଼ ଆଶା ରଖିଛି ଦଳ । ସେପଟେ କଂଗ୍ରେସ ପ୍ରାର୍ଥୀ ମାତ୍ର ଗୋଟିଏ ଦିନ ପୂର୍ବରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେଣୁ ଦଳର ରଣନୀତି ଓ ପ୍ରଚାର ପାଇଁ ପ୍ରସ୍ତୁତି ଚଳାଇଛି ଦଳ । ଦେଖିବାକୁ ଗଲେ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଫାଇଟ ହେବ । କିନ୍ତୁ କଂଗ୍ରେସ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।

ଏହା ମଧ୍ୟ ପଢ଼ନ୍ତୁ...ପଦଯାତ୍ରାରେ ଆସି ଆଠମଲ୍ଲିକରେ ନାମାଙ୍କନ ଭରିଲେ ହିମାଂଶୁ, 'କହିଲେ ଅଞ୍ଚଳର ବିକାଶ ଦିଗରେ କାର୍ଯ୍ୟ କରିବି' - Athmallik Assembly Constituency

ତେବେ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । ଭୋଟ ଗ୍ରହଣ କାଉଣ୍ଟ ଡାଉନ ଆରମ୍ଭ ହୋଇ ଯାଇଛି । ସବୁ ଦଳର ପ୍ରାର୍ଥୀ, ନେତା ଓ କର୍ମୀ ଭୋଟରମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ନିର୍ବାଚନ ପ୍ରଚାରକୁ ଜୋରଦାର କରିବା ସହ ପ୍ରାରରେ କମ୍ପୁଛି ଆଠମ୍ଲଲିକ । ତେବେ ଭୋଟରଙ୍କ ମୁଡ କେଉଁ ଆଡକୁ ଯାଉଛି ଏବଂ କାହା ମଥାରେ ବିଜୟ ମୁକୁଟ ପିନ୍ଧାଉଛନ୍ତି ତାହା ଜୁନ ୪ ତାରିଖରେ ଜଣାପଡିବ ।

ଇଟିଭି ଭାରତ, ଅନୁଗୋଳ

Last Updated : May 9, 2024, 6:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.