ETV Bharat / politics

ବିଜେପି ଶୀର୍ଷ ନେତାଙ୍କ ପ୍ରେସମିଟ: ‘ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ପାଇଁ ନବୀନ ଦାୟୀ, ଜାରି ହେଉଛି ନବୀନଙ୍କ ଡିପଫେକ ଭିଡିଓ ’ - BJP Target CM Naveen - BJP TARGET CM NAVEEN

Lok Sabha Election 2024: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଜାରି ରହିଥିବା ବେଳେ ନବୀନ ଓ ବିଜେଡି ବିରୋଧରେ ବର୍ଷିଲା ବିଜେପି । ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କ ସମେତ 5 ଶୀର୍ଷ ନେତା କଲେ ଏକକାଳୀନ ପ୍ରେସମିଟ । ଲକ୍ଷଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଠାରୁ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପର୍ଯ୍ୟନ୍ତ ବର୍ଷିଲା ଦଳ । ଅଧିକ ପଢନ୍ତୁ

ଭୋଟିଂ ଡେ’ରେ ବିଜେପି ଶୀର୍ଷ ନେତାଙ୍କ ପ୍ରେସମିଟ: ‘ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ପାଇଁ ନବୀନ ଦାୟୀ, ଜାରି ହେଉଛି ନବୀନଙ୍କ ଡିପଫେକ ଭିଡିଓ ’
ଭୋଟିଂ ଡେ’ରେ ବିଜେପି ଶୀର୍ଷ ନେତାଙ୍କ ପ୍ରେସମିଟ: ‘ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ପାଇଁ ନବୀନ ଦାୟୀ, ଜାରି ହେଉଛି ନବୀନଙ୍କ ଡିପଫେକ ଭିଡିଓ ’ (ETV Bharat Odisha)
author img

By ETV Bharat Odisha Team

Published : May 13, 2024, 12:10 PM IST

Updated : May 13, 2024, 1:03 PM IST

ବିଜେପି ଶୀର୍ଷ ନେତାଙ୍କ ପ୍ରେସମିଟ (PIC-ETV Bharat Odisha)

ଭୁବନେଶ୍ବର: ‘କନ୍ଧମାଳରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଦାୟୀ । ସେତେବେଳେ ସ୍ବାମିଜୀଙ୍କ ଜୀବନ ପ୍ରତି ବିପଦ ଥିଲା, ସେ ପୋଲିସ ଠାରୁ ସୁରକ୍ଷା ମାଗିଥିଲେ, ମାତ୍ର ତାଙ୍କୁ ସୁରକ୍ଷା ଦେବା ବଦଳରେ ତାଙ୍କର ସଶସ୍ତ୍ର ଅଙ୍ଗରକ୍ଷୀଙ୍କୁ ପ୍ରତ୍ୟାହାର କରାଗଲା । ଏହି ହତ୍ୟାକାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଦାୟୀ । ଗୃହ ବିଭାଗ ତାଙ୍କ ଅଧୀନରେ ରହିଛି । କେବଳ ଏତିକି ନୁହେଁ, ଏହି ହତ୍ୟାକାଣ୍ଡରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ବାପାଙ୍କ ଭୂମିକା ମଧ୍ୟ ବେଶ ସନ୍ଦେହଜନକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ପ୍ରଚାର ପାଇଁ ଆର୍ଟିଫିସିଆଲ ଇନଟେଲିଜେନ୍ସି (ଏଆଇ) ସଫ୍ଟଓ୍ବେର ‘ଡିପଫେକ୍‌’ ବ୍ୟବହାର କରି କରାଯାଉଛି । ନବୀନଙ୍କୁ କଣ୍ଢେଇ ପରି ନଚାଯାଉଛି ।’’ ଆଜି ଏହି ତମାମ ପ୍ରସଙ୍ଗରେ ରାଜ୍ୟ ବିଜେପି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସରକାର ଉପରେ ବର୍ଷିଛି । ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ଆଜି ରାଜ୍ୟ ବିଜେପିର ତମାମ ଶୀର୍ଷ ନେତା ଭୁବନେଶ୍ବରରେ ପ୍ରେସମିଟ୍‌ କରି ବିଜେଡି ସରକାରକୁ ଘେରିଛନ୍ତି ।

ପ୍ରେସମିଟରେ ଦଳର 4 ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ସଭାପତି ମନମୋହନ ସାମଲ ମିଳିତ ପ୍ରେସମିଟ କରିଛନ୍ତି । ସାଂସଦ ପ୍ରତାପ ଷଡଙ୍ଗୀ କନ୍ଧମାଳ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡରେ ସିଧା ବିଜେଡିକୁ ଦାୟୀ କରିଛନ୍ତି । ଏହି ହତ୍ୟାକାଣ୍ଡରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ବାପାଙ୍କ ଭୂମିକା ସନ୍ଦେହଜନକ । ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ବରେ ଥିଲେ । ହେଲେ ତାଙ୍କ ପ୍ରତି ବିପଦ ଥିବା ଜାଣି ସତ୍ତ୍ବେ ତାଙ୍କ ସୁରକ୍ଷା ପ୍ରତ୍ୟାହାର କରାଗଲା । ତାଙ୍କୁ ଯୋଜନାବଦ୍ଧ ଭାବେ ଜଣେ ସମାଜସେବୀ, ସନ୍ଥଙ୍କୁ ହତ୍ୟା କରାଗଲା ବୋଲି କହିଛନ୍ତି ପ୍ରତାପ ।

ସେହିପରି ଅପରାଜିତା ଷଡଙ୍ଗୀ ଶ୍ରୀମନ୍ଦିରରେ ପରିକ୍ରମା ପ୍ରକଳ୍ପ କଥା ଉଠାଇ ବର୍ଷିଛନ୍ତି । ଶ୍ରୀ ଜଗନ୍ନାଥଙ୍କ ଉନ୍ନତିମୂଳକ କାମରେ କେହି ବାଧା ସୃଷ୍ଟି କରୁନାହାନ୍ତି । 4,200 କୋଟିର ବଜେଟ ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରାଯାଇ ଏହି ପ୍ରକଳ୍ପ କରାଗଲା । କିନ୍ତୁ ଯେଉଁ ଢଙ୍ଗରେ କାର୍ଯ୍ୟକାରୀ କରାଯାଉଛି, ତାହା ସନ୍ଦେହଜନକ । ତାକୁ ବିରୋଧ କରାଯାଉଛି ଓ ପ୍ରଶ୍ନ କରାଯାଉଛି । ପାଣ୍ଡିଆନଙ୍କୁ ପରୋକ୍ଷରେ ଟାର୍ଗେଟ କରି ଅପରାଜିତା କହିଛନ୍ତି, ସେ ସାନବାବୁରୁ ବଡବାବୁ ହେବାକୁ ପ୍ରୟାସ କରୁଛନ୍ତି । କିନ୍ତୁ ଏବେ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ସମୟ ଆସିଛି । ରାଜ୍ୟକୁ ନେତା ନା କ୍ରୀତଦାସ ଆବଶ୍ୟକ ତାହା ସ୍ଥିର କରିବାକୁ ପଡିବ ।

ଏହା ମଧ୍ୟ ପଢନ୍ତୁ :- ଆଜି ପ୍ରଥମ ପର୍ଯ୍ୟାୟ ଭୋଟ, ୨୮ ବିଧାନସଭା ଆସନରେ ନେତା ବାଛୁଛନ୍ତି ଜନତା - Odisha Assembly election 2024

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ପ୍ରଚାର ଭିଡିଓକୁ ନେଇ ଟାର୍ଗେଟ କରିଛନ୍ତି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସଫ୍ଟଓ୍ବେର ‘ଡିପଫେକ’ ବ୍ୟବହାର କରି ନବୀନଙ୍କ ଭିଡିଓ ପ୍ରସ୍ତୁତ କରାଯାଉଛି ବୋଲି ବୈଜୟନ୍ତ କହିଛନ୍ତି । ନବୀନଙ୍କ ଅଗୋଚରରେ ତାଙ୍କୁ କଣ୍ଢେଇ ପରି ନଚାଯାଉଛି ବୋଲି ବୈଜୟନ୍ତ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟ ଅସ୍ମିତା କଥା କହି ସରକାରକୁ ଟାର୍ଗେଟ କରିଛନ୍ତି । ତାଙ୍କ ନାମରେ ବିଭିନ୍ନ ସମାଲୋଚନା ମୂଳକ କଥା ଶୁଣିବାକୁ ମିଳୁଛି । ବିଜେଡି ନେତାମାନେ ଏହି ସମାଲୋଚନା କରୁଛନ୍ତି । ସେ ଏହାକୁ ଭ୍ରୁକ୍ଷେପ କରନ୍ତି ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି । ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡିଶା 2036ରେ ଶତବର୍ଷିକୀ ପାଳନ କରିବାକୁ ଯାଉଛି । ହେଲେ ରାଜ୍ୟ ଏବେ କେଉଁ ସ୍ତରରେ ପହଞ୍ଚିଛି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ରାଜ୍ୟ ବିଜେଡି କ୍ୟାମ୍ପରୁ ଏହି ପ୍ରେସମିଟ ନେଇ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 13, 2024, 1:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.