ETV Bharat / politics

କାହା ସପକ୍ଷରେ ଯିବ ରେଶମ ସହର ଜନାଦେଶ: ମୋଦିଙ୍କ ଅବକି ବାର ୪୦୦ ପାର୍ ନା 5ଟି ନବୀନ ଗ୍ୟାରେଣ୍ଟି - BERHAMPUR LOK SABHA CONSTITUENCY - BERHAMPUR LOK SABHA CONSTITUENCY

Berhampur Lok Sabha Result 2024: କିଏ ଦଖଲ କରିବ ବ୍ରହ୍ମପୁର ଲୋକସଭା ଆସନ । ମୋଦିଙ୍କ ଅବକି ବାର ୪୦୦ ପାର୍ ନାରା କାର୍ଯ୍ୟ କରିବ ନାଁ ରାଜ୍ୟର ଶାସକ ବିଜେଡି ଦଳର 5ଟି ନବୀନ ଗ୍ୟାରେଣ୍ଟି । ଆଉ ଏହାରି ମଧ୍ୟରେ ନିଜର ପୁରାତନ ଗଡକୁ ଫେରାଇ ଆଣିବାରେ କେତେ ସଫଳ ହେବ କଂଗ୍ରେସ । ଅଧିକ ପଢନ୍ତୁ

berhampur lok sabha constituency
berhampur lok sabha constituency (ETV Bharat Odisha)
author img

By ETV Bharat Odisha Team

Published : May 11, 2024, 8:21 PM IST

ବ୍ରହ୍ମପୁର: କାହା ମୁଣ୍ଡରେ ବ୍ରହ୍ମପୁର ଆଶୀର୍ବାଦ । ରାତି ପାହିଲେ ଫୈସଲା । ଭୋଟର ମଧ୍ୟ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । କିଏ ମାରିବ ବାଜି ଏହା ଉପରେ ପୁରା ରେଶମ ସହରବାସୀଙ୍କ ନଜର ରହିଛି । ଆଉ କିଛି ଘଣ୍ଟାର ଅପେକ୍ଷା । ଆସିବ ଜନାଦେଶ 2024 ।

berhampur lok sabha constituency (ETV Bharat Odisha)

ତ୍ରିମୁଖୀ ଲଢେଇ: ବ୍ରହ୍ମପୁର ଲୋକସଭା ଆସନରେ ରହିଛି ସାତୋଟି ବିଧାନସଭା । ସେଥିରୁ ଗଞ୍ଜାମ ଜିଲ୍ଲାର ପାଞ୍ଚୋଟି ଆସନ ଯଥା- ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ଦିଗପହଣ୍ଡି, ଚିକିଟି ବିଧାନସଭା ରହିଥିବା ବେଳେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଏବଂ ମୋହନା ବିଧାନସଭାକୁ ନେଇ ଗଠିତ ଏହି ସଂସଦୀୟ କ୍ଷେତ୍ର । ଚଳିତ ନିର୍ବାଚନକୁ ନେଇ ଲାଗିରହିଛି ନାନା କଳ୍ପନା ଜଳ୍ପନା । କାରଣ ଏଠାରେ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହି ଆସୁଥିବା ଗୋପାଳପୁରର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ବିଜେପି ଦଳ ପ୍ରାର୍ଥୀ କରିଥିବା ବେଳେ ଶାସକ ବିଜେଡି ଦଳରୁ ଏଠାରେ ବିଜେପି ଦଳ ଛାଡି ବିଜେଡିରେ ଯୋଗ ଦେଇଥିବା ଭୃଗୁବକ୍ସି ପାତ୍ର ପ୍ରାର୍ଥୀ ହୋଇଥିଲେ । ସେପଟେ କଂଗ୍ରେସ ଦଳରୁ ରଶ୍ମୀରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଭିନ୍ନ ଦଳ ଏବଂ ସ୍ୱାଧିନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୧ ଜଣ ପ୍ରାର୍ଥୀ ଓ ପ୍ରାର୍ଥିନୀ ମଇଦାନକୁ ଓହ୍ଲାଇଥିଲେ ।

berhampur lok sabha constituency
berhampur lok sabha constituency (ETV Bharat Odisha)

ବ୍ରହ୍ମପୁରରେ 2009 ନିର୍ବାଚନ ଫଳାଫଳ: ଯଦି ପୂର୍ବ ନିର୍ବାଚନ କଥା ଦେଖିବା ତେବେ 2009 ମସିହାରେ ବିଜେଡି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର 3,19,839 ଭୋଟ ପାଇ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କୁ ହରାଇ ବିଜୟୀ ହୋଇଥିଲେ । ସିଦ୍ଧାନ୍ତ ମହାପାତ୍ରଙ୍କୁ 3,19,839 ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସର ଚନ୍ଦ୍ରଶେଖର ସାହୁଙ୍କୁ 2,62,552 ଭୋଟ ମିଳିଥିଲା । ସେହିପରି ବିଜେପିର ଭରତ ପାଇକ 78,929 ଖଣ୍ଡ ଭୋଟ ପାଇଥିଲେ ।

2014 ନିର୍ବାଚନ ଫଳାଫଳ: 2014 ନିର୍ବାଚନରେ ମଧ୍ୟ ରିପିଟ କରି ପୁଣି ଗଡ ହାତେଇଥିବା ବିଜେଡି । ସିଦ୍ଧାନ୍ତ ମହାପାତ୍ର ପୁରୁଣା ନେତାଙ୍କୁ ହରାଇ 3,98,107 ଖଣ୍ଡ ଭୋଟ ପାଇଁ ବାଜି ମାରିଥିଲେ । ସିଦ୍ଧାନ୍ତ ମହାପାତ୍ର 3,98,107 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କ ଖାତାରେ ପଡିଥିଲା 2,70,387 ଭୋଟ । ଅନ୍ୟପଟେ ବିଜେପି ପ୍ରାର୍ଥୀ ରାମଚନ୍ଦ୍ର ପଣ୍ଡା 1,58,811 ଖଣ୍ଡ ଭୋଟ ପାଇଥିଲେ ।

2019 ନିର୍ବାଚନ ଫଳାଫଳ: 2019 ମସିହାରେ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା ଶାସକ ଦଳ । । ନିକଟତମ ପ୍ରତିଦ୍ବନ୍ଦୀ ରହିଥିବା କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁକୁ ଦଳକୁ ଆଣି ପୁଣି ବାଜି ମାରିଥିଲା । ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ 4,43,843 ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିର ଭୃଗୁବକ୍ସି ପାତ୍ର 3,48,999 ଭୋଟ ପାଇଥିବା ବେଳେ କଂଗ୍ରେସର ଭି.ଚନ୍ଦ୍ରଶେଖର ନାଇଡୁଙ୍କୁ 1,42,632 ଖଣ୍ଡ ଭୋଟ ମିଳିଥିଲା ।

ବ୍ରହ୍ମପୁର ଲୋକସଭା ଆସନର ଇତିହାସ:
ଦେଶରେ ସ୍ୱାଧୀନତା ପରେ ପ୍ରଥମେ ଏହା ଦକ୍ଷିଣ ଗଞ୍ଜାମ ନାମରେ ଏହା ପରିଚିତ ରହିଥିବା ବେଳେ ପ୍ରଥମେ 1952 ମସିହାରେ କମୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର ପ୍ରାର୍ଥୀ ଭାବରେ ବିଜୟ ଚନ୍ଦ୍ର ଦାଶ ବିଜୟୀ ହୋଇ ପ୍ରଥମ ସାଂସଦ ଭାବରେ ଦେଶର ସର୍ବୋଚ୍ଚ ଗଣତନ୍ତ୍ରର ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଥିଲେ । ଏହାପରେ 1957 ମସିହାରେ ଭାରତୀୟ ଜାତୀୟ କଂଗ୍ରେସରୁ ମୋହନ ନାୟକ ବିଜୟୀ ହୋଇଥିବା ବେଳେ ଉତ୍ତର ଗଞ୍ଜାମରୁ 1952 ଏବଂ 1957ରେ କ୍ରମାଗତ ଭାବରେ ଦୁଇଥର ଉମାଚରଣ ନାୟକ ସ୍ୱାଧିନ ପ୍ରାର୍ଥୀ ଭାବରେ ବିଜୟୀ ହୋଇଥିଲେ । ପରବର୍ତ୍ତୀ ସମୟରେ ଏହାର ନାମକୁ ପରିବର୍ତ୍ତନ କରି ଛତ୍ରପୁର ସଂସଦୀୟ କ୍ଷେତ୍ର କରାଯାଇଥିବା ବେଳେ 1962 ମସିହାରେ ସାଧାରଣ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସରୁ ଅନନ୍ତ ତ୍ରିପାଠୀ ଏବଂ 1967 ରୁ ଭାରତୀୟ ଜାତୀୟ କଂଗ୍ରେସରୁ ଜଗନ୍ନାଥ ରାଓ ନିର୍ବାଚିତ ହୋଇଥିଲେ ।

Berhampur Lok Sabha Election 2024
Berhampur Lok Sabha Election 2024 (ETV Bharat Odisha)

ଏହା ପରେ 1971 ମସିହାର ସାଧାରଣ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନ ନାମକରଣ ହୋଇଥିବା ବେଳେ 1971 ମସିହାରୁ 1977, 1980, 1984 ମସିହା ପର୍ଯ୍ୟନ୍ତ ଭାରତୀୟ ଜାତୀୟ କଂଗ୍ରେସର ଜଗନ୍ନାଥ ରାଓ ବିଜୟୀ ହୋଇଥିଲେ । ସେହିପରି 1989 ଓ 1991 ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସରୁ ଗୋପିନାଥ ଗଜପତି 1996 ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ ଏହି ଆସନରୁ ପ୍ରତିଦ୍ବନ୍ଦୀତା କରି ବିଜୟୀ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: କାହା ମୁଣ୍ଡରେ କଳାହାଣ୍ଡି କଳସ: ରାଜ୍ କରିବେ ରାଣୀ ନା ଅଙ୍କ ବିଗାଡ଼ିବେ ବିଜେଡି-କଂଗ୍ରେସ ? - KALAHANDI LOK SABHA CONSTITUENCY

ସେହିପରି 1998 ମସିହାରେ ଏହି ଆସନରୁ କଂଗ୍ରେସ ଦଳରୁ ଶ୍ରୀମତି ଜୟନ୍ତୀ ପଟ୍ଟନାୟକ, 1999 ମସିହାରେ ଭାରତୀୟ ଜନତା ପାର୍ଟିରୁ ଅନାଦି ଚରଣ ସାହୁ, 2004 ମସିହାର ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ନିର୍ବାଚିତ ହୋଇଥିବା ବେଳେ 2009 ଏବଂ 2014 ମସିହାରେ ଏଠାରୁ ବିଜୁ ଜନତା ଦଳରୁ ଲଗାତାର ଭାବେ ସିଦ୍ଧାନ୍ତ ମହାପାତ୍ର ଏବଂ 2019ରେ କଂଗ୍ରେସ ଦଳ ଛାଡି ବିଜେଡିରେ ଯୋଗଦାନ କରିବା ପରେ ବିଜୟୀ ହୋଇଥିଲେ । ହେଲେ ଚଳିତଥର ରାଜ୍ୟରେ ହେବାକୁ ରହିଥିବା ପ୍ରଥମ ପ୍ରର୍ଯ୍ୟାୟର ମତଦାନ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ହେଉଥିବା ବେଳେ ଏହାକୁ ନେଇ ରାଜନୀତି ଏକପ୍ରକାର ସରଗରମ ରହିଥିବା ଦେଖିବାକୁ ମିଳିଛି ।

2024ରେ କିଏ କେଉଁ ଦଳରୁ ପ୍ରାର୍ଥୀ ?

ବିଜେପିରୁ ପ୍ରଦୀପ ପାଣିଗ୍ରାହୀ: ବ୍ରହ୍ମପୁର ଲୋକସଭା ଆସନ ପାଇଁ ଚଳିତଥର ନିର୍ବାଚନରେ ବିଜେପି ଦଳରୁ ପ୍ରାର୍ଥୀ ହୋଇଥିଲେ ଡ.ପ୍ରଦୀପ କୁମାର ପାଣିଗ୍ରାହୀ । ରାଜ୍ୟ ରାଜନୀତିରେ ଗତ କିଛି ମାସ ଧରି ଚର୍ଚ୍ଚାରେ ରହି ଆସୁଥିବା ପ୍ରଦୀପ ପାଣିଗ୍ରାହୀ କ୍ରମାଗତ ଭାବରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବିଧାନସଭା ଆସନରୁ ବିଜୁ ଜନତା ଦଳରୁ ବିଧାୟକ ଭାବରେ ନିର୍ବାଚିତ ହେଉଥିଲେ । ହେଲେ ଚଳିତ ନିର୍ବାଚନ ପୂର୍ବରୁ ଦଳ ସହିତ ପ୍ରଦୀପଙ୍କର ମତଭେଦ ପରେ ତାଙ୍କୁ ଦଳୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିବା ଏବଂ ବ୍ରହ୍ମପୁର ଲୋକସଭା ପାର୍ଥୀ ହୋଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି । ପ୍ରଦୀପଙ୍କୁ ନେଇ ଗତ କିଛି ମାସ ଧରି ରାଜ୍ୟ ରାଜନୀତି ଏକପ୍ରକାର ଚର୍ଚ୍ଚା ଲାଗିରହିଛି । ଛାତ୍ର ରାଜନୀତିରୁ ସକ୍ରିୟ ରହି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସଭାପତି ଠାରୁ ଆରମ୍ଭ ହୋଇଥିବା ପ୍ରଦୀପଙ୍କ ରାଜନୈତିକ କ୍ୟାରିଅର୍ ଦୀର୍ଘ ବର୍ଷ ଧରି ଗଞ୍ଜାମ ଜିଲ୍ଲାରୁ ବିଜେଡି ଦଳର ଆଗଧାଡିର ନେତା ଭାବରେ କାର୍ଯ୍ୟ କରିବା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକଦା ଆନୁଗତ୍ୟ ରହିବା ସହିତ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ପ୍ରତିନିଧି ରୂପେ କାର୍ଯ୍ୟ କରିବା ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଆସିଛନ୍ତି ପ୍ରଦୀପ ।

ବିଜେଡି ପ୍ରାର୍ଥୀ ଭୃଗୁବକ୍ସି ପାତ୍ର: ବ୍ରହ୍ମପୁର ଲୋକସଭା ଆସନ ପାଇଁ ଚଳିତଥର ନିର୍ବାଚନରେ ଶାସକ ବିଜେଡି ଦଳରୁ ପ୍ରାର୍ଥୀ ହୋଇଥିଲେ ଭୃଗୁବକ୍ସି ପାତ୍ର । ଭାରତୀୟ ଜନତା ପାର୍ଟିରେ ଗତ 2019 ସାଧାରଣ ନିର୍ବାଚନରେ ବିଜେପି ଦଳରୁ ପ୍ରାର୍ଥୀ ହୋଇ ପ୍ରତିଦ୍ୱନ୍ଦ୍ବିତା କରିଥିବା ରାଜ୍ୟ ବିଜେପିର ଏହି ବରିଷ୍ଠ ନେତା ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଦଳର ଟିକେଟ ବଣ୍ଟନ ଏବଂ ଅନ୍ୟ କେତେକ କାର୍ଯ୍ୟରେ ଅସନ୍ତୋଷ ହୋଇଥିଲେ । ଏହାପରେ ବର୍ଷ ବର୍ଷ ଧରି ରହିଆସିଥିବା ଭାରତୀୟ ଜନତା ପାର୍ଟି ଛାଡି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡି ଦଳରେ ଯୋଗ ଦେବ ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ଏହି ଆସନ ଟିକଟ ପାଇ ପୁଣି ଦ୍ୱିତୀୟ ଥର ପାଇଁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ବିତା କରୁଥିବା ଦେଖାଯାଇଛି ।

କଂଗ୍ରେସ ପ୍ରାର୍ଥୀ ରଶ୍ମୀରଞ୍ଜନ ପଟ୍ଟନାୟକ: ବ୍ରହ୍ମପୁର ସହରର ରଶ୍ମୀରଞ୍ଜନ ପଟ୍ଟନାୟକ ଜଣେ ଉଚ୍ଚଶିକ୍ଷିତ । କେମିକାଲ ଇଞ୍ଜିନିୟର ଭାବରେ ଦୀର୍ଘ ବର୍ଷ ଧରି ରାଜ୍ୟ ବାହାରେ କାର୍ଯ୍ୟ କରିବା ସହିତ ଜଣେ ସଫଳ ବ୍ୟବସାୟୀ ଭାବରେ ପରିଚିତ । ରଶ୍ମୀରଞ୍ଜନ ଦୀର୍ଘ ବର୍ଷ ଧରି କଂଗ୍ରେସ ଦଳରେ କାର୍ଯ୍ୟ କରି ଆସୁଥିବା ବେଳେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ସକ୍ରିୟ ନେତା ଭାବରେ କାର୍ଯ୍ୟ କରି ଆସୁଥିଲେ । କଂଗ୍ରେସର ଅଲ ଇଣ୍ଡିଆ କୃଷକ ସେଲର ଜଣେ ଆଗଧାଡିର ନେତା ଭାବରେ ପରିଚିତ ରହିଥିବା ରଶ୍ମୀରଞ୍ଜନ ବର୍ତ୍ତମାନ କଂଗ୍ରେସ ପିସିସି ସଂପାଦକ ରହିଆସିଥିବା ବେଳେ ପ୍ରଥମଥର ପାଇଁ ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି । ଜଣେ ନେତା ନୁହେଁ ବ୍ରହ୍ମପୁର ମାଟିର ପୁଅ ଭାବରେ ରହିବାକୁ ଆହ୍ୱାନ କରି ସେ ଚଳିତ ନିର୍ବାଚନରେ ଓହ୍ଲାଇଥିବା ଦେଖିବାକୁ ମିଳିଛି ।

ବ୍ରହ୍ମପୁର ଲୋକସଭା ଆସନର ଭୋଟର ତାଲିକା: ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅଞ୍ଚଳରେ ମୋଟ ମତଦାତା ୧୫,୬୭,୬୨୫ ରହିଥିବା ବେଳେ ପୁରୁଷ ମତଦାତାଙ୍କ ସଂଖ୍ୟା ୭,୮୬,୦୫୦ ଏବଂ ମହିଳା ମତଦାତାଙ୍କ ସଂଖ୍ୟା ୭,୮୧,୪୩୦ ରହିଛି । ଅନ୍ୟ ଓ ନୂତନ ଭୋଟର ୧୪୫ ରହିଛନ୍ତି । 2019 ମସିହାରେ ମୋଟ ମତଦାନ ପ୍ରତିଶତ 65.90 ରହିଥିବା ବେଳେ ୨୦୧୪ରେ ମୋଟ ଭୋଟର ମତଦାନ ପ୍ରତିଶତ 67.90 ରହିଥିଲା । ସେହିପରି ୨୦୦୯ରେ ମୋଟ ଭୋଟର ମତଦାନ ପ୍ରତିଶତ 58.92 ରହିଥିଲା ।ଏବେ ଦେଖିବାକୁ ବାକି ରହିଲା କାହା ମୁଣ୍ଡରେ ରହିବ ବ୍ରହ୍ମପୁର କଳସ ।

ମୋହନାଦାଶରଥୀ ଗମାଙ୍ଗୋକଂଗ୍ରେସ
ପାରଳାଖେମୁଣ୍ଡିକେ ନାରାୟଣ ରାଓବିଜେପି
ଚିକିଟିଉଷା ଦେବୀବିଜେଡି
ଛତ୍ରପୁରସୁବାଷ ଚନ୍ଦ୍ର ବେହେରାବିଜେଡି
ବ୍ରହ୍ମପୁରବିକ୍ରମ ପଣ୍ଡାବିଜେଡି
ଗୋପାଳପୁରପ୍ରଦୀପ ପାଣିଗ୍ରାହୀବିଜେଡି
ଦିଗପହଣ୍ଡିସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରବିଜେଡି

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.