ETV Bharat / politics

ରଣପୁରରେ ରାଜନାଥଙ୍କ ଋଣହୁଙ୍କାର: ବିଜେଡି ଓ କଂଗ୍ରେସକୁ କଲେ ଟାର୍ଗେଟ, ସମ୍ବିତ-ସୁରମାଙ୍କ ପାଇଁ ମାଗିଲେ ଭୋଟ - RAJNATH SINGH IN ODISHA

author img

By ETV Bharat Odisha Team

Published : May 11, 2024, 8:28 AM IST

Updated : May 11, 2024, 8:42 AM IST

RAJNATH SINGH ODISHA VISIT: ନୟାଗଡ ଜିଲ୍ଲା ରଣପୁରରେ ଗର୍ଜିଲେ ରାଜନାଥ । କଂଗ୍ରେସ 50 ବର୍ଷ ଓ ବିଜେଡି 25 ବର୍ଷ ଶାସନରେ ଓଡିଶାରେ କିଛି ହୋଇନାହିଁ । ବିଜେପି ସରକାର ଆସିଲେ ମୋଦିି ଗ୍ୟାରେଣ୍ଟି ପୂରଣ ହେବ ବୋଲି କହି ସମ୍ବିତ ଓ ସୁରମାଙ୍କ ପାଇଁ ମାଗିଲେ ଭୋଟ । ଅଧିକ ପଢନ୍ତୁ

ପ୍ରତିରକ୍ଷା ମନ୍ତ୍ରୀଙ୍କ ରଣପୁରରେ ନିର୍ବାଚନୀ ପ୍ରଚାର
ପ୍ରତିରକ୍ଷା ମନ୍ତ୍ରୀଙ୍କ ରଣପୁରରେ ନିର୍ବାଚନୀ ପ୍ରଚାର (Pic-ETV Bharat Odisha)
ରଣପୁରରେ ରାଜନାଥଙ୍କ ଋଣହୁଙ୍କାର (video- ETV Bharat Odisha)

ନୟାଗଡ଼: ନିର୍ବାଚନ ପ୍ରଚାର ପାଇଁ ବିଜେପିର କେନ୍ଦ୍ରୀୟ ତଥା ଶୀର୍ଷ ନେତୃମଣ୍ଡଳୀ ବାରମ୍ବାର ଓଡିଶା ଗସ୍ତ କରିବା ଜାରି ରଖିଛନ୍ତି । ଏହିକ୍ରମରେ ଗତକାଲି (ଶୁକ୍ରବାର) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୟାଗଡ ଜିଲ୍ଲା ରଣପୁର ଗସ୍ତରେ ଆସି ଦଳର ‘ବିଜୟ ସଂକଳ୍ପ ସମାବେଶ’ରେ ଯୋଗ ଦେଇଛନ୍ତି । ଅପରାହ୍ନ ୫ଟାରେ ରଣପୁର ପଞ୍ଚୁଦୋଳ ପଡିଆରେ ଆୟୋଜିତ ସମାବେଶରେ ଯୋଗଦେଇ ରାଜନାଥ ଉଭୟ ସ୍ଥାନୀୟ ବିଧାୟିକା ପ୍ରାର୍ଥିନୀ ସୁରମା ପାଢୀ ଏବଂ ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ବିଜୟୀ କରିବା ପାଇଁ ଅନୁରୋଧ କରିଛନ୍ତି । ଏହାସହ ସେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟରେ ଦୀର୍ଘ 24 ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଓ ପୂର୍ବରୁ ଶାସନରେ ଥିବା କଂଗ୍ରେସ ଉପରେ ବର୍ଷିଛନ୍ତି । ବିଜେପି ଯାହା ପ୍ରତିଶ୍ରୁତି ଦିଏ, ତାହା ପୂରଣ କରି ଦେଖାଏ । ରାଜ୍ୟରେ ମଧ୍ୟ ବିଜେପି ସରକାର ଗଠନ କଲେ ‘ମୋଦି ଗ୍ୟାରେଣ୍ଟି’ କାର୍ଯ୍ୟକାରୀ ହେବ ବୋଲି ରାଜନାଥ କହିଛନ୍ତି ।

ରାଜନାଥ କାର୍ଯ୍ୟକ୍ରମରେ ଉପସ୍ଥିତ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କୁ ଧନ୍ଯବାଦ ଦେବା ସହ ଦୁଇ ପ୍ରାର୍ଥୀଙ୍କ ଗୁଣଗାନ କରିଥିଲେ । ସୁରମା ଏବଂ ସମ୍ବିତଙ୍କୁ ଜିତାଇଲେ ଏବଂ ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା ଥିଲେ ଉଭୟ ରାଜ୍ଯ ଏବଂ କେନ୍ଦ୍ରରେ ମନ୍ତ୍ରୀ ପଦ ପାଇପାରନ୍ତି ବୋଲି ରାଜନାଥ କହିଥିଲେ । ନିଜ ଭାଷଣରେ ରାଜନାଥ କଂଗ୍ରେସ ଉପରେ ବର୍ଷିଥିଲେ । କଂଗ୍ରେସ ନିଜ ଶାସନ କାଳରେ ସମ୍ବିଧାନ ପ୍ରଦତ୍ତ କ୍ଷମତା ଅପବ୍ୟବହାର କରିଥିଲା ଏବଂ ବହୁବାର ଲୋକତନ୍ତ୍ରର ହତ୍ଯା କରିଥିଲା ବୋଲି ମଧ୍ୟ ରାଜନାଥ କହିଥିଲେ ।

ଏହା ମଧ୍ୟ ପଢନ୍ତୁ:- କାହା ଦଖଲକୁ ଯିବ ପୁରୀ ଲୋକସଭା ଆସନ ? ବିଜୟ ବାନା ଉଡାଇବ ବିଜେଡି, ନା ତାଜ ପିନ୍ଧିବେ ସମ୍ବିତ - Puri Lok Sabha Constituency

ଆହୁରି ମଧ୍ୟ ରାଜନାଥ କହିଥିଲେ ଯେ, ବିଜେପି ତାର ବିଜୟ ଅଭିଯାନ ସୁରଟରୁ ଆରମ୍ଭ କରିସାରିଛି ଏବଂ ଏଥର ୪୦୦ ପାର୍ ନିଶ୍ଚିତ । ଓଡିଶାକୁ କଂଗ୍ରେସ ୫୦ ବର୍ଷ ଏବଂ ବିଜେଡି ୨୫ ବର୍ଷ ଶାସନ କରିଥିବା ବେଳେ ରାଜ୍ୟର ବିକାଶ ଦିଗରେ ଉଭୟ ଦଳ କିଛି କରିନାହାନ୍ତି । କଂଗ୍ରେସକୁ ଲୋକେ ପ୍ରତ୍ଯାଖ୍ଯାନ କରିସାରିଛନ୍ତି ଏବଂ ଏଥର ବିଜେଡିକୁ ମଧ୍ୟ ପ୍ରତ୍ଯାଖ୍ଯାନ କରିବାର ଆଭାସ ମିଳିସାରିଲାଣି । ବିଜେପି ଯାହା କୁହେ ତାହା କରେ । ତେଣୁ ମୋଦି ଯେଉଁ ଗ୍ଯାରେଣ୍ଟି ଦେଇଛନ୍ତି ତାହା ନିଶ୍ଚିତ ପୁରଣ କରାଯିବ ବୋଲି ରାଜନାଥ କହିଥିଲେ । ରାଜନାଥଙ୍କ ଗସ୍ତକୁ ନେଇ ବିଜେପି ଶିବିରରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ଯକ୍ରମରେ ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ରଣପୁର ବିଧାୟିକା ପ୍ରାର୍ଥିନୀ ସୁରମା ପାଢୀଙ୍କ ସମେତ ବିଜେପିର ଅନ୍ଯାନ୍ଯ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ନୟାଗଡ଼

Last Updated : May 11, 2024, 8:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.