ETV Bharat / politics

ଦିନେ ମୂଲ ଲାଗି ପରିବାର ପୋଷୁଥିଲେ, ଏବେ ମୁଖ୍ୟମନ୍ତ୍ରୀଙ୍କୁ ହରାଇ ଚର୍ଚ୍ଚାରେ - BJP MLA Laxman Bag

author img

By ETV Bharat Odisha Team

Published : Jun 9, 2024, 10:49 PM IST

BJP MLA Laxman Bag: ସାଧାରଣ ଗରିବ ପରିବାରରୁ ରାଜନୀତିକୁ ଆସିଥିଲେ ଲକ୍ଷ୍ମଣ ବାଗ । ଦିନେ ମୂଲ ଲାଗି ପରିବାର ପୋଷୁଥିଲେ, ହେଲେ ଏଥର ନିର୍ବାଚନରେ ସେ ନବୀନ ପଟ୍ଟନାୟକଙ୍କୁ ହରାଇଛନ୍ତି । ତେବେ ତାଙ୍କ ଉପରେ ରହିଥିବା ଲୋକଙ୍କ ବିଶ୍ବାସ କେବେ ବ୍ୟର୍ଥ ହେବନି ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

BJP MLA Laxman Bag
BJP MLA Laxman Bag (ETV Bharat Odisha)

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିତ୍ବକୁ ନେଇ ଚଳିତ ନିର୍ବାଚନରେ ସାରା ରାଜ୍ୟରେ ଚର୍ଚ୍ଚାର ପରିସରକୁ ଆସିଥିଲା ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବିଧାନସଭା ଆସନ । ଆଉ ଏଠାର ଫଳାଫଳ ଏବେ ଏହି ବିଧାନସଭା କ୍ଷେତ୍ରକୁ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରକୁ ଆଣିଛି । କଣ୍ଟାବାଞ୍ଜିରେ ଜଣେ ଚାଷୀପୁଅ ମୁଖ୍ୟମନ୍ତ୍ରୀଙ୍କୁ ହରାଇ ଏବେ ସେ ମଧ୍ୟ ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି । ସେ ହେଉଛନ୍ତି କଣ୍ଟାବାଞ୍ଜିର ନିର୍ବାଚିତ ବିଜେପି ବିଧାୟକ ଲକ୍ଷ୍ମଣ ବାଗ । ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି ଲୋକଙ୍କ ବିଶ୍ବାସ ହିଁ ତାଙ୍କର ବିଜୟର ଆଧାର ଥିଲା । ଏହି ବିଶ୍ବାସକୁ ସେ ବ୍ୟର୍ଥ ହେବାକୁ ଦେବେ ନାହିଁ ବୋଲି କହିଛନ୍ତି ।

BJP MLA Laxman Bag (ETV Bharat Odisha)

ବଲାଙ୍ଗୀରର ଚର୍ଚ୍ଚିତ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ହରାଇ ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି । ସେ ନବୀନ ପଟ୍ଟନାୟକଙ୍କୁ ୧୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ କରି ଏବେ ସାରା ଦେଶରେ ଚର୍ଚ୍ଚାକୁ ଆସିଛନ୍ତି । ଯେଉଁ ନବୀନ ପଟ୍ଟନାୟକ ୨୭ ବର୍ଷ ଧରି ରାଜ୍ୟ ରାଜନୀତିରେ ଅପରାଜୟ ଥିଲେ, ତାଙ୍କୁ ଏଠି ସେ ପରାଜିତ କରିଛନ୍ତି । ତେବେ ଏହା କିପରି ସମ୍ଭବ ହେଲା, ତାହା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ମୁଁ ସବୁଠୁ ପଛୁଆ ଅଞ୍ଚଳର ଲୋକ । ପରିବାରର ଆର୍ଥିକ ସ୍ଥିତି ସ୍ଵଚ୍ଛଳ ନଥିଲା । ଏପରିକି ମୁଁ ଅନ୍ୟ ଲୋକଙ୍କ କ୍ଷେତରେ ମଜୁରୀ ଖଟି ଦିନକୁ ୩ ଟଙ୍କା ରୋଜଗାର କରି ପରିବାର ପୋଷଣ କରୁଥିଲି । ଆମର ମଧ୍ୟ କିଛି ଜମି ଥିଲା । କଷ୍ଟରେ ଗୁଜୁରାଣ ମେଣ୍ଟୁଥିଲା । ସେହିପରି ଆମ ଗାଁରେ ଏକ ପ୍ରକଳ୍ପ ସେ ସମୟରେ ହୋଇଥିଲା । କିଛି ଜମି ଆମର ସେଥିରେ ଯାଇଥିଲା । ବାପା ସେହି ଟଙ୍କାରୁ ଏକ ଟ୍ରଲର କିଣି ମୋତେ ଦେଇଥିଲେ । ଯେଉଁଥିରେ ମୁଁ କିଛି ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଥିଲି ।"

ଏହା ମଧ୍ୟ ପଢ଼ନ୍ତୁ...କିଏ ଲକ୍ଷ୍ମଣ ବାଗ, ଅପରାଜେୟ ନବୀନଙ୍କ ରାସ୍ତାରେ ସାଜିଲେ କଣ୍ଟା - Who Is Laxman Bag

ଗରିବୀର ଦୁଃଖ ସହିଥିବା ଲକ୍ଷ୍ମଣ ବାଗ ଅନ୍ୟ ଲୋକଙ୍କ ଦୁଃଖ ସହି ନପାରି ସେବା ଆରମ୍ଭ କରିଥିଲେ । ଯେଉଁଥିରେ ସେ ଲୋକଙ୍କ ସୁଖଦୁଃଖରେ ଛିଡା ହେବା ସହ ତାଙ୍କ ହାତରେ ଯାହା ସମ୍ଭବ ହେଉଥିଲା ସେ ସାହାଯ୍ୟ କରି ଆସୁଥିଲେ । ଏହାରି ମଧ୍ୟରେ ସେ ୨୦୦୦ ମସିହାରେ ବିଜେପିରେ ଯୋଗଦେଇ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ତେବେ ଗତ ୨୦୧୪ ଓ ୨୦୧୯ରେ ତାଙ୍କୁ କଣ୍ଟାବାଞ୍ଜି ଆସନରୁ ବିଜେପି ଟିକଟ ଦେଇଥିଲା । ହେଲେ ସେ ଅଳ୍ପ ବ୍ୟବଧାନରେ ପରାଜିତ ହୋଇଥିଲେ । ଏହା ସତ୍ତ୍ବେ ଦଳ ଏଥର ତାଙ୍କୁ ପୁଣି ଟିକଟ ଦେଇଥିଲା । ହେଲେ ଏଥର ଲୋକଙ୍କ ତାଙ୍କ ପ୍ରତି ଥିବା ଅତୁଟ ବିଶ୍ବାସ ଯୋଗୁଁ ସେ ଏଥର ସର୍ବାଧିକ ଭୋଟ ପାଇ ୫ ଥରର ଅପରାଜେୟ ମୁଖ୍ୟମନ୍ତ୍ରୀଙ୍କୁ ପରାଜିତ କରିବାରେ ସଫଳ ହୋଇଥିଲେ । ତେବେ ତାଙ୍କର ସାଧାରଣ ଜୀବନଯାପନ, ଲୋକଙ୍କ ସହିତ ଯୋଡି ହୋଇ ରହିବା ହିଁ ତାଙ୍କୁ ଲୋକଙ୍କ ଅସ୍ଥା ଭାଜନ କରାଇଛି ଏବଂ ଏକ ବଡ ବ୍ୟବଧାନରେ ଲୋକ ତାଙ୍କୁ ଭୋଟ ଦେଇ ଜୟଯୁକ୍ତ କରିଛନ୍ତି ବୋଲି ସେ କହିଛନ୍ତି ।

ତେବେ ଲୋକଙ୍କ ଏହି ବିଶ୍ବାସକୁ ସେ ବ୍ୟର୍ଥ ଯିବାକୁ ଦେବେ ନାହିଁ ବୋଲି କହିଛନ୍ତି । ଦିନକୁ ୧୮ ଘଣ୍ଟା କେବଳ କଣ୍ଟାବାଞ୍ଜିବାସୀଙ୍କ ସେବା ପାଇଁ ଉତ୍ସର୍ଗୀକୃତ କରିବେ ବୋଲି ସେ କହିଛନ୍ତି । ସେହିପରି ତାଙ୍କ ଅଞ୍ଚଳରେ ଶିକ୍ଷା ସ୍ବାସ୍ଥ୍ୟ ପାଣି ସମସ୍ୟା ସମାଧାନ, ଜଳସେଚନ ସୁବିଧା, ଯୁବକଙ୍କୁ ନିଯୁକ୍ତି ଦେବା ଭଳି ସବୁ ବିକାଶମୂଳକ କାମ କରିବେ ବୋଲି ସେ କହିଛନ୍ତି । ୨୫ ବର୍ଷର ନବୀନ ସରକାରଙ୍କ ଅବହେଳା ଲୋକେ ଦେଖିଛନ୍ତି, ହେଲେ ଏବେ ବିଜେପି ସରକାରରେ ଲୋକେ ବିକାଶ ଦେଖିବେ ବୋଲି କହିଛନ୍ତି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.