ETV Bharat / politics

ନବୀନ ବାବୁଙ୍କୁ ନଜର ବନ୍ଦ କରି ରଖାଯାଇଛି: ଗିରିରାଜ ସିଂ - Giriraj Singh Campaign in Sambalpur - GIRIRAJ SINGH CAMPAIGN IN SAMBALPUR

Giriraj Singh Campaign in Sambalpur: ସମ୍ବଲପୁରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । କହିଲେ ନବୀନ ବାବୁଙ୍କୁ ନଜର ବନ୍ଦ କରି ରଖାଯାଇଛି । ଅଧିକ ପଢ଼ନ୍ତୁ

Giriraj Singh Campaign in Sambalpur
Giriraj Singh Campaign in Sambalpur (ETV Bharat Odisha)
author img

By ETV Bharat Odisha Team

Published : May 22, 2024, 8:48 PM IST

Giriraj Singh Campaign in Sambalpur (ETV Bharat Odisha)

ସମ୍ବଲପୁର: ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ପ୍ରଚାର । ଆଜି ସେ ସମ୍ବଲପୁର ଗସ୍ତରେ ଆସି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ସମ୍ବଲପୁର ସହରର ଭୂତପଡା- ସୁନାପାଲି ରାସ୍ତାର ଭିଏସ୍‌ଏସ୍‌ ଷ୍ଟାଡିୟମ ନିକଟରୁ ଖୋଲା ଜିପ୍‌ରେ ଏକ ରୋଡ୍‌ ସୋ'ରେ ବାହାରି ସୁନାପାଲି ପର୍ଯ୍ୟନ୍ତ ଯାଇଥିଲେ କେନ୍ଦ୍ରମନ୍ତ୍ରୀ । ଏହି ରୋଡ଼ ସୋ'ରେ ଶହ ଶହ ବିଜେପି କର୍ମୀ ସାମିଲ ହୋଇଥିଲେ । ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଏହି ଅବସରରେ ସେ କହିଛନ୍ତି, "ଧର୍ମେନ୍ଦ୍ର ପ୍ରଧାନ ବିକାଶ ପୁରୁଷ ଅଟନ୍ତି । ସମ୍ବଲପୁର ଲୋକସଭା ଆସନରେ ଧର୍ମେନ୍ଦ୍ର ପ୍ରଧାନ ଲକ୍ଷାଧିକ ଭୋଟରେ ବିଜୟୀ ହେବେ ଓ ସମ୍ବଲପୁର ବିଧାନସଭା ଆସନରେ ମଧ୍ୟ ବିଜେପି ବିଜୟୀ ହେବ । ଓଡ଼ିଶାର ସାଧାରଣ ଜନତା ପରିବର୍ତ୍ତନ ଚାହୁଁଛନ୍ତି । ବର୍ତ୍ତମାନ ଓଡିଶାରେ ମାଫିଆସରକାର ଚାଲିଛି । ନବୀନ ବାବୁଙ୍କୁ ନଜର ବନ୍ଦ କରି ରଖାଯାଇଛି । ଆଗକୁ ସେମାନେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଯୋଜନା କରିଛନ୍ତି ।" ତେଣୁ ଓଡିଶାର ଅସ୍ମିତା ରକ୍ଷା ପାଇଁ ଓଡ଼ିଆ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ବନାନ୍ତୁ ବୋଲି ଜନ ସାଧାରଣଙ୍କୁ ଅପିଲ କରିଛନ୍ତି ଗିରିରାଜ ସିଂ ।

ଏହା ସହିତ ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ଉପରେ ରୋକ ଲଗାଯିବା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ସେ କହିଥିଲେ, "ସମ୍ବଲପୁରରେ ଯଦି ହନୁମାନ ଜୟନ୍ତୀ ଓ ଦୁର୍ଗା ପୂଜା ପାଳନ ହେବ ନାହିଁ, ତେବେ କଣ ପାକିସ୍ତାନ, ବାଂଲାଦେଶ ଓ ମାଲେସିଆରେ ପାଳନ ହେବ ? ସମ୍ବଲପୁରରେ ବେଆଇନ ଭାବେ ରୋହିଙ୍ଗିଆ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆମ ସରକାର ଆସିଲେ ସମସ୍ତଙ୍କୁ ଚିହ୍ନଟ କରି ବାହାର କରିଦିଆଯିବ । ଆମ ସରକାର ଆସିଲେ ଚାଷୀମାନଙ୍କ ପାଇଁ MSP 3100 ଟଙ୍କାକୁ ବୃଦ୍ଧି କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ...ବିକଶିତ ଭାରତ ଓ ବିକଶିତ ଓଡ଼ିଶା ନାରା ନିର୍ବାଚନ ଜିତାଇବ: କେନ୍ଦ୍ରମନ୍ତ୍ରୀ - BJP Vijaya Sankalpa Samabesh

ସମ୍ବଲପୁରରେ ପ୍ରଚାର ସମୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମଧ୍ୟ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ବିଜେପି ସରକାର ଆସିଲେ ଓଡ଼ିଆ ପୁଅ ଝିଅ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକର ନାଁ ବଦଳେଇ ନିଜ ଯୋଜନା ବୋଲି କହିଚାଲିଛନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.