ETV Bharat / politics

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ, କେନ୍ଦୁଝରରେ ବିଜେପି ଉପରେ ବର୍ଷିଲା ଆପ୍‌ - Arvind Kejriwal Arrest Issue

Aam Aadmi Party raise voice Against BJP in Kendujhar: କେନ୍ଦୁଝରରେ ବିଜେପି ବିରୋଧରେ ଗର୍ଜିଲା ଜିଲ୍ଲା ଆମ୍ ଆଦ୍‌ମୀ ପାର୍ଟି । ଦଳର ମୁଖିଆ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢ଼ନ୍ତୁ,

ବିଜେପି ଉପରେ ବର୍ଷିଲେ କେନ୍ଦୁଝର ଜିଲ୍ଲା ଆମ୍ ଆଦ୍‌ମୀ ପାର୍ଟିର କର୍ମକର୍ତ୍ତା

author img

By ETV Bharat Odisha Team

Published : Mar 24, 2024, 8:42 PM IST

ବିଜେପି ଉପରେ ବର୍ଷିଲେ କେନ୍ଦୁଝର ଜିଲ୍ଲା ଆମ୍ ଆଦ୍‌ମୀ ପାର୍ଟି କର୍ମକର୍ତ୍ତା

କେନ୍ଦୁଝର: ବିଜେପି ବିରୋଧରେ ଗର୍ଜିଲା କେନ୍ଦୁଝର ଜିଲ୍ଲା ଆମ୍ ଆଦ୍‌ମୀ ପାର୍ଟି । ଆଜି କେନ୍ଦୁଝର ଜିଲ୍ଲା ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ କରାଯାଇଥିବା ଏକ ସାମ୍ମାଦିକ ସମ୍ମିଳନୀରେ ବିଜେପି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସଂଘର କର୍ମକର୍ତ୍ତା । ତେବେ ଆପର ରାଷ୍ଟ୍ରୀୟ ସଭାପତି ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯିବା ସମ୍ବନ୍ଧରେ ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି । ଏହି ତଥ୍ୟରୁ ଭାରତୀୟ ଜନତା ପାର୍ଟି ହିଁ ପ୍ରକୃତ ଅପରାଧୀ ଏବଂ ଚକ୍ରାନ୍ତ କରି କେଜ୍ରିୱାଲଙ୍କୁ ଜେଲ ପଠାଇଥ‌ିବା ପ୍ରମାଣିତ ହେଉଥିବା ଆମ୍ ଆଦ୍‌ମୀ ପାର୍ଟି କହିଛି । ତେବେ ଗାଁ ଗାଁ ଯାଇ ଜନ ଜାଗରଣ କରିବ ବୋଲି ଦଳ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ ହୋଇଥିବା ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି ।

ସାମ୍ୱାଦିକ ସମ୍ମିଳନୀରେ କେନ୍ଦ୍ରୀୟ ଜିଲ୍ଲା ସଭାପତି କହିଛନ୍ତି, "ତଦନ୍ତକାରୀ ସଂସ୍ଥା ଇଡିର ଅଭିଯୋଗ ହେଉଛି ପି ଶରତ ଚନ୍ଦ୍ର ରେଡୀ ନାମକ ମଦ ବେପାରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀରେ ମଦ ଠିକା ପାଇବା ପାଇଁ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଛନ୍ତି । କେବଳ ତାଙ୍କର ବକ୍ତବ୍ୟ ଆଧାରରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ହେଲେ ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ସାର୍ବଜନୀନ ହୋଇଥିବା ଇଲେକ୍ଟୋରାଲ ବଣ୍ଡ ତଥ୍ୟରୁ ଅତି ସାଙ୍ଘାତିକ କଥା ଜଣାପଡିଛି । ପି ଶରତ ଚନ୍ଦ୍ର ରେଡ୍ଡୀ କେବଳ ଜଣେ ମଦ ବେପାରୀ ନୁହନ୍ତି । ସେ ଅରବିନ୍ଦୋ ଫାର୍ମା ନାମକ ଏକ ବଡ ଔଷଧ କମ୍ପାନୀର ମାଲିକ ଅଟନ୍ତି । ତାଙ୍କର ଅନ୍ୟ କିଛି କମ୍ପାନୀ ମଧ୍ୟ ଅଛି । ଶରତ ଚନ୍ଦ୍ର ରେଡୀଙ୍କୁ ଇଡି ମଦ ଘୋଟାଲାର ମୁଖ୍ୟ ପୁରୋଧା କହି ଗିରଫ କଲା । ତାଙ୍କୁ ଜେରା ନେଲାବେଳେ ସେ ଅରବିନ୍ଦ କେଜ୍ରିୱାଲଙ୍କୁ ଚିହ୍ନି ନାହାନ୍ତି ଏବଂ କୌଣସି ଟଙ୍କା ଦେଇନାହାନ୍ତି ବୋଲି କହିଲେ । ତେବେ ଇଡି ତାଙ୍କର ବେଲ୍‌ ବିରୋଧ କଲା ଏବଂ ଲମ୍ବା ସମୟ ଜେଲରେ ରଖିଲା । ’’

ଏହା ମଧ୍ୟ ପଢ଼ନ୍ତୁ.... ରାୟ ଶୁଣାଇଲେ କୋର୍ଟ, 6 ଦିନିଆ ଇଡି ରିମାଣ୍ଡରେ କେଜ୍ରିୱାଲ - Arvind Kejriwal Sent To ED Custody

ସେ ଆହୁରି ମଧ୍ୟ କହିଛନ୍ତି, "ବର୍ତ୍ତମାନ ଇଲେକ୍ଟୋରାଲ ବଣ୍ଡ ତଥ୍ୟରୁ ଜଣାପଡିଛି ଯେ ପି ଶରତ ଚନ୍ଦ୍ର ରେଡୀଙ୍କୁ ଇଡି ମାଧ୍ୟମରେ ଭୟଭୀତ କରି ଭାରତୀୟ ଜନତା ପାର୍ଟି ତାଙ୍କର ବିଭିନ୍ନ କମ୍ପାନୀରୁ ପ୍ରାୟ ୫୯.୫ କୋଟି ଟଙ୍କା ଚାନ୍ଦା ନେଇଛି । ସେ ଜେଲରେ ଥିବା ବେଳେ କିଛି ଚାନ୍ଦା ଦେଇଛନ୍ତି । ପରବର୍ତ୍ତୀ ସମୟରେ ଅରବିନ୍ଦ କେଜ୍ରିୱାଲଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ରାଜି ହେବାରୁ ଇଡି ତାଙ୍କର ବେଲକୁ ବିରୋଧ କରିନଥିଲା ଏବଂ ତାଙ୍କୁ ରାଜସାକ୍ଷୀ କରି ମାମଲାରୁ ମୁକ୍ତି ଦେଇଥିଲା । ଜେଲରୁ ବାହାରିବା ପରେ ସେ ପୁଣି ଭାରତୀୟ ଜନତା ପାର୍ଟିକୁ ପ୍ରାୟ ୫୦ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । ଏଥ‌ିରୁ ଜଣାପଡୁଛି ଚାପପକେଇ, ଡରେଇ ଧମକେଇ ଇଡି ମାଧ୍ୟମରେ ବିଜେପି କେବଳ ଚାନ୍ଦା ଆଦାୟ କରିନାହିଁ, ଅରବିନ୍ଦ କେଜ୍ରିୱାଲଙ୍କ ବିରୁଦ୍ଧରେ ମିଥ୍ୟା ବକ୍ତବ୍ୟ ମଧ୍ୟ ଆଦାୟ କରିଛି ।’’

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.