ETV Bharat / politics

ରାଜ୍ୟ ମୁଖିଆ ନବୀନଙ୍କ ଅଭେଦ୍ୟ ଦୁର୍ଗ ହିଞ୍ଜିଳି; ଏଥର କେତେ ରହିବ ବିଜୟ ବ୍ୟବଧାନ ? - HINJILI ASSEMBLY Results 2024 - HINJILI ASSEMBLY RESULTS 2024

Hinjili Assembly Constituency Election Results 2024 and CM Naveen Patnaik: ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି । ଗତ ୫ଟି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଏଠାରେ ବିରୋଧୀଙ୍କୁ ମାତ ଦେଇଥିବାବେଳେ ୬ଷ୍ଠ ଥର ପାଇଁ ହୋଇଥିଲେ ପ୍ରାର୍ଥୀ । ଏଥର କେମିତି ରହିବ ବିଜୟ ବ୍ୟବଧାନ ?

Hinjili Assembly Constituency Election 2024
Hinjili Assembly Constituency Election 2024 (ETV Bharat Odisha)
author img

By ETV Bharat Odisha Team

Published : May 18, 2024, 7:56 PM IST

Updated : Jun 3, 2024, 10:25 PM IST

ହିଞ୍ଜିଳି (ଗଞ୍ଜାମ): ରାଜ୍ୟର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି । ଏହି ନିର୍ବାଚନ ମଣ୍ଡଳୀରୁ ଗତ ୨୦୦୦ ମସିହାରୁ କ୍ରମାଗତ ଭାବରେ ନିର୍ବାଚିତ ହୋଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ୫ଟି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଏଠାରେ ବିରୋଧୀଙ୍କୁ ମାତ ଦେବା ସହିତ ନିଜର ଅଭେଦ୍ୟ ଦୁର୍ଗ ଭାବରେ ଏହାକୁ ପରିଚିତ କରାଇବାରେ ବେଶ ସଫଳ ବିନ୍ଧାଣୀ ହୋଇପାରିଛନ୍ତି । ଚଳିତଥର ପୁଣିଥରେ ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରରିଥିଲେ ବିଜେଡି ସୁପ୍ରିମୋ । ରାଜ୍ୟରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇ ସାରା ଦେଶରେ ରେକର୍ଡ ସୃଷ୍ଟି କରିବା ଲକ୍ଷ୍ୟରେ ନବୀନ ରହିଥିବାବେଳେ ହିଞ୍ଜିଳି ଆସନରେ ଏଥର ବେଶ ସରଗରମ ରହିଥିଲା ରାଜନୀତି ପାଣିପାଗ ।

ରାଜ୍ୟ ମୁଖିଆଙ୍କ ଅଭେଦ୍ୟ ଦୁର୍ଗ ହିଞ୍ଜିଳି (ETV Bharat Odisha)

ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ: ଗଞ୍ଜାମ ଜିଲ୍ଲାର ଏହି ବିଧାନସଭା ଆସନ ସାରା ଓଡ଼ିଶାରେ ବେଶ ଗୁରୁତ୍ବ ବହନ କରେ । ପୂର୍ବରୁ କଂଗ୍ରେସର ଗଡ଼ ଭାବେ ପରିଚିତ ଏହି ଆସନ ଏବେ ବିଜେଡି ଦଖଲରେ । ନବୀନ ପଟ୍ଟନାୟକ ଆସିବା ପରେ ୨୦୦୦ ମସିହାରୁ ଏହା ବିଜେଡି ଦୁର୍ଗରେ ପରିଣତ ହୋଇଛି । କ୍ରମାଗତ ୫ ଥର ଏହି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କେବଳ ସେତିକି ନୁହେଁ, ପ୍ରତିବର୍ଷ ଏଠାରୁ ବିଜେଡି ତଥା ଏହାର ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କ ବିଜୟ ବ୍ୟବଧାନ ମଧ୍ୟ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି । ଏଥର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସମେତ ମଇଦାନରେ ରହିଥିଲେ ୧୦ ଜଣ ପ୍ରାର୍ଥୀ ।

Hinjili Assembly Constituency Election 2024
Hinjili Assembly Constituency Election 2024 (ETV Bharat Odisha)

ପ୍ରଚାର ଆରମ୍ଭ କରିଥିଲେ ନବୀନ: ଚଳିତ ସାଧାରଣ ନିର୍ବାଚନରେ କ୍ରମାଗତ ୬ଷ୍ଠ ଥର ପାଇଁ ହିଞ୍ଜିଳିରୁ ପ୍ରାର୍ଥୀ ହୋଇଥିଲେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି ସମେତ କଣ୍ଟାବାଞ୍ଜିରୁ ମଧ୍ୟ ପ୍ରାର୍ଥୀ ହୋଇଥିଲେ । ଏହାସତ୍ତ୍ବେ ରାଜ୍ୟରେ ବିଜୁ ଜନତା ଦଳର ପ୍ରଚାର ଶୁଭାରମ୍ଭ ହୋଇଥିଲା ହିଞ୍ଜିଳିରୁ । ନିଜେ ମୁଖ୍ୟମନ୍ତ୍ରୀ ଆସି ନିର୍ବାଚନ ମଣ୍ଡଳୀର ସମରଝୋଳ ଛକରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ସହିତ 5T ଓ ନବୀନ ଗ୍ୟାରେଣ୍ଟି ମନ୍ତ୍ରରେ ସମସ୍ତେ ସାମିଲ ହେବାକୁ ଆହ୍ବାନ କରିବା ସହିତ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଥିଲେ । ସେପଟେ ନିଜ ନର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁରୁ ନାମାଙ୍କନ ଭରିବା ପାଇଁ ପ୍ରଥମେ ଗଞ୍ଜାମର ଆରାଧ୍ୟ ଦେବୀ ମା' ତାରାତାରିଣୀଙ୍କ ପୀଠରେ ପୂଜାର୍ଚ୍ଚନା କରିବା ପରେ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରଠାରେ ହଜାର ହଜାର କର୍ମୀ ଓ ସମର୍ଥକଙ୍କ ଉପସ୍ଥିତିରେ ନାମାଙ୍କନ ଭରିଥିଲେ ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ...କଣ ହେବ ବରଗଡ ସମୀକରଣ; ବିଜେଡି ଛାଡୁଛନ୍ତି ନେତା, ଫାଇଦା ଉଠାଇ ପାରିବ କି ବିଜେପି ? - BARGARH POLITICAL SCENARIO

ପରିବର୍ତ୍ତନ ଆଶାରେ ବିଜେପି: ଚଳିତ ଥର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିରୋଧୀ ଦଳ ଗୁଡ଼ିକ ମଧ୍ୟ କଡ଼ା ରଣନୀତି ଆପଣାଇଥିଲେ । ଏଥର ସାଧାରଣ ନିର୍ବାଚନ ଆରମ୍ଭରୁ ହିଞ୍ଜିଳିରୁ ପରିବର୍ତ୍ତନ ଆରମ୍ଭ ହୋଇ ରାଜଧାନୀ ଭୁବନେଶ୍ବରରେ ଶେଷ କରିବାର ନାରା ଦେଉଥିଲା ବିଜେପି । ତେବେ ଭାରତୀୟ ଜନତା ପାର୍ଟି ଏଥର ଏହି ଆସନରୁ ଶିଶିର କୁମାର ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା । ଦଳ ଏହି ଆସନକୁ ମଧ୍ୟ ବେଶ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଛି । ଦଳ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏଠାକୁ ଆସି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ଅନ୍ୟପଟେ ବିଜେପି ପ୍ରାର୍ଥୀ କହିଥିଲେ, "ହିଞ୍ଜିଳିବାସୀ ଏବେ ପରିବର୍ତ୍ତନ ଚାହୁଁଛନ୍ତି । କାରଣ ସମସ୍ତେ ଜାଣିଛନ୍ତି ଯେ ଆମ ମୁଖିଆ ନବୀନ ବାବୁ ଆଉ ଶାସନରେ ନାହାନ୍ତି । ତାମିଲ ଶାସନ ଚାଲିଛି । ତେଣୁ ଏଥର ଏଥର ହିଞ୍ଜିଳି ସମେତ ସମଗ୍ର ଓଡ଼ିଶା ପରିବର୍ତ୍ତନ ହେବ ।"

ହାର ମାନିଛି କଂଗ୍ରେସ: କଂଗ୍ରେସ ଦଳରୁ ଏଠାରେ ରଜନୀକାନ୍ତ ପାଢୀ ପ୍ରାର୍ଥୀ ହୋଇଥିଲେ । ହେଲେ ଆରମ୍ଭରୁ ସେ ଦ୍ବିତୀୟରେ ରହିବେ ଫଳାଫଳ ଆସିବା ପୂର୍ବରୁ ମାନି ସାରିଥିଲେ । ରଜନୀକାନ୍ତ କହିଥିଲେ, "ବିଜେପି ଟିକଟ ବିଜେଡି କିଣି ଦେଇଛି । ସେଥିପାଇଁ ହିଞ୍ଜିଳି ବାହାରୁ ଜଣକୁ ଆଣି ପ୍ରାର୍ଥୀ କରିଛନ୍ତି । ବିଜେପି ଓ ବିଜେଡି ଉଭୟ ଦଳ ଏକ ହୋଇ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରିବା ସହ ତାଙ୍କୁ ଜିତାଇବା ପାଇଁ ଲାଗିଛନ୍ତି । ତେଣୁ ମୁଁ ଏକାକୀ କଂଗ୍ରେସ ପ୍ରାର୍ଥୀ ଭାବେ ସଙ୍ଘର୍ଷ କରୁଛି ।" ସେ ଯାହା ବି ହେଉ ବିଜେଡି ସହ ଲଢ଼ି କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିବା ସହ ବିଜେପି ତୃତୀୟ କିମ୍ବା ୪ର୍ଥରେ ରହିବ ବୋଲି ସେ କହିଥିଲେ ।

ବିଗତ ନିର୍ବାଚନ ଫଳାଫଳ-

2019: ବିଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ଥର ପାଇଁ ହିଞ୍ଜିଳିରୁ ପ୍ରାର୍ଥୀ ହୋଇଥିଲେ । ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ 94,065 ଭୋଟ ପାଇ ବିଜୟୀ ହୋଇଥିଲେ । ମୋଦି ହାୱା ଓ ପରିବର୍ତ୍ତନର ନାରା ନେଇ ମୈଦାନକୁ ଓହ୍ଲାଇଥିଲେ ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟ । ସେ 33,905 ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ । ସେହିଭଳି କଂଗ୍ରେସ ପ୍ରାର୍ଥୀ ହୋଇଥିବା ଶମ୍ଭୁ ପାଣିଗ୍ରାହୀ କେବଳ ୭,୨୬୫ ଭୋଟ ପାଇ ଅମାନତ ରକ୍ଷା କରିବାରେ ବିଫଳ ହୋଇଥିଲେ ।

2014: ସାରା ଦେଶରେ ପ୍ରଖର ମୋଦି ହାୱା ବହୁଥିବାବେଳେ ଓଡ଼ିଶାରେ କିନ୍ତୁ ନବୀନଙ୍କ ଲୋକପ୍ରିୟତାକୁ ମାତ ଦେଇପାରିନଥିଲା । ଏହି ନିର୍ବାଚନରେ ୪ର୍ଥ ଥର ପାଇଁ ହିଞ୍ଜିଳିରୁ ବିଜେଡି ପ୍ରାର୍ଥୀ ଭାବେ ଲଢ଼ି 89,267 ଭୋଟ ପାଇ ବିଜୟୀ ହୋଇଥିଲେ ନବୀନ ପଟ୍ଟନାୟକ । ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଶିବରାମ ପାତ୍ର 12,681 ଓ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର 12,283 ଭୋଟ ପାଇ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ ।

2009: ୨୦୦୯ରେ ବିଜେପି ଓ ବିଜେଡି ମେଣ୍ଟ ଭାଙ୍ଗିବା ପରେ ସାରା ଓଡ଼ିଶା ଭଳି ଏହି ଆସନରେ ପ୍ରଥମ ଥର ପାଇଁ ଏକାକୀ ଲଢ଼ିଥିଲା ବିଜେଡି । ହେଲେ ଏହାର କୌଣସି ପ୍ରଭାବ ହିଞ୍ଜିଳି ଆସନ ଉପରେ ପରିଲକ୍ଷିତ ହୋଇନଥିଲା । ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ଭାବେ ସର୍ବାଧିକ 72,942 ଭୋଟ ପାଇ ବିଜୟୀ ହୋଇଥିଲେ । ଦ୍ବିତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ରାଘବ ପରିଡା 11,669 ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର 7,389 ଭୋଟ ସହ ୩ୟରେ ରହିଥିଲେ ।

ହିଞ୍ଜିଳିକାଟୁ ବିଧାନସଭା ଆସନର ଭୋଟର ତାଲିକା

  • ମୋଟ ମତଦାତା: 2,32,109
  • ପୁରୁଷ: 1,20,889
  • ମହିଳା: 1,11,202
  • ଅନ୍ୟ ଓ ନୂତନ: 18

ଏହା ମଧ୍ୟ ପଢ଼ନ୍ତୁ...ପାଟକୁରା ନିର୍ବାଚନ ମଣ୍ଡଳୀ: ବିଜେଡିରୁ ବିଜୟ ନନ୍ଦନ, କଂଗ୍ରେସ କରୁଛି କସରତ୍‌, ବାଜି ମାରିବ କି ବିଜେପି ? - Patkura Assembly Election 2024

ହିଞ୍ଜିଳି ବିଧାନସଭା ଆସନର ନିର୍ବାଚନ ଇତିହାସ: ଦେଶରେ ସ୍ବାଧିନତା ପରେ ଗଞ୍ଜାମ ଜିଲ୍ଲାର ଏହି ହିଞ୍ଜିଳି ବିଧାନସଭା ଆସନରେ ପ୍ରଥମେ ୧୯୫୭ ମସିହାରେ ହୋଇଥିଲା ନିର୍ବାଚନ । ଏଠାରୁ ପ୍ରଥମ ବିଧାୟକ ଭାବରେ ଭରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବୃନ୍ଦାବନ ନାୟକ ବିଜୟୀ ହୋଇଥିଲେ । ଏହାପରେ ବୃନ୍ଦାବନ ନାୟକ କ୍ରମାଗତ ୭ ଥର ଏହି ଆସନରୁ ବିଧାୟକ ଭାବେ ବିଜୟୀ ହୋଇ ରେକର୍ଡ କରିଥିଲେ । ୧୯୫୭ ପରେ ୧୯୬୧ ଓ ୧୯୬୭ ନିର୍ବାଚନରେ ଜାତୀୟ କଂଗ୍ରେସରୁ ନିର୍ବାଚିତ ହୋଇଥିବା ବୃନ୍ଦାବନ ୧୮୭୧ ଓ ୧୯୭୪ ମସିହାରେ ଉତ୍କଳ କଂଗ୍ରେସରୁ ଓ ୧୯୭୭ରେ ପୁଣି ଥରେ ଜାତୀୟ କଂଗ୍ରେସରୁ ହିଞ୍ଜିଳି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

୧୯୮୦ରେ ଜନତା ଦଳରୁ ଏହି ଆସନରେ ପୁଣିଥରେ ବିଜୟୀ ହୋଇଥିଲେ ବୃନ୍ଦାବନ ନାୟକ । ପରବର୍ତ୍ତୀ ସମୟରେ ୧୯୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରୁ ଉଦୟନାଥ ନାୟକ, ୧୯୯୦ ମସିହାରେ ଜନତା ଦଳରୁ ହରିହର ସାହୁ ଜିତିଥିଲେ । ଏହି କଂଗ୍ରେସର ଗଡ଼ରେ ପ୍ରଥମେ ୨୦୦୦ ମସିହାରେ ଶଙ୍ଖ ବଜାଇ ପ୍ରଥମ ଥର ପାଇଁ ବିଜୟୀ ହୋଇଥିବା ବିଜୁ ଜନନା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରବର୍ତ୍ତୀ ସମୟରେ ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ବିରୋଧିଙ୍କୁ ମାତ ଦେଇ ନିଜ ଅଭେଦ୍ୟ ଗଡ଼ରେ ସ୍ଥିତି ବଜାୟ ରଖିଛନ୍ତି । ହେଲେ ଏହି ଆସନ ଏବେ ଯାଏଁ ବିଜେପି ଦଖଲକୁ ଯାଇ ନାହିଁ ।

ଇଟିଭି ଭାରତ, ଗଞ୍ଜାମ

Last Updated : Jun 3, 2024, 10:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.