ETV Bharat / politics

ବିଜେଡି ଖୁଡ଼ୀଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସିଆ ପୁତୁରା, ଫାଇଦା ଖୋଜୁଛି ବିଜେପି - Odisha Assembly Election 2024

author img

By ETV Bharat Odisha Team

Published : May 8, 2024, 4:06 PM IST

Nabarangpur Assembly: ନବରଙ୍ଗପୁର ବିଧାନସଭା କ୍ଷେତ୍ରରେ ତ୍ରିମୁଖୀ ଲଢ଼େଇ । ବିଜେଡି ପ୍ରାର୍ଥିନୀ କୌଶଲ୍ୟା ପ୍ରଧାନୀଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସିଆ ପୁତୁରା କଂଗ୍ରେସ ପ୍ରାର୍ଥୀ ତଥା ତାଙ୍କ ପୁତୁରା ଦିଲ୍ଲୀପ ପ୍ରଧାନୀ । ସେହିପରି ବିଜେପିରୁ ଦ୍ବିତୀୟ ଥର ପାଇଁ ଟିକଟ ପାଇଛନ୍ତି ଗୌରୀଶଙ୍କର ମାଝୀ । ଅଧିକ ପଢ଼ନ୍ତୁ

Nabarangpur Assembly Constituency Fight
Nabarangpur Assembly Constituency Fight (ETV BHARAT ODISHA)

ନବରଙ୍ଗପୁର: ପାଖେଇ ଆସୁଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତାରିଖ । ନବରଙ୍ଗପୁର ବିଧାନସଭାକୁ ହାତେଇବା ପାଇଁ ବିଜେଡି, କଂଗ୍ରେସ ଓ ବିଜେପି ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ତିନି ପ୍ରମୁଖ ଦଳ ଫୁଲ୍‌ଦମରେ ପ୍ରଚାର କରୁଛନ୍ତି । ଏହି ଆସନରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି । ମୈଦାନରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରାର୍ଥୀ ତଥା ତାଙ୍କ ପୁତୁରା ଦିଲ୍ଲୀପ ପ୍ରଧାନୀ । ସେହିପରି ବିଜେପିରୁ ଦ୍ବିତୀୟ ଥର ପାଇଁ ଟିକଟ ପାଇଛନ୍ତି ଗୌରୀଶଙ୍କର ମାଝୀ ।

ନବରଙ୍ଗପୁର ଆସନରେ ଏଥର ଖୁଡୀ-ପୁତୁରାଙ୍କ ରୋଚକ ଲଢେଇ ଦେଖିବାକୁ ମିଳୁଛି । ନିର୍ବାଚନରେ ପ୍ରତିଦ୍ଵନ୍ଦ୍ବିତା କରିବାରେ ପାରିବାରିକ ସଂପର୍କ ମଧ୍ୟରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ପୂର୍ବରୁ ଉଭୟ ପ୍ରାର୍ଥୀ କହି ଆସୁଛନ୍ତି । କିନ୍ତୁ ମତଦାତା ଏହାକୁ ସହଜରେ ହଜମ କରିପାରୁନାହାନ୍ତି । କାରଣ ୨୦୨୨ ପଞ୍ଚାୟତ ନିର୍ବାଚନରେ ଦିଲ୍ଲୀପ ପାତ୍ରପୁଟ ସମିତିସଭ୍ୟ ଭାବେ ବିଜୟୀ ହୋଇଥିଲେ । ସେ ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଥିଲେ । ଏଥିପାଇଁ ଦିଲ୍ଲୀପ ଗୋଟି ଚାଳନା ଆରମ୍ଭ କରିଥିଲେ । ଶେଷ ମୁହୂର୍ତ୍ତରେ ବିଧାୟକ ସଦାଶିବ ତାଙ୍କ ପୁତୁରା ଦିଲ୍ଲୀପଙ୍କ ସବୁ ଅଙ୍କକୁ ବିଗାଡି ଦେଇଥିଲେ । ବିଜେଡିର ସ୍ବାର୍ଥ ପାଇଁ କଂଗ୍ରେସିଆ ପୁତୁରାଙ୍କ ଆଶାକୁ ଧୂଳିସାତ କରିଦେଇଥିଲେ । ସେହିଦିନ ଠାରୁ ଦାଦା-ପୁତୁରାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଛି । ଏବେ ବିଧାନସଭା ନିର୍ବାଚନ ମୈଦାନରେ ଖୁଡୀ-ପୁତୁରାଙ୍କୁ ମୁହାଁମୁହିଁ ହେବାକୁ ପଡିଛି ।

ଏହା ମଧ୍ୟ ପଢ଼ନ୍ତୁ...ନବରଙ୍ଗପୁର ମହାସଂଗ୍ରାମ: ମାଝୀ ବନାମ ମାଝୀ ଫାଇଟ, କିଏ ମାରିବ ବାଜିମାତ୍ ? - Lok Sabha Election 2024

ସେଭଳି ଦୀର୍ଘଦିନ ଧରି ବିଜେଡି ବିଧାୟକ ସଦାଶିବ ପ୍ରଧାନୀଙ୍କୁ ନେଇ ଦଳୟୀ କର୍ମୀ ମହଲରେ ଅସନ୍ତୋଷ ଭରି ରହିଛି । କୌଶଲ୍ୟାଙ୍କୁ ବିଜେଡି ଟିକଟ ଦେବା ପରେ କର୍ମୀମାନେ ଦୃଢ ବିରୋଧ କରିଥିଲେ । ଏମିତିକି କୌଶଲ୍ୟାଙ୍କ ଟିକଟକୁ ବିରୋଧ କରି ଦଳର ପୂର୍ବତନ ସଭାପତି ଅର୍ଜୁନ ତ୍ରିପାଠୀଙ୍କ ସମେତ ବହୁ ପୁରୁଖା ନେତା ଓ ତୃଣମୂଳକର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଫଳରେ ଏହି ନିର୍ବାଚନମଣ୍ଡଳୀରେ ବିଜେପିର ଶକ୍ତି ବଢିଛି । ଅର୍ଜୁନଙ୍କ ପ୍ରୟାସ କେତେ ଦୂର ସଫଳ ହେବ, ତାହା ନିର୍ବାଚନ ଫଳାଫଳ କହିବ । ବିଜେଡି ମଧ୍ୟ ଅଧିକାଂଶ ଅସନ୍ତୁଷ୍ଟ କର୍ମୀଙ୍କୁ ମନାଇବାରେ ଏକପ୍ରକାର ସଫଳ ହୋଇଛି ।

କୌଶଲ୍ୟାଙ୍କୁ ହରାଇବା ଲାଗି କଂଗ୍ରେସରୁ ତାଙ୍କ ପୁତୁରା ଦିଲ୍ଲୀପ ଏବଂ ଅନ୍ୟପଟେ ବିଜେପି ପ୍ରାର୍ଥୀ ଗୌରୀଶଙ୍କର ଜୋରଦାର ପ୍ରୟାସ କରୁଛନ୍ତି । ଅନ୍ୟପଟେ ବିଜେଡିର ବିକାଶମୂଳକ ଯୋଜନାକୁ ନେଇ କୌଶଲ୍ୟା ପ୍ରଚାର ଚଳାଇଛନ୍ତି । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ନିର୍ବାଚନୀ ସଭା କରି ଅଣଜଳସେଚିତ ଏହି ନିର୍ବାଚନମଣ୍ଡଳୀରେ ଚାଷୀଙ୍କ ପାଇଁ ଟୁରୀ-ଗୁଣିଥାଟ୍ ସେଚନ ପ୍ରକଳ୍ପ ଓ ନୂତନ ମେଗା ଜଳ ପ୍ରକଳ୍ପ ମଞ୍ଜୁର ହୋଇଥିବା କହିଛନ୍ତି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବରଙ୍ଗପୁରର ଲୋକସଭା ଆସନ ଅଧୀନରେ ଥିବା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ମୋଦିଙ୍କ ପ୍ରଚାର ପରେ ବିଜେପିକୁ କେତେ ଫାଇଦା ମିଳୁଛି ଏବଂ ତ୍ରିମୁଖୀ ଲଢେଇରେ କିଏ ବାଜି ମାରୁଛି, ତାହା ଫଳାଫଳ ପରେ ହିଁ ସ୍ପଷ୍ଟ ହେବ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.