ETV Bharat / politics

ବଲାଙ୍ଗୀରର ବିକାଶ ପାଇଁ କାମ କରିବି: କଳିକେଶ - Balangir Assembly Constituency - BALANGIR ASSEMBLY CONSTITUENCY

Balangir Assembly Constituency: ବଲାଙ୍ଗୀର ବିଧାନସଭା ଆସନ ପାଇଁ କଳିକେଶ ନାରାୟଣ ସିଂଦେଓଙ୍କ ପ୍ରାର୍ଥୀ କରିଛି ବିଜେଡି । ଅଧିକ ପଢ଼ନ୍ତୁ..

କଳିକେଶ ନାରାୟଣ ସିଂହ ଦେଓ
କଳିକେଶ ନାରାୟଣ ସିଂହ ଦେଓ
author img

By ETV Bharat Odisha Team

Published : Mar 27, 2024, 8:07 PM IST

କଳିକେଶ ନାରାୟଣ ସିଂହ ଦେଓ

ବଲାଙ୍ଗୀର: ବହୁ କଳ୍ପନା ଜଳ୍ପନା ପରେ ଆଜି ବିଜେଡିର ପ୍ରଥମ ପର୍ଯ୍ୟାୟ ବିଧାନସଭା ଏବଂ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ବିଧାନସଭା ଆସନ ପାଇଁ କଳିକେଶ ନାରାୟଣ ସିଂଦେଓଙ୍କ ପ୍ରାର୍ଥୀ କରିଛି ବିଜେଡି । ଯାହାକୁ ନେଇ ନିଜର ଖୁସି ଜାହିର କରିବା ସହ ଲୋକଙ୍କ ପାଇଁ ଅଞ୍ଚଳର ବିକାଶ ପାଇଁ କାମ କରିବେ ବୋଲି କହିଛନ୍ତି କଳିକେଶ ।

ବଲାଙ୍ଗୀର ବିଧାନସଭା ଆସନରୁ ପ୍ରର୍ଥୀ ହୋଇଛନ୍ତି କଳିକେଶ ନାରାୟଣ । ଏହାକୁ ନେଇ କଳିକେଶ କହିଛନ୍ତି, "ମୋତେ ବଲାଙ୍ଗୀର ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । ଦଳ ଯେଉଁ ଦାୟିତ୍ୱ ଦେବ ତାର ଶତ ପ୍ରତିଶତ ପ୍ରତିପାଦନ କରିବି । ଏଥର ଲୋକଙ୍କ ସହ ମିଶି ଆମ ବଲାଙ୍ଗୀରର ବିକାଶ ପାଇଁ କାମ କରିବି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ନିଯୁକ୍ତି, ବୈଷୟିକ ଶିକ୍ଷା ଓ ପ୍ରଯୁକ୍ତି ଶିକ୍ଷା ଇତ୍ୟାଦିକୁ ଗୁରୁତ୍ୱ ଦିଆଯିବ । ପୂର୍ବରୁ କଂଗ୍ରେସ ଦୁଇ ଥର ଏଠି ବିଧାନସଭା ନିର୍ବାଚନରେ ସଫଳ ହୋଇଥିବା ବେଳେ ବର୍ତ୍ତମାନ ବିଜେଡି ଦଳ ଉପରେ ଲୋକ ବିଶ୍ୱାସ ଦେଖାଇ ଜୟଯୁକ୍ତ କରିବେ ।"

ସେହିପରି କଳିକେଶ ବଲାଙ୍ଗୀରର ବର୍ତ୍ତମାନ ବିଧାୟକ ନରସିଂହ ମିଶ୍ରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିଗତ ଦଶ ବର୍ଷ ମଧ୍ୟରେ ସେ ବଲାଙ୍ଗୀରର କୌଣସି ବିକାଶ କରିନାହାନ୍ତି । ବିଜେଡି ସମୟର କାମ ସବୁର ଫିତା କାଟି ନିଜେ ଶ୍ରେୟ ନେବାକୁ ଚେଷ୍ଟା କରି ଆସିଛନ୍ତି । ଏହାସହ ବିକାଶ ନାଁରେ କେବଳ ସେ ଗରିବ ଲୋକଙ୍କ ଘର ଭାଙ୍ଗିବାରେ ଧୁରନ୍ଧର ବୋଲି ସେ ଆକ୍ଷେପ କରିଛନ୍ତି । ବଲାଙ୍ଗୀର ଲୋକ ସବୁ ଜାଣିଛନ୍ତି ଓ ଆଗାମୀ ଦିନରେ ବିଜେଡିକୁ ଲୋକେ ବାଛିବେ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକଭୁମୁଖୀ କାର୍ଯ୍ୟ ସମସ୍ତେ ଜାଣିଛନ୍ତି ଓ ବିକାଶ ଶାନ୍ତି ପାଇଁ ତାଙ୍କୁ ହିଁ ବାଛିବେ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା: ଢେଙ୍କାନାଳରୁ ଅବିନାଶ, କଟକରୁ ସଂତୃପ୍ତଙ୍କୁ ଟିକେଟ - BJD Lok Sabha Candidates

ତେବେ ପୂର୍ବରୁ କଳିକେଶ ନାରାୟଣ ସିଂହ ଦେଓ 2004ରେ ପ୍ରଥମ କରି ସାଇଁତଳା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଦଳରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ସେହିପରି ସେ 2009ରୁ 2019 ପର୍ଯ୍ୟନ୍ତ ବଲାଙ୍ଗୀର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ତାଙ୍କୁ ବଲାଙ୍ଗୀର ବିଧାନସଭା ଆସନରୁ ପ୍ରାର୍ଥୀ କରିଛି ବିଜେଡି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.