ETV Bharat / politics

ଜୟଦେବରେ ପାଣ୍ତିଆନଙ୍କ ପ୍ରଚାର: ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ, ବିଜେପି ଉପରେ ବର୍ଷିଲେ - Pandian in Jayadev - PANDIAN IN JAYADEV

Lok sabha election 2024: ଜୟଦେବରେ ଭି.କେ ପାଣ୍ତିଆନଙ୍କ ପ୍ରଚାର । ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବହୁ ମାର୍ଜିନ ଭୋଟରେ ବିଜୟୀ ପାଇଁ ଦେଲେ ଆହ୍ବାନ । ଦେଶରେ ଦରଦାମ ବୃଦ୍ଧି କଥା ଉଠାଇ ବିଜେପିକୁ କଲେ ଟାର୍ଗେଟ । ଅଧିକ ପଢନ୍ତୁ

ଜୟଦେବରେ ପାଣ୍ତିଆନଙ୍କ ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ, ବିଜେପି ଉପରେ ବର୍ଷିଲେ
ଜୟଦେବରେ ପାଣ୍ତିଆନଙ୍କ ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ, ବିଜେପି ଉପରେ ବର୍ଷିଲେ (ETV Bharat Odisha)
author img

By ETV Bharat Odisha Team

Published : May 19, 2024, 4:33 PM IST

ଜୟଦେବରେ ପାଣ୍ତିଆନଙ୍କ ପ୍ରଚାର (ETV Bharat Odisha)

ନିଆଳି: ଶନିବାର ସଂଧ୍ୟାରେ ବିଜେଡିର ଷ୍ଟାର ପ୍ରଚାରକ ଭି.କେ ପାଣ୍ତିଆନ ଜୟଦେବରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଏବଂ ଜୟଦେବ ବିଧାନସଭା ଆସନ ପ୍ରାର୍ଥୀ ନବ କିଶୋର ମଲ୍ଲିକଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ନେବେ କହି ବିପୁଳ ସଂଖ୍ୟାରେ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ପାଣ୍ତିଆନ । ବାଲିପାଟଣା ବ୍ଲକ ହାଇସ୍କୁଲ ଖେଳ ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ହଜାର ହଜାର ଉପସ୍ଥିତ ବିଜେଡି କର୍ମୀ ଓ ସମର୍ଥକମାନଙ୍କୁ ୫୦ ହଜାର ଭୋଟ ବ୍ୟବଧାନରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବା ପାଇଁ ଭୋଟରଙ୍କୁ ଅପିଲ କରିଥିଲେ ଭି.କେ ପାଣ୍ତିଆନ ।

ଲୋକଙ୍କ ଉପସ୍ଥିତି ଦେଖି ପାଣ୍ତିଆନ ଭାବ ବିହ୍ଵଳିତ ହୋଇଯାଇଥିଲେ । ପାଣ୍ତିଆନ କହିଥିଲେ, "୫୦୦ କୋଟି ଟଙ୍କା ବ୍ୟୟରେ କୁଶଭଦ୍ରା, କୁଆଖାଇଠାରେ ନିର୍ମତ ହେଉଛି ଚେକଡ୍ୟାମ । ଯାହାଦ୍ବାରା ଜୟଦେବ ଓ ଭୁବନେଶ୍ୱର ଲୋକେ ସୁବିଧା ପାଇବେ । ଜୟଦେବରେ ବିକାଶ ଆହୁରି ହେବ । ଆପଣମାନେ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରନ୍ତୁ ।" ସାଂସଦ ଅପରାଜିତାଙ୍କ ନାଁ ନନେଇ ଜୟଦେବରେ କିଛି କାମ କରିଛନ୍ତି କି ବୋଲି ଉପସ୍ଥିତ ଜୟଦେବ ଭୋଟରଙ୍କୁ ପ୍ରଶ୍ନ କରିଥିଲେ ପାଣ୍ଡିଆନ । ସେ କହିଥିଲେ, "ତାଙ୍କୁ ଖୋଜିଲେ ପାଇବେ ନାହିଁ । ଏଠାରେ ଦୁଇ ଯୁବ ପ୍ରାର୍ଥୀ ଅଛନ୍ତି ଆପଣଙ୍କ ସାଥିରେ ରହିବେ ।" ଜୟଦେବରେ ମଠ ମନ୍ଦିର,ଚର୍ଚ୍ଚ କିମ୍ବା କିଛି ଉନ୍ନତି କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି । ଏହାର ଉତ୍ତର ଆସନ୍ତା ୨୫ ତାରିଖ ଭୋଟ ଗ୍ରହଣ ଦିନ ଦେବା ପାଇଁ କହିଥିଲେ ପାଣ୍ତିଆନ । ସେହିପରି କେନ୍ଦ୍ର ସରକାର ସବୁବେଳେ ଦରଦାମରେ ବଢ଼ାଇଛି ବୋଲି ପ୍ରଶ୍ନ କରିବା ସହିତ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ କଥା ଉଠାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଜୟଦେବରେ କଂଗ୍ରେସର ରୋଡ ସୋ, ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଦମଦାର ପ୍ରଚାର - Jayadev Assembly Constituency

ସେହିପରି ଭୁବନେଶ୍ବର ଲୋକସଭା ଆସନ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ କହିଛନ୍ତି ଯେଉଁ ୨୪ ବର୍ଷ ଭରସା ଅଛି ସେଇ ଭରସା କାଏମ ରଖିବା ସହିତ ଜୟଦେବରେ ନିର୍ବାଚନ ବେଶି ମହତ୍ତ୍ବ ନାହିଁ ଏ ଜୟଦେବ ମାଟିରେ । ଜୟଦେବ ମାଟି ବିଜୁବାବୁଙ୍କ ବଗିଚା ବୋଲି କହିଛନ୍ତି । ସେହିପରି ଜୟଦେବ ବିଧାନସଭା ଆସନ ବିଜେଡି ବିଧାୟକ ପ୍ରାର୍ଥୀ ନବ କିଶୋର ମଲ୍ଲିକ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ଜୟଦେବରେ ପ୍ରତ୍ୟେକ ଘରେ ପହଞ୍ଚିବା ପାଇଁ ସଂକଳ୍ପ ନେଇଛି । ଜୟଦେବର ସାଙ୍ଗଠନିକ ଦାୟିତ୍ବରେ ଥିବା ଚନ୍ଦନ ପାତ୍ର କହିଛନ୍ତି ଆଶା ଠାରୁ ଅଧିକ ଲୋକଙ୍କ ସମାବେଶ ହେବା ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଦ୍ଵିଗୁଣିତ କରିଛି । ଜୟଦେବ ଭୋଟର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଜନମତ ଦେବେ ଏବଂ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.