ETV Bharat / politics

ଲୋକସଭା ଲଢ଼େଇ: ଦ୍ବିତୀୟ ପର୍ଯ୍ୟାୟରେ ମୈଦାନରେ ଦିଗ୍ଗଜ ପ୍ରାର୍ଥୀ , 5 ଆସନରୁ କେଉଁ ଦଳକୁ କେତେ  ? - SECOND PHASE LOK SABHA VOTING - SECOND PHASE LOK SABHA VOTING

Odisha Second Phase Lok Sabha Voting: ସୋମବାର ରାଜ୍ୟର 5 ଲୋକସଭା ଆସନରେ ଭୋଟିଂ । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସିକାରେ ପଡ଼ିବ ଭୋଟ । ସମସ୍ତ ଆସନରେ ବିଜେପି ଓ ବିଜେଡି ମଧ୍ୟରେ ହେଉଛି କଡ଼ା ଟକ୍କର । ୨୦୧୯ରେ ଏହି ୫ ଆସନ ମଧ୍ୟରୁ ୩ଟିରେ ବିଜେପି ଏବଂ ୨ଟିରେ ବିଜେଡି ବିଜୟୀ ହୋଇଥିଲା ।

ଲୋକସଭା ଦ୍ବିତୀୟ ପର୍ଯ୍ୟାୟ ଫାଇଟ: ସୋମବାର 5 ଆସନରେ ଭୋଟିଂ, ମୈଦାନରେ ବହୁ ହେଭିଓ୍ବେଟ
ଲୋକସଭା ଦ୍ବିତୀୟ ପର୍ଯ୍ୟାୟ ଫାଇଟ: ସୋମବାର 5 ଆସନରେ ଭୋଟିଂ, ମୈଦାନରେ ବହୁ ହେଭିଓ୍ବେଟ (ETV Bharat Odisha)
author img

By ETV Bharat Odisha Team

Published : May 18, 2024, 3:58 PM IST

Updated : May 18, 2024, 4:22 PM IST

ଲୋକସଭା ଫାଇଟ (ETV Bharat Odisha)

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ 4 ଲୋକସଭା ଆସନରେ ମତଦାନ ଶେଷ ହେବା ପରେ 20 ତାରିଖ (ସୋମବାର) ଦ୍ବିତୀୟ ପର୍ଯ୍ୟାୟରେ 5ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ 35 ବିଧାନସଭା ଆସନରେ ଭୋଟିଂ ହେବାକୁ ଯାଉଛି । ଏହି ପର୍ଯ୍ୟାୟ ପାଇଁ (ଶନିବାର) ସଂଧ୍ୟାରେ ପ୍ରଚାର ଶେଷ ହେଉଛି । କନ୍ଧମାଳ, ଆସିକା, ବରଗଡ, ବଲାଙ୍ଗୀର ଓ ସୁନ୍ଦରଗଡ ଲୋକସଭା ଆସନରେ ଏହି ପର୍ଯ୍ୟାୟରେ ମତଦାନ ହେବ । ମତଦାନ ହେବାକୁ ଥିବା ଏହି 5 ଆସନ ମଧ୍ୟରୁ ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳ (ବିଜେଡି) ମାତ୍ର 2ଟି ଆସନରେ ଓ ଅବଶିଷ୍ଟ 3 ଆସନ ଭରତୀୟ ଜନତା ପାର୍ଟି ବିଜେପି ଦଖଲରେ ରହିଛି । ଚଳିତଥର ମଧ୍ୟ ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ଏହି ଆସନଗୁଡିକରେ ଏକାଧିକ ଟାଣୁଆ ପ୍ରାର୍ଥୀଙ୍କୁ ଉଭୟ ଦଳ ମୈଦାନକୁ ଓହ୍ଲାଇଛନ୍ତି ।

ଲୋକସଭା ଦ୍ବିତୀୟ ପର୍ଯ୍ୟାୟ ଫାଇଟ
ଲୋକସଭା ଦ୍ବିତୀୟ ପର୍ଯ୍ୟାୟ ଫାଇଟ (ETV Bharat Odisha)

କନ୍ଧମାଳ ଲୋକସଭା ଆସନ

1998 ମସିହାରୁ ଏହି ଆସନ ବିଜୁ ଜନତା ଦଳ ନିୟନ୍ତ୍ରଣରେ ରହିଆସିଛି । ଗତ ନିର୍ବାଚନ 2019ରେ ଏହି ଆସନରୁ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ବିଜୟୀ ହୋଇଥିଲେ । ବିଜେପିରୁ ବରିଷ୍ଠ ରାଜନେତା ଐର ଖାରବେଳେ ସ୍ବାଇଁ ଲଢିଥିଲେ ସୁଦ୍ଧା ଅଚ୍ୟୁତଙ୍କଠାରୁ ତାଙ୍କୁ ପରାଜିତ ହେବାକୁ ପଡିଥିଲା । 2014ରେ ତତ୍କାଳୀନ ସାଂସଦ ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନରେ ପତ୍ନୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ । ଶିକ୍ଷାବିତରୁ ରାଜନୀତିକୁ ଆସିଥିବା ଅଚ୍ୟୁତ ସାମନ୍ତଙ୍କୁ ବିଜେଡି 2019ରେ ଟିକଟ ଦେଇଥିଲା । ଅଚ୍ୟୁତଙ୍କୁ ପୁଣି ଥରେ ଚଳିତଥର ଦଳ ପ୍ରାର୍ଥୀ କରିଛି । ସେପଟେ ବିଜେପିରୁ ମୈଦାନରେ ଅଛନ୍ତି ସୁକାନ୍ତ ପାଣିଗ୍ରାହୀ । କଂଗ୍ରେସ ପକ୍ଷରୁ ଅମିରଚାନ୍ଦ ନାଏକ ପ୍ରାର୍ଥୀ ହୋଇଛନ୍ତି । ତେବେ କନ୍ଧମାଳରେ ଏଥର ମଧ୍ୟ ବିଜେଡି ଏବଂ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇର ସଂକେତ ମିଳୁଛି । ବର୍ତ୍ତମାନର ସାଂସଦ ଅଚ୍ୟୁତ ସାମନ୍ତ, ଏହି ଆଦିବାସୀ ଅଧ୍ୟୁଷିତ ଲୋକସଭା କ୍ଷେତ୍ରରୁ ଦ୍ବିତୀୟ ବିଜୟ ପାଇଁ ଆଶା ବାନ୍ଧିଥିବା ବେଳେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଲହରର ଫାଇଦା ଉଠାଇବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେପି ପ୍ରାର୍ଥୀ ସୁକାନ୍ତ ।

କନ୍ଧମାଳ ଲୋକସଭା ଆସନ
କନ୍ଧମାଳ ଲୋକସଭା ଆସନ (ETV Bharat Odisha)

ସୁନ୍ଦରଗଡ଼ ଲୋକସଭା ଆସନ

ବିଜେପି ଦଖଲରେ ଥିବା ସୁନ୍ଦରଗଡରେ ଏଥର ବିଜେପି ଓ ବିଜେଡି ମଧ୍ୟରେ ଲଢେଇ । ବର୍ତ୍ତମାନର ସାଂସଦ ତଥା ପୂର୍ବତନ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କୁ ଦଳ ପୁଣି ଥରେ ପ୍ରାର୍ଥୀ କରିଛି । ତାଙ୍କ ବିପକ୍ଷରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ହକି ଆଇକନ ଦିଲ୍ଲୀପ ତିର୍କୀ । 1999 ଏବଂ 2004ରେ ଏହି ଆସନରେ ଜୁଏଲ ଜିତିଥିଲେ । ହେଲେ 2009ରେ ଏହି ଆସନ କଂଗ୍ରେସ ଖାତାକୁ ଯାଇଥିଲା । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ସେଥର ନିର୍ବାଚିତ ହୋଇଥିଲେ । ହେଲେ 2014ରେ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀଙ୍କୁ ପରାସ୍ତ କରି ପୁଣି ଥରେ ଏହି ଆସନକୁ ଦଖଲକୁ ନେଇଥିଲେ ଜୁଏଲ । 2019ରେ ମଧ୍ୟ ଜୁଏଲଙ୍କ ବିଜୟ ଧାରା ଅପରିବର୍ତ୍ତିତ ରହିଥିଲା । ଏବେ ବିଜେପିରୁ ବର୍ତ୍ତମାନର ସାଂସଦ ଜୁଏଲ, ବିଜେଡିରୁ ହକି ଆଇକନ ଦିଲ୍ଲୀପ ତିର୍କୀ ଓ କଂଗ୍ରେସରୁ ଜନାର୍ଦ୍ଦନ ଦେହୁରୀ ପ୍ରାର୍ଥୀ ହୋଇଛନ୍ତି । ଏକଦା କଂଗ୍ରେସର ଗଡ଼ ଥିବା ସୁନ୍ଦରଗଡ଼ରେ ଏବେ ରାଜ କରୁଛି ପଦ୍ମଦଳ । ତେବେ ୨୦୨୪ରେ ଚିତ୍ର ଟିକେ ଭିନ୍ନ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏଥର ବିଜେପି ଏବଂ ବିଜେଡି ମଧ୍ୟରେ ଫାଇଟ୍ ଟାଇଟ ହେବାର ସମ୍ଭାବନା ରହିଛି । ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀ ଭାରତୀୟ ହକି ଦଳର ଅଧିନାୟକ ରହି ଆସିଥିବା ବେଳେ, ୨୦୨୨ରୁ ହକି ଇଣ୍ଡିଆ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ଦିଲ୍ଲୀପ ପୂର୍ବରୁ ବିଜେଡିରୁ ରାଜ୍ୟସଭା ସାଂସଦ ମଧ୍ୟ ରହି ଆସିଛନ୍ତି । ରାଉରକେଲାରେ ହକି ବିଶ୍ବକପ ଆୟୋଜନ ଏବଂ କ୍ରୀଡାର ବିକାଶ ଆଦି କ୍ଷେତ୍ରକୁ ନେଇ ଦିଲ୍ଲୀପଙ୍କ ଆଶା ଦ୍ବିଗୁଣିତ ହୋଇଥିବା ବେଳେ, ପୁଣି ଥରେ ଆଦିବାସୀଙ୍କ ସମର୍ଥନରେ ଲୋକସଭାକୁ ଯିବାକୁ ଚେଷ୍ଟା ଜାରି ରଖିଛନ୍ତି ବିଜେପି ଭେଟେରାନ ଜୁଏଲ ।

ସୁନ୍ଦରଗଡ଼ ଲୋକସଭା ଆସନ
ସୁନ୍ଦରଗଡ଼ ଲୋକସଭା ଆସନ (ETV Bharat Odisha)

ବଲାଙ୍ଗୀର ଲୋକସଭା ଆସନ

ପଶ୍ଚିମ ଓଡ଼ିଶାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସଂସଦୀୟ କ୍ଷେତ୍ର ବଲାଙ୍ଗୀରରେ ମଧ୍ୟ ଏଥର ଲଢେଇ ରୋଚକ ସ୍ତରରେ ରହିଛି । ଏହି ଆସନ ଗତଥର ବିଜେପି ଦଖଲରେ ଥିବା ବେଳେ ଦଳ ଏଥର ମଧ୍ୟ ରାଜପରିବାର ଉପରେ ଆସ୍ଥା ପ୍ରକଟ କରିଛି । ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ପୁଣି ଏଥର ପ୍ରାର୍ଥୀ ହୋଇଛନ୍ତି । ଗତ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ତଥା ଦୁଇଥରର ସାଂସଦ କଳିକେଶ ସିଂହଦେଓଙ୍କୁ ପରାସ୍ତ କରିଥିଲେ । ବିଜେଡି ପୁନର୍ବାର ଗତ ଦୁଇଥରର କଳିକେଶ ନାରାୟଣ ସିଂହଦେଓଙ୍କୁ ରିପିଟ ନକରି ତାଙ୍କ ସ୍ଥାନରେ ସୁରେନ୍ଦ୍ର ସିଂ ଭୋଇଙ୍କୁ ପ୍ରାର୍ଥୀ କରିଛି । ବଲାଙ୍ଗୀର ଜିଲ୍ଲାର ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂ, ହାତ ଛାଡ଼ି ଏଥର ବିଜେଡି ଟିକେଟରୁ ମୈଦାନକୁ ଓହ୍ଲାଇଛନ୍ତି । ସେପଟେ କଂଗ୍ରେସ ପାର୍ଟି ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କୁ ଏଥର ସଂସଦୀୟ ଟିକେଟ ଦେଇ ନିର୍ବାଚନୀ ରାଜନୀତିକୁ ଡେବ୍ୟୁ କରାଇଛି । ଓଡ଼ିଶାରେ ସିନେ ଅଭିନେତାଙ୍କ ମଧ୍ୟରେ ବିବାଦ ଏବଂ ପରେ ଉପକୂଳ ଏବଂ ପଶ୍ଚିମ ଓଡ଼ିଶା ବିବାଦ ପ୍ରସଙ୍ଗରେ ଗଣମାଧ୍ୟମରେ ବେଶ ଚର୍ଚ୍ଚାକୁ ଆସିଥିବା ମନୋଜ ଏଥର କଂଗ୍ରେସ ବ୍ୟାନରରେ ନିର୍ବାଚନୀ ମୈଦାନରେ ଅଛନ୍ତି । ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ଏଥର ବିଜେପି ଏବଂ ବିଜେଡି ମଧ୍ୟରେ କଡ଼ା ଫାଇଟ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ, ନିର୍ଣ୍ଣାୟକ ଭୂମିକା ନେଇ ପାରନ୍ତି ଓଲିଉଡ ଷ୍ଟାର ମନୋଜ । କାରଣ ବଲାଙ୍ଗୀର ଜିଲ୍ଲାର ଭେଟେରାନ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ରଙ୍କ ବଲାଙ୍ଗୀର ବିଧାନସଭା ଆସନ ସମେତ ଜିଲ୍ଲାର କିଛି ଅଞ୍ଚଳରେ ଦବଦବା ରହିଛି । ନରସିଂହ ଏଥର ନିଜେ ନଲଢ଼ି ପୁଅ ସମରେନ୍ଦ୍ରଙ୍କୁ ବିଧାନସଭା ଲଢ଼ାଉଥିଲେ ମଧ୍ୟ, ସେ ପ୍ରତ୍ୟକ୍ଷ ଭାବେ ପ୍ରଚାର କରୁଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, କଂଗ୍ରେସ ଲୋକସଭା ପ୍ରାର୍ଥୀ ମନୋଜଙ୍କୁ ସେ ହିଁ ଲଢ଼ାଉଛନ୍ତି ।

ବଲାଙ୍ଗୀର ଲୋକସଭା ଆସନ
ବଲାଙ୍ଗୀର ଲୋକସଭା ଆସନ (ETV Bharat Odisha)

ବରଗଡ ଲୋକସଭା ଆସନ

ଗତ 2019 ନିର୍ବାଚନରେ ଏହି ଆସନରୁ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପରାଜିତ କରି ନିର୍ବାଚିତ ହୋଇଥିଲେ । ହେଲେ ଏଥର ଦଳ ବିଜେପି ସୁରେଶଙ୍କୁ ପ୍ରାର୍ଥୀ କରିନି । ତାଙ୍କୁ ବ୍ରଜରାଜନଗରରୁ ବିଧାନସଭା ଟିକେଟ ଦେଇ ତାଙ୍କ ସ୍ଥାନରେ ଦଳ ପ୍ରଦୀପ ପୁରୋହିତଙ୍କୁ ସାଂସଦ ପ୍ରାର୍ଥୀ କରିଛି । ବରଗଡ଼ରୁ କଂଗ୍ରେସରୁ ସଞ୍ଜୟ ଭୋଇ ଏବଂ ବିଜେଡିରୁ ପରିଣିତା ମିଶ୍ରଙ୍କୁ ପ୍ରାର୍ଥୀ ହୋଇଛନ୍ତି । 2009ରେ ଏହି ଆସନ କଂଗ୍ରେସ, 2014ରେ ବିଜେଡି ଓ 2019 ରେ ପୁଣି ବିଜେପି ଖାତାକୁ ପରିବର୍ତ୍ତିତ ହୋଇଥିଲା । ଏଥର ମଧ୍ୟ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ଆଶା କରାଯାଉଛି ।

ବରଗଡ ଲୋକସଭା ଆସନ
ବରଗଡ ଲୋକସଭା ଆସନ (ETV Bharat Odisha)

ଆସିକା ଲୋକସଭା ଆସନ

ଗଞ୍ଜାମ ଜିଲ୍ଲାର ଆସିକା ଲୋକସଭା ଆସନ । 1998 ମସିହାରୁ କ୍ରମାଗତ ଏହି ଆସନ ବିଜେଡିର ଗଡ ଭାବେ ରହିଆସିଛି । ଗତ 2019 ନିର୍ବାଚନରେ ଶାସକ ବିଜୁ ଜନତା ଦଳ (ବିଜେଡି) ସ୍ବଂୟ ସହାୟିକା ଗୋଷ୍ଠୀର ବରିଷ୍ଠ ସଦସ୍ୟା ପ୍ରମିଳା ବିଷୋୟୀଙ୍କୁ ସାଂସଦ ପ୍ରାର୍ଥୀ କରି ବିରୋଧୀ କ୍ୟାମ୍ପକୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା । ପ୍ରମିଳା ମଧ୍ୟ ଭଲ ଭୋଟ ବ୍ୟବଧାନରେ ସଂସଦରେ ପହଞ୍ଚିଥିଲେ । ଏଥର ବୟସ୍କା ପ୍ରମିଳାଙ୍କ ସ୍ଥାନ ନେଇଛନ୍ତି ତରୁଣ ରଞ୍ଜିତା ସାହୁ । ନବାଗତା ଯୁବ ଚେହେରା ରଞ୍ଜିତା ସାହୁ ବିଜେଡିରୁ ପ୍ରାର୍ଥୀ ହୋଇଥିଲା ବେଳେ ବିଜେପିରୁ ଅନିତା ଶୁଭଦିର୍ଶନୀ ଓ କଂଗ୍ରେସରୁ ଦେବକାନ୍ତ ଶର୍ମା ମୈଦାନରେ ଅଛନ୍ତି । ଆସିକା ଲୋକସଭା କ୍ଷେତ୍ର ଅଧିନରେ ଆସୁଛି ହିଞ୍ଜିଳିକାଟୁ ବିଧାନସଭା ଆସନ । ଯେଉଁଠୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ସାହାରାରେ ନିର୍ବାଚନୀ ବୈତରଣୀ ପାରି ହେବାକୁ ଆଶା ବାନ୍ଧିଛନ୍ତି ବିଜେଡି ପ୍ରାର୍ଥିନୀ ରଞ୍ଜିତା । ବିଶେଷଜ୍ଞଙ୍କ ଆକଳନ ଅନୁସାରେ 'ଆସିକାରେ ବିଜେଡି ଭଲ ସ୍ଥିତିରେ ଥିବା ବେଳେ, ବିଜେପି ଏବଂ କଂଗ୍ରେସ ମଧ୍ୟ ଜୋରଦାର ପ୍ରୟାସ ଚଳାଇଛନ୍ତି ।’

ଆସିକା ଲୋକସଭା ଆସନ
ଆସିକା ଲୋକସଭା ଆସନ (ETV Bharat Odisha)

2019ରେ କାହାକୁ କେତେ ଆସନ ?

ଯଦି 2019 ନିର୍ବାଚନ ଫଳ ଉପରେ ନଜର ପକାଇବା, ତେବେ ଏହି ପାଞ୍ଚଟି ଆସନ କନ୍ଧମାଳ, ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼ ଏବଂ ଆସିକା ମଧ୍ୟରୁ ବିଜେପି ୩ଟିରେ ଏବଂ ବିଜେଡି ୨ଟିରେ ବିଜୟୀ ହୋଇଥିଲେ । ଖାତା ଖୋଲି ପାରିନଥିଲା କଂଗ୍ରେସ ପାର୍ଟି । ବିଜେପି 2019ରେ ସୁନ୍ଦରଗଡ଼, ବଲାଙ୍ଗୀର ଏବଂ ବରଗଡ଼ ଆସନ ହାତେଇ ଥିବା ବେଳେ, କନ୍ଧମାଳ ଏବଂ ଆସିକାରେ ବାଜି ମାତ କରିଥିଲା ବିଜେଡି ।

ଏହା ମଧ୍ୟ ପଢନ୍ତୁ :- ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀତ୍ୱକୁ ନେଇ ଚର୍ଚ୍ଚାରେ କଣ୍ଟାବାଞ୍ଜି, ଦାଦନ ଓ ମାଓଗଡରେ ଉଇଁବ କି ବିକାଶର ସୂର୍ଯ୍ୟ ? - Kantabanji constituency

ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଭୋଟ ଗ୍ରହଣ ହୋଇଥିଲା ବେଳେ ଭଲ ପ୍ରଦର୍ଶନ କରିବା ନେଇ ଉଭୟ ବିଜେପି ଓ ବିଜେଡି ଦାବି କରୁଛନ୍ତି । ମେ ୨୦ରେ ଦ୍ବିତୀୟ ପର୍ଯ୍ୟାୟରେ 5 ଆସନରେ ଭୋଟ ଗ୍ରହଣ । କେନ୍ଦ୍ରରେ 4 ଶହ ପାର ସହ ପ୍ରଚଣ୍ଡ ବହୁମତ ହାସଲ କରିବା ଲକ୍ଷ୍ୟରେ ଥିବା ଭାରତୀୟ ଜନତା ପାର୍ଟି ମାରାଥନ ପ୍ରଚାର ଜାରି ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶାରେ ମାରାଥନ ପ୍ରଚାର କରୁଥିବା ବେଳେ, ପଦ୍ମ ଦଳ ଓଡିଶାରେ 15 ଲୋକସଭା ଆସନ ପର୍ଯ୍ୟନ୍ତ ହାସଲ କରିବା ନେଇ ଲକ୍ଷ୍ୟ ରଖିଛି । ସେପଟେ ବିଜେଡି ପକ୍ଷରୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ଚର୍ଚ୍ଚିତ ନେତା ଭିକେ ପାଣ୍ଡିଆନ ମଧ୍ୟ ଏହି ଆସନରେ ମାରାଥନ ପ୍ରଚାର କରିଛନ୍ତି । ତେବ କଂଗ୍ରେସ ପ୍ରାୟ ସମସ୍ତ 5 ଆସନରେ ତୃତୀୟ ସ୍ଥାନରେ ରହିଥିବା ବେଳେ ମୁଖ୍ୟ ପ୍ରତିଦ୍ବନ୍ଦ୍ବିତା ବିଜେପି ଓ ବିଜେଡି ମଧ୍ୟରେ ହେଉଛି । ଉଭୟ ଦଳର ପ୍ରାଣମୂର୍ଚ୍ଛା ଉଦ୍ୟମ ସତ୍ତ୍ବେ ଜନତା କାହା ସପକ୍ଷରେ ମତ ଦେଉଛନ୍ତି, ତାହା ତ ଜୁନ 4 ତାରିଖରେ ସ୍ପଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 18, 2024, 4:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.