ETV Bharat / politics

‘ସେମାନେ ଦକ୍ଷ ଅଧିକାରୀ, ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ ଓ ବିଜେପିର ପ୍ରରୋଚନା’ - BJD leader VK Pandian

BJD leader vk pandian on ECI action: ଦୁଇ CMO ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ପାଣ୍ଡିଆନଙ୍କ ସମାଲୋଚନା । ନବୀନଙ୍କ ଲୋକପ୍ରିୟତା ହଜମ କରିପାରୁନି ବିଜେପି । ଦକ୍ଷ ଅଧିକାରୀଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଅତି ଦୁର୍ଭାଗ୍ୟଜନକ ବୋଲି କହିଲେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 29, 2024, 11:51 AM IST

Updated : May 29, 2024, 12:52 PM IST

‘ସେମାନେ ଦକ୍ଷ ଅଧିକାରୀ, ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ ଓ ବିଜେପିର ଯୋଜନା ’
‘ସେମାନେ ଦକ୍ଷ ଅଧିକାରୀ, ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ ଓ ବିଜେପିର ଯୋଜନା ’ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ମତଦାନର ଠିକ ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (CMO)ରେ କାର୍ଯ୍ୟରତ ଦୁଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୋଧରେ ନିର୍ବାଚନ ଆୟୋଗ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ‘ସିଏମଓ’ର ସ୍ବତନ୍ତ୍ର ସଚିବ ତଥା ବରିଷ୍ଠ ଆଇପିଏସ ଡି.ଏସ କୁଟ୍ଟେଙ୍କୁ ନିଲମ୍ବିତ କରିବା ସହ ଅନ୍ୟ ଜଣେ ଆଇଜି ପାହ୍ୟାର ଅଧିକାରୀ ଆଶିଷ ସିଂଙ୍କର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ କାଉଣ୍ଟର କରିଛନ୍ତି ବିଜେଡିର ଚର୍ଚ୍ଚିତ ନେତା ତଥା 5-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଏହା ଅତି ଦୁର୍ଭାଗ୍ୟଜନକ କାର୍ଯ୍ୟାନୁଷ୍ଠାନ ଓ ବିଜେପି ପ୍ରରୋଚନାରେ ହୋଇଛି ବୋଲି ପାଣ୍ଡିଆନ କହିଛନ୍ତି ।

ଦୁଇ CMO ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ପାଣ୍ଡିଆନଙ୍କ ସମାଲୋଚନା (ETV Bharat Odisha)

ଆଜି ପ୍ରେସମିଟରେ ପାଣ୍ଡିଆନ କହିଛନ୍ତି, ଉଭୟ ଅଧିକାରୀ ଦକ୍ଷ ପୋଲିସ ଅଧିକାରୀ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ସେମାନେ ମାଓ ଅଞ୍ଚଳରେ ଉଲ୍ଲେଖନୀୟ ଦକ୍ଷତାର ସହ କାମ କରି କର୍ତ୍ତବ୍ୟନିଷ୍ଠତାର ପରିଚୟ ଦେଇଛନ୍ତି । ଗଜପତି, ମାଲକାନଗିରି ପରି ମାଓପ୍ରବଣ ଜିଲ୍ଲାରେ କାମ କରିବା ବେଳେ ସେମାନଙ୍କର ଜୀବନକୁ ମଧ୍ୟ ବାଜିରେ ଲଗାଇଛନ୍ତି । ସେମାନେ ଜାତୀୟସ୍ତରରେ ମଧ୍ୟ ପୁରସ୍କୃତ ହୋଇସାରିଛନ୍ତି । ତଥାପି ତାଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ଏପରି କାର୍ଯ୍ୟାନୁଷ୍ଠାନ ଅତି ଦୁର୍ଭାଗ୍ୟଜନକ । କେବଳ ବିଜେପି ପ୍ରରୋଚନାରେ ଏପରି କରାଯାଇଛି । ସେମାନେ (ବିଜେପି) ବିଜେଡିର ଲୋକପ୍ରିୟତାକୁ ହଜମ କରିପାରୁନାହାନ୍ତି । ସେମାନେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ସାମ୍ନାରେ ଛିଡା ହୋଇ ପାରିବେନାହିଁ । ତେଣୁ ବିଜେପି ଏପରି କରିବାରେ ଲାଗିଛନ୍ତି ।

9 ତାରିଖ ସାଢେ 11ରୁ 1ଟା ମଧ୍ୟରେ ଶପଥ ନେବେ ଭୁମିପୁତ୍ର :-

ନବୀନଙ୍କୁ ଭୂମିପୁତ୍ର ଭାବେ ଚିତ୍ରଣ କରି ପାଣ୍ଡିଆନ କହିଛନ୍ତି, 9 ଜୁନରେ ଭୂମିପୁତ୍ର ଶପଥ ଗ୍ରହଣ କରିବେ । ପୂର୍ବାହ୍ନ ସାଢେ 11ରୁ ଅପରାହ୍ନ ଗୋଟାଏ ମଧ୍ୟରେ ଶପଥଗ୍ରହଣ ସମାରୋହ ଶେଷ ହେବ । ସେ କେବଳ ଓଡିଆ କୁହନ୍ତି ନାହିଁ ବରଂ ଓଡିଶାବାସୀଙ୍କ ହୃଦୟରେ ଅଛନ୍ତି । ସେ ହିଁ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ସସ୍‌ପେଣ୍ଡ, ଆଶିଷ ସିଂହଙ୍କ ମେଡିକାଲ ଟେଷ୍ଟ ନିର୍ଦ୍ଦେଶ - IPS DS Kutey Suspended

ଏଠାରେ ସୂଚନାଯୋଗ୍ୟ ଯେ, ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ଅଭିଯୋଗରେ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ନିର୍ବାଚନ ଆୟୋଗଙ୍କ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ର ସ୍ବତନ୍ତ୍ର ସଚିବ ତଥା ବରିଷ୍ଠ ଆଇପିଏସ୍‌ ଅଧିକାରୀ ଧୀରେନ୍ଦ୍ର ଶମ୍ଭାଜୀ କୁଟ୍ଟେ ଓରଫ ଡିଏସ୍‌ କୁଟ୍ଟେ ନିଲମ୍ବିତ କରିଥିଲେ । ମେଡିକାଲ ଗ୍ରାଉଣ୍ଡରେ ଛୁଟିରେ ଥିବା ଆଇପିଏସ୍‌ ଅଧିକାରୀ ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ ଆୟୋଗ । ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି । ବିଜେପି ପ୍ରେସମିଟ ଏହି ଦୁଇ ଅଧିକାରୀଙ୍କ ଭୂମିକାକୁ ସମାଲୋଚନା କରିଛି । ବିଜେଡି ମଧ୍ୟ ନିଜକୁ ଡିଫେଣ୍ଡ କରିବାରେ ପଛରେ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 29, 2024, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.