ETV Bharat / politics

ବିଜେଡ଼ିରୁ ବିଦାୟ ନେଲେ ଜ୍ୟୋତି ପାଣିଗ୍ରାହୀ ଓ ସରୋଜ ପାଣିଗ୍ରାହୀ - Jyoti and Saroj quit BJD

author img

By ETV Bharat Odisha Team

Published : Apr 11, 2024, 10:53 PM IST

Jyoti and Saroj quit BJD: ବିଜେଡ଼ିକୁ ବାୟେ ବାୟେ କହିଲେ ଜ୍ୟୋତି ପାଣିଗ୍ରାହୀ ଓ ସରୋଜ ପାଣିଗ୍ରାହୀ। ଜାଣନ୍ତୁ କଣ ରହିଛି ଇସ୍ତଫା ଦେବାର କାରଣ । ଅଧିକ ପଢ଼ନ୍ତୁ,

ବିଜେଡ଼ିରୁ ବିଦାୟ ନେଲେ ଜ୍ୟୋତି ପାଣିଗ୍ରାହୀ ଓ ସରୋଜ ପାଣିଗ୍ରାହୀ

ବଲାଙ୍ଗୀର: ବିଜେଡ଼ି ଛାଡ଼ିଲେ ଜ୍ୟୋତି ପାଣିଗ୍ରାହୀ ଓ ସରୋଜ ପାଣିଗ୍ରାହୀ। ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ବଦଳ ପର୍ବ ସେତିକି ଜୋର ଧରୁଛି। ସେହିକ୍ରମରେ ଆଜି ପୂର୍ବତନ ମହିଳା କମିଶନ ତଥା ବରିଷ୍ଠ ବିଜେଡି ନେତ୍ରି ଜ୍ୟୋତି ପାଣିଗ୍ରାହୀ ଓ ତାଙ୍କ ସ୍ୱାମୀ ପୂର୍ବତନ କାଜୁ କର୍ପୋରେସନ ଅଧ୍ୟକ୍ଷ ସରୋଜ ପାଣିଗ୍ରାହୀ ବିଜେଡି ଛାଡିଲେ । ତେବେ ଦଳରେ ଏବେ ଆଉ ବିଜୁ ଆଦର୍ଶ ନଥିବା ଦୁହେଁ ଅଭିଯୋଗ ଆଣିଛନ୍ତି। ସେମାନେ ଏବେ କେଉଁ ଦଳରେ ଯୋଗ ଦେବେ ତାହା ଅସ୍ପଷ୍ଟ ରହିଛି।

ବିଜେଡ଼ି ଛାଡ଼ି ଜ୍ୟୋତି କହିଛନ୍ତି ଯେ, ‘‘ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସହିତ ଯୋଗଦାନ କରିଥିଲି। ବିଜୁ ବାବୁ ତାଙ୍କୁ ଧର୍ମ ଝିଅ ଭାବରେ ସମ୍ମାନ ଦେଇ ଆସୁଥିଲେ। ସେହିପରି 1995ରେ ଜନତା ଦଳରୁ ଲୋଇସିଂହା ପାଇଁ ବିଧାୟକ ପାର୍ଥୀ ଥିଲି। ବିଜେଡ଼ି ଗଠନ ହେବା ପରେ ମୁଁ ମହିଳା କମିଶନ ଦାୟିତ୍ୱ ପାଇଥିଲି।’’ ତେବେ ଯେଉଁ ସମୟରେ ଦଳ ଯାହା ତାଙ୍କୁ ଦାୟିତ୍ୱ ଦେଇଥିଲା ତାହା ସେ ନିଷ୍ଠାର ସହ ତୁଲାଇ ଆସୁଥିଲେ। ହେଲେ ଏବେ ସ୍ଥିତି ସେମିତି ନାହିଁ। ତାଙ୍କୁ କୌଣସି ଦାୟିତ୍ୱ ଦିଆ ଯାଉ ନଥିବା ସେ ଅଭିଯୋଗ ଆଣିଛନ୍ତି । ଯାହା ତାଙ୍କୁ ବ୍ୟଥିତ କରିଛି ଓ ସେ ଦଳ ଛାଡି ଥିବାର କହିଛନ୍ତି। ସେହିପରି ଆଗକୁ ସେ କଣ ପଦକ୍ଷେପ ନେବେ ତାହା ପରବର୍ତ୍ତି ସମୟରେ ଜଣାଇବେ ବୋଲି କହିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ...ବିଜେପିର ହାତ ମୁଠା ହେଲା ଟାଣ, ସାମିଲ ହେଲେ କାଳନ୍ଦୀ ପ୍ରଧାନଙ୍କ ସମେତ ଶତାଧିକ ସମର୍ଥକ - Kalandi Pradhan Joined BJP

ସମାନ ଭାବରେ ତାଙ୍କ ସହ ତାଙ୍କ ସ୍ୱାମୀ ସରୋଜ ପାଣିଗ୍ରାହୀ ମଧ୍ୟ ଦୀର୍ଘ ଦିନର ବିଜେଡି ସହ ସମ୍ପର୍କ ଛିଣ୍ଡାଇଛନ୍ତି। ସେ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସରୋଜ ପାଣିଗ୍ରାହୀ 1977 ମସିହାରୁ ବିଜୁ ବାବୁଙ୍କ ସହ ଥାଇ ତାଙ୍କ ଘନିଷ୍ଠ ଥିଲେ। 1983ରେ ବିଜୁ ବାବୁ ତାଙ୍କ ବିବାହରେ ଯୋଗ ଦାନ କରିଥିଲେ। 1995 ମସିହାରେ ତାଙ୍କ ସ୍ତ୍ରୀ ମହିଳା କମିଶନ ଅଧ୍ୟକ୍ଷା ଏବଂ ସେ ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ଥିବା କହିଛନ୍ତି। ତେବେ ବିଜେଡି ଗଠନ ହେବା ପରେ ମଧ୍ୟ ବିଜୁ ପରିବାର ସହ ସେମାନେ ରହି ତାଙ୍କ ଦାୟିତ୍ୱ ତୁଲାଇ ଆସୁଥିଲେ। ହେଲେ ଏବେ ତାଙ୍କ ଉଚ୍ଚ ଶିକ୍ଷିତ ସ୍ତ୍ରୀ ଓ ତାଙ୍କର ଏତେ ଦିନର ସମ୍ପର୍କ ଥିବା ସତ୍ତ୍ୱେ ବିଜେଡ଼ି ତାଙ୍କୁ ଅଣଦେଖା କରୁଥିବାର ସେ କହିଛନ୍ତି। ତାଙ୍କ ସ୍ତ୍ରୀଙ୍କୁ କୌଣସି ସୁଯୋଗ ନଦେବା ତାଙ୍କୁ ବ୍ୟଥିତ କରିଛି। ସେହିପରି ଦଳରେ ଏବେ ବିଜୁ ଆଦର୍ଶ ନଥିବା ବେଳେ ସେମାନେ ବାଧ୍ୟ ହୋଇ ଦଳ ଛାଡିଥିବାର କହିଛନ୍ତି। ଖୁବଶୀଘ୍ର ତାଙ୍କର ଆଗ ରଣନୀତି ବିଷୟରେ ଜଣାଇବେ ବୋଲି ସେ କହିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.