ETV Bharat / politics

ଦେଶର ପ୍ରଗତିରୁ ଓଡ଼ିଶା ବଞ୍ଚିତ, ବିଜେପି ଆସିଲେ ଲକ୍ଷ ଲକ୍ଷ ରୋଜଗାର ମିଳିବ: ବିଜେପି - BJP Press Meet - BJP PRESS MEET

Lok Sabha Election 2024: ''ଦେଶର ପ୍ରଗତିରୁ ଓଡ଼ିଶା ବଞ୍ଚିତ । 25 ବର୍ଷରେ ଓଡ଼ିଶାକୁ ଏକ ନମ୍ବର କରିପାରିଥାନ୍ତେ । ରାଜ୍ୟ ବହୁ ଆଗକୁ ଯାଇପାରିଥାନ୍ତା ହେଲେ ଯାଇପାରିନି ।'' ସାମ୍ବାଦିକ ସମ୍ମିଳନୀରେ ଏମିତି ବିଜେଡି ସରକାରକୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଅଧିକ ପଢନ୍ତୁ

ଦେଶର ପ୍ରଗତିରୁ ଓଡ଼ିଶା ବଞ୍ଚିତ, ବିଜେପି ଆସିଲେ ଲକ୍ଷ ଲକ୍ଷ ରୋଜଗାର ମିଳିବ: ବିଜେପି
ଦେଶର ପ୍ରଗତିରୁ ଓଡ଼ିଶା ବଞ୍ଚିତ, ବିଜେପି ଆସିଲେ ଲକ୍ଷ ଲକ୍ଷ ରୋଜଗାର ମିଳିବ: ବିଜେପି (ETV Bharat Odisha)
author img

By ETV Bharat Odisha Team

Published : May 7, 2024, 1:46 PM IST

Updated : May 7, 2024, 6:14 PM IST

ଦେଶର ପ୍ରଗତିରୁ ଓଡ଼ିଶା ବଞ୍ଚିତ, ବିଜେପି ଆସିଲେ ଲକ୍ଷ ଲକ୍ଷ ରୋଜଗାର ମିଳିବ: ବିଜେପି (ETV Bharat Odisha)

ଭୁବନେଶ୍ୱର: ''10 ବର୍ଷ ଭିତରେ ମୋଦିଙ୍କ ନେତୃତ୍ୱରେ ଭାରତ ବହୁ ଆଗକୁ ଯାଉଛି । ଅନ୍ୟ ଦେଶ ମୋଦିଙ୍କ ସାହାଯ୍ୟ ଲଢୁଛନ୍ତି । ଭାରତ ତୃତୀୟ ବଡ ଅର୍ଥନୀତି ହେବାକୁ ଯାଉଛି । ହେଲେ ଦେଶର ଏହି ପ୍ରଗତିରୁ ବଞ୍ଚିତ ହେଉଛି ଓଡ଼ିଶା । 25 ବର୍ଷରେ ଓଡ଼ିଶାକୁ ଏକ ନମ୍ବର କରିପାରିଥାନ୍ତେ । ଓଡ଼ିଶା ବହୁ ଆଗକୁ ଯାଇପାରିଥାନ୍ତା ହେଲେ ଯାଇପାରିନି । ବିଜେପି ଯେଉଁ ସଂକଳ୍ପ ପତ୍ର ଦେଇଛି, ତାହା ଓଡ଼ିଶାର ଅର୍ଥନୈତିକ ସ୍ଥିତି ଆଗକୁ ବଢ଼ାଇବା ପାଇଁ । କୃଷି କ୍ଷେତ୍ରରେ ବିଜେଡି 17 ବର୍ଷ ତଳେ କହିଥିଲା 33 ପ୍ରତିଶତ ଜମି ଜଳସେଚନ ହେବ ହେଲେ କରିପାରିଲେ ନାହିଁ । ଚାଷୀ ହନ୍ତସନ୍ତ ହେଉଛନ୍ତି । ବିଜେପି ସରକାରକୁ ଆସିଲେ ଜଳସେଚନ ପ୍ରକଳ୍ପ କରି ଦେଖାଇବୁ ।'' ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏମିତି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ ବୈଜୟନ୍ତ ପଣ୍ଡା ।

ସେ ଆହୁରିମଧ୍ୟ କହିଛନ୍ତି ଯେ, ବିଜେପିର ସଂକଳ୍ପ 2029 ସୁଦ୍ଧା ଓଡ଼ିଶାରେ ଜଳସେଚନ 3 ଗୁଣା ବଢିବ । ଏହାସହ ଧାନର ଏମଏସପି 3100 କରାଯିବ । 48 ଘଣ୍ଟାରେ ଡିବିଟି ମାଧ୍ୟମରେ ଚାଷୀଙ୍କୁ ଆକାଉଣ୍ଟକୁ ଟଙ୍କା ପହଞ୍ଚିଯିବ । ମତ୍ସ୍ୟଜୀବୀଙ୍କ ପାଇଁ 10 ହଜାର ଆର୍ଥିକ ସହାୟତା ମିଳିବ । ବିଗତ 25 ବର୍ଷର ବିଜେଡି ଶାସନରେ ରାଜ୍ୟରେ ଲକ୍ଷାଧିକ ପଦପଦବୀ ଖାଲି ପଡିଛି । ଓଡ଼ିଶାର ଯୁବକ ରୋଜଗାର ପାଇଁ ବାହାର ରାଜ୍ୟକୁ ଖଟିବାକୁ ଯାଉଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ 85 ହଜାର ସରକାରୀ ପଦବୀ ପୂରଣ ହେବ । ଦେଢ଼ ଲକ୍ଷ ଚାକିରି ଦିଆଯିବ । ଓବିସି ଏବଂ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ଗୁରୁତ୍ୱ ଦିଆଯିବ ।

ସେହିପରି ରାଜ୍ଯରେ 75 ହଜାର କିଲୋମିଟର ପକ୍କା ରାସ୍ତା ତିଆରି ହେବ । ଭିତ୍ତିଭୂମିର ବିକାଶ ହେଲେ ରାଜ୍ୟକୁ ଶିଳ୍ପ ଆସିବା ସହଜ ହୋଇଯିବ ଏବଂ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସମ୍ବଲପୁର, ରାଉରକେଲା, ଧାମରା, ପାରାଦ୍ବୀପକୁ ନେଇ ଇଣ୍ଡଷ୍ଟ୍ରିଆଲ କରିଡର ହେବ । ସେହିପରି ଖୁବଶୀଘ୍ର ବିଜେଡି ସରକାର ଏକ୍ସାପାରୀ ହେବ ଏବଂ ଜୁନ 10 ତାରିଖରେ ଓଡ଼ିଶାରେ ବିଜେପି ନୂଆ ସରକାର ଗଠନ ହେବ ଏବଂ ଓଡ଼ିଶାରେ ଓଡ଼ିଆଙ୍କ ଦ୍ବାରା ସୁଶାସନ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ।

ଏହା ମଧ୍ୟ ପଢନ୍ତୁ: ମୋଦି ନାରାରେ କମ୍ପିଲା କନିଷି, 'ଜୁନ୍ ୧୦ରେ ବିଜେପି ସରକାରର ଶପଥ ଗ୍ରହଣ, ଓଡ଼ିଶାରେ ବିଜେଡି ଅସ୍ତଗାମୀ' - PM Modi Address Rally In Berhampur

ଏହାପୂର୍ବରୁ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଆସନ୍ତା ମାସ ୪ ତାରିଖରେ ସମଗ୍ର ଦେଶରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ । ଏହି ଦିନ ଓଡ଼ିଶାର କାୟା ପଲଟିବ । ଦୀର୍ଘ ୨୫ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାରର ଜୁନ୍ ୪ ତାରିଖ ହେଉଛି ଏକ୍ସପାରୀ ଡେଟ୍ । ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଆମେ ସଙ୍କଳ୍ପପତ୍ରର ଗୋଟିଏ ଗୋଟିଏ ପ୍ରତିଶ୍ରୁତି ପୂରଣ କରିବୁ । ଏହା ମୋଦିର ଗ୍ୟାରେଣ୍ଟି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : May 7, 2024, 6:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.