ETV Bharat / politics

ସୁନ୍ଦରଗଡ଼ ଲୋକସଭା ଆସନ ହାତେଇବା ପାଇଁ ଜୁଏଲଙ୍କ ମାରାଥନ ପ୍ରଚାର - JUAL ORAM CAMPAIGN

author img

By ETV Bharat Odisha Team

Published : May 8, 2024, 8:51 PM IST

Jual Oram Campaign In Sundargarh: ସୁନ୍ଦରଗଡ ଲୋକସଭା ଆସନ ପାଇଁ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ । ଆସନ୍ତା ମେ ୨୦ ତାରିଖରେ ହେବ ମତଦାନ । ଅଧିକ ପଢନ୍ତୁ

Jual Oram Campaign In Sundargarh
Jual Oram Campaign In Sundargarh (ETV Bharat Odisha)

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ମେ ୨୦ ତାରିଖରେ ସୁନ୍ଦରଗଡ ଲୋକସଭା ଆସନ ପାଇଁ ମତଦାନ ହେବ । ଏହି ଆସନ ପାଇଁ ବିଜେଡିରୁ ଦିଲ୍ଲୀପ ତିର୍କୀ, ବିଜେପିରୁ ଜୁଏଲ ଓରାମ ଓ କଂଗ୍ରେସରୁ ଜନାର୍ଦ୍ଦନ ଦେହୁରୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଏହି କ୍ରମରେ ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ରାଇରକେଲା ସହର ସମେତ ଆଖପାଖ ଅଞ୍ଚଳ ଏବଂ ସମ୍ପୂର୍ଣ୍ଣ ଜିଲ୍ଲାରେ ଜୁଏଲ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ରାଉରକେଲା ଆସି ପ୍ରଚାର କରି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ବିଜେପିର ଷ୍ଟାର ପ୍ରଚାରକ ତଥା ସାଂସଦ ଜୁଏଲ ଓରାମ ।

ଏହା ମଧ୍ୟ ପଢନ୍ତୁ .... ନାମାଙ୍କନ ପୂର୍ବରୁ ଭଗବାନଙ୍କ ଆଶିଷ ଭିକ୍ଷା କଲେ ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ - SUNDARGARH LOK SABHA CONSTITUENCY

ସୁନ୍ଦରଗଡ଼ ଜିଲ୍ଲାରେ ବିଜେପିର ବିଜୟ ନିଶ୍ଚିତ କରିବା ପାଇଁ ବିଜେପି ଭରପୁର ପ୍ରୟାସ ଆରମ୍ଭ କରିଛି । ସୁନ୍ଦରଗଡ଼ ଜିଲ୍ଲାର କୋଇଡା, ଗୋପନା, ବିମଲଗଡ ଏବଂ ଲହୁଣୀପଡା ଅଞ୍ଚଳ ସହ ଗର୍ଜନ ଏବଂ ବେଦବ୍ୟାସରେ କର୍ମୀ ଏବଂ ବୁଥ ସ୍ତରର ନେତାଙ୍କ ସହ ଆଲୋଚନା କରିଛନ୍ତି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ । ଆଜିର ଜୁଏଲ ଓରାମଙ୍କ ପ୍ରଚାରରେ ବିଜେପି ଦଳର ସମସ୍ତ ମଣ୍ଡଳ ନେତା ଏବଂ ବୁଥର ସମସ୍ତ ନେତା ଏବଂ କର୍ମୀ ଯୋଗଦେଇଥିଲେ । ଏଥି ସହିତ ପଦଯାତ୍ରା ସହ କର୍ମୀ ସମ୍ମିଳନୀ କରି ଜୋରଦାର ପ୍ରଚାର କରିଛନ୍ତି ଜୁଏଲ । ତେବେ ବିପୁଳ ସମର୍ଥନ ଏବଂ ଜୁଏଲଙ୍କ ସହ ବିଜେପିର ସମର୍ଥକ ମାନେ ସାଧାରଣ ଲୋକଙ୍କ ନିକଟକୁ ଯାଇ ଡୋର ଟୁ ଡୋର ପ୍ରଚାର କରିବା ସହ ବିଭିନ୍ନ ସ୍ଥାନରେ ଜନତାଙ୍କ ସହ ସିଧାସଳଖ କଥାବାର୍ତ୍ତା ହେଉଛନ୍ତି ।

ଆଜି ରାଜଗାଙ୍ଗପୁରରେ ମଧ୍ୟ ଏକ କର୍ମୀ ସମ୍ମିଳନୀ ସହ ଏକ ବିଶାଳ ରୋଡ଼ ସୋର ଆୟୋଜନ କରାଯାଇଥିଲା ଏବଂ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ସହ ରାଜଗାଙ୍ଗପୁର ସହରରେ ରାଲି କରି ଜନତାଙ୍କୁ ସମ୍ବୋଧନ କରିଛନ୍ତି ଜୁଏଲ ଓରାମ । ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପ୍ରାର୍ଥୀ ନରସିଂହ ମିଞ୍ଜଙ୍କ ମଧ୍ୟ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି ଜୁଏଲ । ତେବେ ସେ କହିଛନ୍ତି ଯେ ରାଜ୍ୟରେ ରାଜ୍ୟ ସରକାର କୌଣସି ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ କରି ନାହାନ୍ତି ଏବଂ ଏହାକୁ ନେଇ ଜନ ଅସନ୍ତୋଷ ଲାଗି ରହିଛି । ଏଥର ନିଶ୍ଚିତ ରାଜ୍ୟରେ ଏବଂ ଦେଶରେ ବିଜେପି ସରକାର ଗଠନ କରିବ ବୋଲି କହିଛନ୍ତି ଜୁଏଲ ଓରାମ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.