ETV Bharat / politics

ପୁରୀରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ଜୟନ୍ତ ଷଡଙ୍ଗୀଙ୍କ ଜୋରଦାର ପ୍ରଚାର - BJP campaign in Puri

Lok Sabha Election 2024: ପୁରୀରେ ବିଜେପି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର । ପାରମ୍ପାରିକ ବାଦ୍ୟ, ନୃତ୍ୟ ସହ ଶୋଭାଯାତ୍ରାରେ ସହର ୱାର୍ଡରୁ ୱାର୍ଡ ବୁଲି ଭୋଟ ଭିକ୍ଷା କରୁଛନ୍ତି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାନସଭା ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 11, 2024, 11:53 AM IST

Updated : May 11, 2024, 5:58 PM IST

ପୁରୀରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ଜୟନ୍ତ ଷଡଙ୍ଗୀଙ୍କ ଜୋରଦାର ପ୍ରଚାର
ପୁରୀରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ଜୟନ୍ତ ଷଡଙ୍ଗୀଙ୍କ ଜୋରଦାର ପ୍ରଚାର (ETV bHARAT Odisha)
ଜୟନ୍ତ ଷଡଙ୍ଗୀଙ୍କ ଜୋରଦାର ପ୍ରଚାର (ETV Bharat Odisha)

ପୁରୀ: ନିର୍ବାଚନ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ଚଳିତ ନିର୍ବାଚନରେ ରାଜ୍ୟରେ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ଉଭୟ ଦଳ ନିଜର ବିଜୟକୁ ନେଇ ଦୃଢୋକ୍ତି କରୁଥିବା ବେଳେ ପ୍ରାର୍ଥୀମାନେ ମଧ୍ୟ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ଏହି କ୍ରମରେ ପୁରୀରେ ମଧ୍ୟ ରାଜନୈତିକ ପାରା ହାଇ ରହିଛି । ବିଜେଡି ଜୋରଦାର ପ୍ରଚାର କରୁଥିବା ବେଳେ ବିଜେପି ପ୍ରାର୍ଥୀମାନେ ମଧ୍ୟ ଭୋଟରଙ୍କ ମନ ଜିତିବାକୁ ଘର ଘର ବୁଲୁଛନ୍ତି । ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାନସଭା ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ସହରର ବିଭିନ୍ନ ୱାର୍ଡକୁ ୱାର୍ଡ ବୁଲି ପ୍ରଚାର କରୁଛନ୍ତି ।

ପାରମ୍ପରିକ ବାଦ୍ୟ, ନୃତ୍ୟ ସହ ଶୋଭାଯାତ୍ରାରେ ପୁରୀ ସହରର ବିଭିନ୍ନ ସାହି ପରିକ୍ରମା କରୁଛନ୍ତି ସମ୍ବିତ ପାତ୍ର ଓ ଜୟନ୍ତ ଷଡ଼ଙ୍ଗୀ । ଲୋକଙ୍କୁ ସିଧାସଳଖ ଭେଟି ଭୋଟ ଭିକ୍ଷା କରୁଛନ୍ତି । ମୋଦିଜୀଙ୍କ ସୁଶାସନ, ବିକାଶମୂଳକ କାର୍ଯ୍ୟ, ସହର ପାଇଁ ଥିବା ଆଗାମୀ ଭିଜନ ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି ନେତା । ଏହି ଅବସରରେ ସମ୍ବିତ ପାତ୍ର କହିଛନ୍ତି ଯେ, ଲୋକେ ନରେନ୍ଦ୍ର ମୋଦିଙ୍କୁ ଭଲ ପାଉଛନ୍ତି । ଆମ ଭିତରେ ସେମାନେ ମୋଦିଙ୍କ ପ୍ରତିବିମ୍ବ ଦେଖୁଛନ୍ତି । ଆମେ ତାଙ୍କର ପ୍ରତିନିଧି । ପ୍ରତ୍ୟେକ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦ ହଜାର ଟଙ୍କାର ଭାଉଚର୍ ପ୍ରଦାନ ଘୋଷଣା, ଚାଷୀଙ୍କୁ ୩୧୦୦ ଟଙ୍କା ଫସଲ ବିକ୍ରୟ ଦର ଦେବା ନିଷ୍ପତ୍ତି ପରେ ମୋଦିଜୀଙ୍କୁ ପୁଣି ଦେଶର ଶାସନ ଭାର ଦେବା ପାଇଁ ଲୋକେ ନିଷ୍ପତ୍ତି ନେଇ ସାରିଲେଣି । ଏଣୁ ଆଗାମୀ ନିର୍ବାଚନରେ ମୋଦିଜୀ ନିଶ୍ଚିତ ସରକାର ଗଠନ ସହିତ ପୁରୀରେ ପଦ୍ମ ଫୁଟିବ ବୋଲି କହିଛନ୍ତି ସମ୍ବିତ ପାତ୍ର ।

ଏହା ମଧ୍ୟ ପଢନ୍ତୁ: ନବରଙ୍ଗପୁର ରାଜନୀତି; ବଙ୍ଗାଳୀ ଭୋଟରଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ - Lok Sabha Election 2024

ସେପଟେ ନିର୍ବାଚନ ପ୍ରଚାରକୁ ନେଇ ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ଯେ, ଆମେ ସାହି ସାହି ବୁଲି ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରୁଛୁ । ମୁଁ ଲୋକଙ୍କ ସହ ୩୦ ବର୍ଷ ହେବ ଅଛି । କାଉନସିଲର, ନଗରପାଳ ଭାବେ ଲୋକଙ୍କ ସେବା କରି ସେମାନଙ୍କ ହୃଦୟରେ ରହିଛି । ନିର୍ବାଚନରେ ଉଡା କାଉ ଆସି ନିର୍ବାଚନ ଲଢ଼ୁଛନ୍ତି । ହେଲେ ଲୋକମାନେ ନିଷ୍ପତ୍ତି ନେଇ ସାରିଲେଣି କାହାକୁ ପୁରୀ ଦାୟିତ୍ଵ ଦେବେ । ଉଡା କାଉ ଉଡ଼ିଯିବେ ହେଲେ ସେ ଘର ପୁଅ ଘରେ ରହିବେ । ଏଣୁ ଆଗାମୀ ନିର୍ବାଚନରେ ପୁରୀରେ ବିଜେପି ବିପୁଳ ବିଜୟ ହାସଲ କରିବ । ମୋଦିଜୀଙ୍କ ସୁଶାସନ, ଗରୀବ କଲ୍ୟାଣ ଯୋଜନା ପାଇଁ ମୋଦିଜୀଙ୍କ ଲୋକପ୍ରିୟତା ବେଶ୍ ରହିଛି । ଆଗାମୀ ନିର୍ବାଚନରେ ମୋଦିଜୀ ୪୦୦ରୁ ଅଧିକ ସିଟରେ ବିଜୟୀ ହୋଇ ସରକାର ଗଠନ କରିବା ସହ ଓଡ଼ିଶାରେ ବିଜେପି ସରକାର ଗଠନ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଜୟନ୍ତ ଷଡ଼ଙ୍ଗୀ ।

ଇଟିଭି ଭାରତ, ପୁରୀ

Last Updated : May 11, 2024, 5:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.