ETV Bharat / politics

‘ମୁଖ୍ୟମନ୍ତ୍ରୀଙ୍କ ବିବଶତାକୁ ନେଇ ଦଳେ ଗ୍ୟାଙ୍ଗ କରିଛନ୍ତି, ରାଜ୍ୟରେ ଆଉଟସୋର୍ସ ଶାସନ ଚାଲିଛି’ - Dharmendra pradhan targets bjd - DHARMENDRA PRADHAN TARGETS BJD

Dharmendra Pradhan Targets BJD: ବିଜେଡି ଉପରେ ବର୍ଷିଲା ବିଜେପି । ବିଜେପି ସାଂସଦ ଜିତିଲେ ମୋଦି ପ୍ରଧାନମନ୍ତ୍ରୀ ହେବେ, ବିଜେଡି ଜିତିଲେ କିଏ ହେବ ପ୍ରଧାନମନ୍ତ୍ରୀ ବୋଲି ପ୍ରଶ୍ନ କଲେ ଧର୍ମେନ୍ଦ୍ର । ଅଧିକ ପଢନ୍ତୁ

କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେଡି ବିରୋଧରେ ବର୍ଷିଲା ବିଜେପି, ଧର୍ମେନ୍ଦ୍ର କହିଲେ ବିଜେଡି ସାଂସଦ ଜିତିଲେ ପ୍ରଧାନମନ୍ତ୍ରୀ କିଏ ହେବ
କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେଡି ବିରୋଧରେ ବର୍ଷିଲା ବିଜେପି, ଧର୍ମେନ୍ଦ୍ର କହିଲେ ବିଜେଡି ସାଂସଦ ଜିତିଲେ ପ୍ରଧାନମନ୍ତ୍ରୀ କିଏ ହେବ (ETV Bharat Odisha)
author img

By ETV Bharat Odisha Team

Published : May 19, 2024, 9:14 AM IST

Updated : May 19, 2024, 12:59 PM IST

‘ମୁଖ୍ୟମନ୍ତ୍ରୀଙ୍କ ବିବଶତାକୁ ନେଇ ଦଳେ ଗ୍ୟାଙ୍ଗ କରିଛନ୍ତି, ରାଜ୍ୟରେ ଆଉଟସୋର୍ସ ଶାସନ ଚାଲିଛି’ (ETV Bharat Odisha)

ଭୁବନେଶ୍ବର: ‘‘ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ପର୍ଯ୍ୟଟକ କୁହାଯାଉଛି । ଏମାନେ କ’ଣ ପର୍ଯ୍ୟଟକ କି ? ଏହା ଓଡ଼ିଶାବାସୀ କେବେ ସହିବେ ନାହିଁ । ଏଇଟା କ’ଣ ତୁମର ଜାଗିର କି ? ଏଠି କ’ଣ ‘ମେରୀ ରାୟ ଶାସନ’ ଚାଲିବ ? ଏଠି କ’ଣ ଏକଛତ୍ରବାଦ ଶାସନ ଚଳାଇଛନ୍ତି କି ? ଦାଦନ, ଜଳସେଚନ, ଶିକ୍ଷା ସମସ୍ୟା ପଚାରିଲେ ଉତ୍ତର ଦେଇ ପାରୁନାହାନ୍ତି । ଏମାନଙ୍କ ପାଖରେ ଉତ୍ତର ନାହିଁ । ସତ ପଚାରିଲେ କଷ୍ଟ ହେଉଛି । ଗୁମାସ୍ତା ବାବୁ କହୁଛନ୍ତି ହାରିଲେ ରାଜନୀତି ଛାଡ଼ିଦେବି ।’’ ଏପରି ଶବ୍ଦ ସହ ବିଜେଡି ସରକାର ଓ ଭିକେ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଚଳିତ ଥରର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ଗତକାଲି (ଶନିବାର) ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରି ଧର୍ମେନ୍ଦ୍ର ବିଜେଡି ସରକାର ଉପରେ ଏପରି ଢଙ୍ଗରେ ବର୍ଷିଛନ୍ତି । ବୈଠକରେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ସଭାପତି ମନମୋହନ ସାମଲ ଓ ପ୍ରତାପ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗର ନବୀନ ସରକାର ଓ ବିଜେଡିକୁ ଟାର୍ଗେଟ କରିଥିଲେ ।

ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଦୀର୍ଘ ଦିନର ଅତ୍ୟାଚାରର ସମାପ୍ତ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ କୂଟନୈତିକ ଦକ୍ଷତା କାରଣରୁ ଋଷ-ୟୁକ୍ରେନ ଯୁଦ୍ଧ ଅଟକାଇ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଫେରାଇ ଆଣାଯାଇ ପାରିଥିଲା । ପ୍ରତି ବୁଥରୁ ଭୋଟ ଆଣିବା ପାଇଁ ଏହି କିଛି ଦିନ କଠିନ ପରିଶ୍ରମ କରିବାକୁ ପଡ଼ିବ । ସେହିପରି ଅପରାଜିତା ଷଡଙ୍ଗୀ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଛନ୍ତି, କେନ୍ଦ୍ରରେ ମୋଦି ଆସିବେ ଓ ଓଡ଼ିଶାରେ ସରକାର ପରିବର୍ତ୍ତନ କରି ବିଜେପି ସରକାର କରିବା ପାଇଁ ଆମର ଲକ୍ଷ୍ୟ ରହିଛି । ନିର୍ଣ୍ଣାୟକ ନିଷ୍ପତ୍ତିର ସମୟ ଆସିଯାଇଛି । ଏଥର ବିଜେପିକୁ ଜିତିବାର ଅଛି । 25 ତାରିଖ ସକାଳ 7ଟାରୁ 5ଟା ପର୍ଯ୍ୟନ୍ତ ମତଦାନ ହେବ । ପ୍ରତି ବିଧାନସଭାରେ ବୁଥରେ ବସିବାକୁ ଥିବା କାର୍ଯ୍ୟକର୍ତ୍ତାଙ୍କର ଦୁଇ ଘଣ୍ଟିଆ ଟ୍ରେନିଂ ହେବ ।

ଏହା ମଧ୍ୟ ପଢନ୍ତୁ:- EXCLUSIVE: 'ବିଜେପି ବିଜେଡି ନୁହେଁ କଂଗ୍ରେସକୁ ଓଡ଼ିଶାବାସୀ ଜିତାଇ କ୍ଷମତାକୁ ଆଣିବେ' - ETV BHARAT EXCLUSIVE

ସେହିପରି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ଦୁଇ ଜଣ ଲୋକ ହେଲିକପ୍ଟରରେ ବୁଲୁଛନ୍ତି । ଭିଡ଼ିଓ କରୁଛନ୍ତି, ତାକୁ ଲୋକ ମିମ୍‌ କଲେଣି । ସଭା କରୁଛନ୍ତି, ହେଲେ ଲୋକ ହେଉନାହାନ୍ତି । ଜୁନ 4 ପାଇଁ ପ୍ରଧାନମନ୍ତ୍ରୀ ବାର୍ତ୍ତା ଦେଇ ଯାଇଛନ୍ତି । ଜୁନ 10 ତାରିଖ ପାଇଁ ନିମନ୍ତ୍ରଣ ଦେଇ ଯାଇଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ନବୀନ ପଟ୍ଟନାୟକ 25 ବର୍ଷ ରହିଲେଣି । କିନ୍ତୁ ଓଡ଼ିଶାକୁ ତଳ ଆଡୁ ବି 5 ନମ୍ବର ସ୍ଥାନକୁ ଆଣିପାରି ନାହାନ୍ତି ନବୀନ । ଲୋକେ ଗାଁ ଗାଁରେ କହିଲେଣି, ଓଡ଼ିଶାରେ ପରିବର୍ତ୍ତନ ଆସିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 19, 2024, 12:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.