ETV Bharat / politics

ପାରାଦ୍ୱୀପ ବିଧାୟକଙ୍କ ବିରୋଧରେ କର୍ମୀ ସମ୍ମିଳନୀକୁ କାଉଣ୍ଟର କଲେ ବ୍ଲକ ସଭାପତି - ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ବିଜେଡି

Workers Convention Against Paradeep MLA: ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ବିଜେଡିର ଅନ୍ତଃର୍ଦ୍ୱନ୍ଦ । କର୍ମୀ ସମ୍ମିଳନୀରେ ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟଙ୍କୁ ସିଧାସଳଖ ଟାର୍ଗେଟ । ସେପଟେ ସମ୍ମିଳନୀକୁ କାଉଁଟର କଲେ କୁଜଙ୍ଗ ବ୍ଲକ ବିଜେଡିର କାର୍ଯ୍ୟକାରୀ ସଭାପତି । ଅଧିକ ପଢ଼ନ୍ତୁ

ପାରାଦ୍ୱୀପ ବିଧାୟକଙ୍କ ବିରୋଧରେ କର୍ମୀ ସମ୍ମିଳନୀ

author img

By ETV Bharat Odisha Team

Published : Mar 6, 2024, 4:12 PM IST

ପାରାଦ୍ୱୀପ ବିଧାୟକଙ୍କ ବିରୋଧରେ କର୍ମୀ ସମ୍ମିଳନୀ

ଜଗତସିଂହପୁର: ଚରମ ସୀମାରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ବିଜେଡିର ଅନ୍ତଃର୍ଦ୍ୱନ୍ଦ । ନିର୍ବାଚନ ପୂର୍ବରୁ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ କାଦୁଅ ଫିଙ୍ଗା ଫିଙ୍ଗି । ଗତ ସୋମବାର ବିଜେଡିର ପୂର୍ବତନ ବ୍ଲକ ସଭାପତି ସ୍ମୃତି ରଞ୍ଜନ ବେହେରା କୁଜଙ୍ଗ ବ୍ଲକର କିଛି ଅସନ୍ତୁଷ୍ଟ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ କରିଥିଲେ । ଏହି କର୍ମୀ ସମ୍ମିଳନୀରେ ପାରାଦ୍ୱୀପ ପୌରାଧକ୍ଷ ବସନ୍ତ ବିଶ୍ୱାଳ ଉପସ୍ଥିତ ଥିଲେ । ସମ୍ମିଳନୀରେ ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟଙ୍କୁ ସିଧାସଳଖ ଟାର୍ଗେଟ କରିବା ସହିତ ଆଗାମୀ ସାଧାରଣ ନିର୍ବାଚନରେ ଯଦି ଦଳ ସମ୍ବିତଙ୍କୁ ପୁନର୍ବାର ପ୍ରାର୍ଥୀ କରେ ତେବେ ସେମାନେ ଏହାକୁ ବିରୋଧ କରିବେ ବୋଲି ସିଧାସଳଖ କହିଥିଲେ । ଯାହାକୁ ନେଇ ବିଜେଡି ନେତା ସୁଢଳ କୁମାର ସ୍ୱାଇଁ ଏହାକୁ କାଉଣ୍ଟର କରିଛନ୍ତି ।

ତେବେ ଏକ ସାମ୍ବାଦିକ ସମ୍ମିଳନୀ କରି କୁଜଙ୍ଗ ବ୍ଲକ ବିଜେଡିର କାର୍ଯ୍ୟକାରୀ ସଭାପତି ସୁଢଳ ସ୍ୱାଇଁ କହିଛନ୍ତି, "ଯେଉଁମାନେ ସୋମବାର କର୍ମୀ ସମ୍ମିଳନୀ କରିଥିଲେ ସେମାନେ ଦଳରେ ନାହାଁନ୍ତି । ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ଯେଉଁମାନେ ବିଜେଡି ନେତା ବୋଲି କହି କର୍ମୀ ସମ୍ମିଳନୀ କରିଥିଲେ ବାସ୍ତବିକ ସେମାନେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛନ୍ତି । ଯେଉଁମାନେ ବିଧାୟକଙ୍କୁ ବିରୋଧ କରୁଛନ୍ତି ସେମାନେ କେବେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ନାହାଁନ୍ତି । ପୂର୍ବରୁ ସେମାନେ ବ୍ଲକ ସଭାପତି ଥାଇ ମଧ୍ୟ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ଭାବରେ ନିର୍ବାଚିତ ହୋଇ ନପାରି ହାରିଥିଲେ । "

ଏହା ମଧ୍ୟ ପଢ଼ନ୍ତୁ...ମେଣ୍ଟ ଚର୍ଚ୍ଚା ଭିତରେ ନବୀନ ଡାକିଲେ ବୈଠକ, ହୋଇପାରେ ବଡ଼ ନିଷ୍ପତ୍ତି !

ଏହା ମଧ୍ୟ ପଢ଼ନ୍ତୁ...ପଦାରେ ପଡ଼ିଲା ଦଳୀୟ କନ୍ଦଳ, ବିଜୁ ଜୟନ୍ତୀରେ ପାଟକୁରାରେ ବିଜେଡି ଦି'ଫାଳ !

ସୁଢଳ ସ୍ୱାଇଁ ଏହା ମଧ୍ୟ ପହିଛନ୍ତି, "କର୍ମୀ ସମ୍ମିଳନୀ ଯେଉଁମାନେ କରିଥିଲେ ସେମାନେ ଲୋକଙ୍କ ଦ୍ୱାରା ପ୍ରତ୍ୟାଖିତ ହୋଇଛନ୍ତି । ସେମାନଙ୍କ ଠାରୁ ବିଧାୟକଙ୍କ ସାର୍ଟିଫିକେଟ ଆଶା କରାଯାଇ ପାରେନା । ସେ ଯେଉଁ ଅଭିଯୋଗ ଅଣୁଛନ୍ତି ଯେ, ବିଧାୟକ ଅଯୋଗ୍ୟ କୌଣସି କାର୍ଯ୍ୟ କରନ୍ତି ନାହିଁ । ତାହା ସମସ୍ତ ବିଜେଡି କର୍ମୀମାନଙ୍କୁ ଦୁଃଖ ଦେଇଛି । ଯଦି ଅଭିଯୋଗକାରୀଙ୍କର କୌଣସି ଅଭିଯୋଗ ଥିଲା ତେବେ ସେ ଆଲୋଚନା ନକରି ବିଧାୟକଙ୍କ ବିରୋଧରେ ଯେଉଁ ପ୍ରକାର ବିଷ ଉଦ୍‌ଗାର କଲେ ତାହା ଠିକ ନୁହେଁ । ଏ ସମ୍ପର୍କରେ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କୁ ଜଣାଇ ଦିଆଯାଇଛି । ସେମାନେ ଏହାର ଉଚିତ ପଦକ୍ଷେପ ନେବେ ।"

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.