ETV Bharat / politics

‘ଅପେକ୍ଷା କର, ଫଳାଫଳ ଏକଜିଟ ପୋଲର ସମ୍ପୂର୍ଣ୍ଣ ବିପରୀତ ହେବ’ - Sonia Gandhi on Exit Poll results

author img

By ETV Bharat Odisha Team

Published : Jun 3, 2024, 3:18 PM IST

Sonia Gandhi Reacts To Exit Polls Predicting BJP Win: ସୋନିଆ କହିଲେ, ଏକଜିଟ ପୋଲର ସମ୍ପୂର୍ଣ୍ଣ ବିପରୀତ ହେବ ଫଳାଫଳ । ଅଧିକ ପଢନ୍ତୁ

‘ ଅପେକ୍ଷା କର, ଏକଜିଟ ପୋଲର ସମ୍ପୂର୍ଣ୍ଣ ବିପରୀତ ହେବ ଫଳାଫଳ’
‘ ଅପେକ୍ଷା କର, ଏକଜିଟ ପୋଲର ସମ୍ପୂର୍ଣ୍ଣ ବିପରୀତ ହେବ ଫଳାଫଳ’ (ETV Bharat Odisha)

ନୂଆଦିଲ୍ଲୀ: ଆସନ୍ତାକାଲି ସାଧାରଣ ଓ 2 ରାଜ୍ୟର ବିଧାନସଭା ନିର୍ବାଚନର ଜନାଦେଶ ପ୍ରକାଶ ପାଇବାକୁ ଯାଉଛି । ଏହା ପୂର୍ବରୁ ଶନିବାର ସଂଧ୍ୟାରେ ଶେଷ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଏକାଧିକ ଗଣମାଧ୍ୟମ ଓ ପୋଲ-ଓ୍ବାଚ ସଂସ୍ଥା ଯେଉଁ ‘ଏକଜିଟ ପୋଲ’ ରିପୋର୍ଟ ପ୍ରକାଶ କରିଛନ୍ତି, ସେଥିରେ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ 350ରୁ ଅଧିକ ଆସନରେ ବିଜୟ ଲାଭ କରି କ୍ଷମତାର ହ୍ୟାଟ୍ରିକ ମାରିବାକୁ ଯାଉଛି । ସେହିପରି କଂଗ୍ରେସ ନେତୃତ୍ବରେ ମେଳି ବାନ୍ଧିଥିବା ‘ଇଣ୍ଡିଆ’ ମେଣ୍ଟ ମାତ୍ର 150 ଆସନ କିମ୍ବା ଏହାର ପାଖାପାଖି ରହିବ ବୋଲି ଆକଳନ ପ୍ରକାଶ ପାଇଛି । ଫଳାଫଳ ସ୍ପଷ୍ଟ ହେବାକୁ ଆଉ ମାତ୍ର 24 ଘଣ୍ଟାରୁ କମ ସମୟ ଥିବା ବେଳେ ବିଭିନ୍ନ ଦଳର ରାଜନୈତିକ ଶିବିରରେ କଳ୍ପନା ଜଳ୍ପନା ଜାରି ରହିଛି । ହେଲେ ଏକଜିଟ ପୋଲ ଭୁଲ ସାବ୍ୟସ୍ତ ହେବା ସହ ଫଳାଫଳ ସମ୍ପୂର୍ଣ୍ଣ ବିପରୀତ ହେବା ନେଇ ଦାବି କରିଛନ୍ତି ଭେଟେରାନ କଂଗ୍ରେସ ନେତ୍ରୀ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

ଜାତୀୟ ଖବର ସରବରାହ ସଂସ୍ଥା ‘ପିଟିଆଇ’କୁ ପ୍ରତିକ୍ରିୟା ଦେଇ ଏକଜିଟ ପୋଲର ରିପୋର୍ଟକୁ ଖାରଜ କରିଛନ୍ତି ସୋନିଆ । କହିଛନ୍ତି, ଅପେକ୍ଷ କର ଓ ଦେଖ କ’ଣ ହେଉଛି । ଫଳାଫଳ ସମ୍ପୂର୍ଣ୍ଣ ବିପରୀତ ହେବ । ସେମାନେ ବେଶ ଆଶାବାଦୀ ଯେ, ଫଳାଫଳ ଏକଜିଟ ପୋଲ ତଥ୍ୟ ପରି ନୁହେଁ ବରଂ ଏହାର ଓଲଟା ହେବାକୁ ଯାଉଛି । ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ଦଳ ‘ଡିଏମକେ’ର ପ୍ରତିଷ୍ଠାତା ତଥା ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ଜନ୍ମବାର୍ଷିକୀରେ ଡିଏମକେ ଦିଲ୍ଲୀ ଅଫିସରେ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ଗଣମାଧ୍ୟମରେ ଏହି ପ୍ରତିକ୍ରିୟା ରଖିଛନ୍ତି ସୋନିଆ ଗାନ୍ଧୀ ।

ଏହା ମଧ୍ୟ ପଢନ୍ତୁ :- ଓଡ଼ିଶାରେ କିଏ ଗଢିବ ସରକାର: ଆସିଲା ବୁଥ ବାହୁଡା ମତ, ବିଜେଡି-ବିଜେପି ମଧ୍ୟରେ କାଣ୍ଟେ କା ଟକ୍କର - Odisha Exit Polls Result 2024

ଅନ୍ୟପଟେ ଏକଜିଟ ପୋଲର ଫଳାଫଳରେ ଉତ୍ସାହିତ ଥିବା ବିଜେପି ନିଜର ପୂର୍ବ ଦାବି ଦୋହରାଇଛି । ଏଥର ଦଳ ସମସ୍ତ ଏକଜିଟ ପୋଲର ପୂର୍ବାକଳନ ଅତିକ୍ରମ କରି 4ଶହ ଆସନର ନିକଟବର୍ତ୍ତୀ ହେବ । ବିଭିନ୍ନ ରାଜ୍ୟରେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରି ଅଧିକ ଆସନ ଆଣିବ ବୋଲି କହୁଛି । ମୋଦି ଗ୍ୟାରେଣ୍ଟି ନାମରେ ନିର୍ବାଚନ ଲଢିଥିବା ଭାରତୀୟ ଜନତା ପାର୍ଟି ବିଭିନ୍ନ ରାଜ୍ୟରେ ଭିନ୍ନ ସ୍ଥାନୀୟ ପ୍ରସଙ୍ଗ ଓ ମୁଦ୍ଦା ନେଇ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା । ନିଜେ ପ୍ରଧାନମନ୍ତ୍ରୀ ମୋଦି ଦେଶବ୍ୟାପୀ ମାରାଥନ ପ୍ରତାର କରି ପାର୍ଟି ପାଇଁ ଭୋଟ ମାଗିଛନ୍ତି । ସେହିପରି ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ କଂଗ୍ରେସ ମୁଖ୍ୟ ମଲ୍କିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ, କେଜ୍ରିଓ୍ବାଲ, ଅଖିଳେଶ, ଷ୍ଟାଲିନ ପ୍ରମୁଖ ପ୍ରଚାର କରିଛନ୍ତି । ଜୁନ ପହିଲାରେ ଶେଷ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଆସନ୍ତାକାଲି ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.