ETV Bharat / politics

ଦିନେ କହୁଥିଲେ ସବୁ ରାସ୍ତା ବନ୍ଦ: ଆଜି ନଡ୍ଡା କହିଲେ, ଜେଡିୟୁ ଓ ନୀତିଶଙ୍କର ପ୍ରକୃତ ମେଣ୍ଟ ହିଁ ‘ଏନଡିଏ’

author img

By ETV Bharat Odisha Team

Published : Jan 28, 2024, 9:15 PM IST

JP Nadda on JDU and Nitish: ସରକାର ଗଠନ କରିବା ପରେ ନୀତିଶଙ୍କ ସମ୍ପର୍କରେ କ’ଣ କହିଲେ ନଡ୍ଡା । ଅଧିକ ପଢନ୍ତୁ

JP Nadda on JDU and Nitish
JP Nadda on JDU and Nitish

ପାଟନା: କ୍ଷମତା ରାଜନୀତିରେ ସବୁକିଛି ସମ୍ଭବ । କଟୁ ସମାଲୋଚନା ଓ ଆରୋପ-ପ୍ରତ୍ୟାରୋପ ମଧ୍ୟ କିଛି ସମୟ ମଧ୍ୟରେ ପ୍ରଶଂସା ଓ ଶୁଭେଚ୍ଛାରେ ବଦଳିପାରେ । ପ୍ରତିଦ୍ୱନ୍ଦ୍ୱୀ ମଧ୍ୟ ସହଯୋଗୀ ହେବାକୁ ବେଶି ସମୟ ଲାଗେନି । ବିହାରରେ ଆଜି ଦେଖାଯାଇଥିବା କ୍ଷମତା ପରିବର୍ତ୍ତନ ସେହିପରି କିଛି ରାଜନୈତିକ ଋଢିବାଦୀ ଟିପ୍ପଣୀକୁ ଯଥାର୍ଥ ଉଦାହରଣ ସହ ବାଖ୍ୟା କରିଛି । 2022ରେ ବିଜେପି ସମର୍ଥିତ ମେଣ୍ଟ ଭାଙ୍ଗି ଜେଡିୟୁ ମୁଖ୍ୟ ନୀତିଶ କୁମାର ଆରଜେଡି ଓ କଂଗ୍ରେସ ସମର୍ଥନରେ ସରକାର ଗଠନ କରିଥିଲେ । କେବଳ ଏତିକି ନୁହେଁ ରାଜ୍ୟରେ କ୍ଷମତା ପରିବର୍ତ୍ତନ ପରେ ନୀତିଶ ଜାତୀୟ ରାଜନୀତିରେ ମଧ୍ୟ ବିଜେପି ବିରୋଧରେ ମୋର୍ଚ୍ଚା ଖୋଲିଥିଲେ । ବିଭିନ୍ନ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି 2024 ସାଧାରଣ ପାଇଁ ତୃତୀୟ ସାମୁଖ୍ୟ ଗଠନ ପ୍ରକ୍ରିୟା ଆରମ୍ଭ କଲେ ।

ନୀତିଶଙ୍କ ଏହି ପ୍ରୟାସ ପରବର୍ତ୍ତୀ ସମୟରେ ‘ଇଣ୍ଡିଆ’ ମେଣ୍ଟକୁ ଜନ୍ମ ଦେଲା । ପ୍ରଥମ ଔପଚାରିକ ବୈଠକ ମଧ୍ୟ ପାଟନାରେ ନୀତିଶଙ୍କ ବାସଭବନରେ ଆରମ୍ଭ ହୋଇଥିଲା । ଏଥିରେ ବିଜେପି ତୀବ୍ର ପ୍ରତିକ୍ରିୟାଶୀଳ ହୋଇଥିଲା । ନୀତିଶଙ୍କୁ ‘ପଲଟୁରାମ’ କହିବା ସହ ନତୀଶ ଓ ତାଙ୍କ ଦଳ ପାଇଁ ବିଜେପି ସମର୍ଥିତ ‘ଏନଡିଏ’ ମେଣ୍ଟର ସବୁ ରାସ୍ତା ବନ୍ଦ ବୋଲି ବିଜେପି ତୁଙ୍ଗ ନେତାମାନେ ସଭା ମଞ୍ଚରେ ଗର୍ଜିଲେ । ଏପରିକି ଶାହ ଓ ନଡ୍ଡା ମଧ୍ୟ ଏହି ସମାଲୋଚନାରେ ଆଗଧାଡିରେ ଥିଲେ । ମାତ୍ର 18 ମାସ ପରେ ପଲଟୁରାମଙ୍କ ପଲଟି ରାଜନୀତିର ପ୍ରଶଂସକ ହୋଇଗଲା ବିଜେପି । ରାଜ୍ୟରେ ବିଜେପି ସମର୍ଥିତ ସରକାର ଶପଥ ଗ୍ରହଣ ସମାରୋହର ସଭାମଞ୍ଚରେ ନଜର ଆସିଲେ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା । କହିଲେ ଜେଡିୟୁ ଓ ନୀତିଶଙ୍କ ପ୍ରକୃତ ମେଣ୍ଟ ହେଉଛି ‘ଏନଡିଏ’ ।

ଏହା ମଧ୍ୟ ପଢନ୍ତୁ :- କେବଳ ନୀତିଶ ନୁହନ୍ତି, ମୋଦି-ଶାହ ଓ ବିଜେପି ମଧ୍ୟ ‘ପଲଟୁମାର’

ଆଜି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଶେଷ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ନଡ୍ଡା କହିଛନ୍ତି, ‘‘ନୀତିଶଜୀ ଆଜି ଏନଡିଏ ମେଣ୍ଟକୁ ଫେରିଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଖୁସିର ବିଷୟ । ବିହାରବାସୀ ଏନଡିଏସ ସପକ୍ଷରେ ଜନାଦେଶ ଦେଇଥିଲେ । ନୀତିଶ ଓ ତାଙ୍କ ଦଳ ଜେଡିୟୁ ପାଇଁ ପ୍ରକୃତ ମେଣ୍ଟ ହେଉଛି ‘ଏନଡିଏ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ‘ଏନଡିଏ’ ମେଣ୍ଟ ବିହାରର ସବୁ ଲୋକସଭା ଆସନରେ କ୍ଲିନସ୍ବିପ କରିବା ସହ ରାଜ୍ୟ ବିଧାନସଭା ଆସନରେ ମଧ୍ୟ ସଂଖ୍ୟାବହୁମତ ହାସଲ କରି ପୁଣି ଥରେ ସରକାର ଗଠନ କରିବ । ଏହି ସରକାର ବିହାରରେ ସ୍ଥିର ଶାସନ ଓ ପ୍ରଗତିକୁ ନିଶ୍ଚିତ କରିବ ।’’

ଏବେ ବିହାର ବିଧାନସଭା ଆସନ ଗଣିତକୁ ବିଚାରକୁ ନେଲେ ଆରଜେଡି ସବୁଠୁ ବଡ ଦଳ ଭାବେ 79 ବିଧାୟକ ରଖିଛି । ଏହା ପରେ ଦ୍ବିତୀୟ ସ୍ଥାନରେ 78 ଆସନ ସହ ଭାରତୀୟ ଜନତା ପାର୍ଟି ଓ ତୃତୀୟ ସ୍ଥାନରେ 45 ବିଧାୟକଙ୍କ ସହ ନୀତିଶଙ୍କ ଆରଜେଡି ରହିଛି । ହେଲେ ସଂଖ୍ୟା ନଥାଇ ମଧ୍ୟ ସବୁବେଳେ ନୀତିଶ ହିଁ ସିଂହଭାଗ ନେଉଛନ୍ତି । ଏହି ମେଣ୍ଟରେ ବିଜେପି ହିଁ ବଡ ଦଳ ଭାବେ ରହିଛି । ତେବେ ନୀତିଶ କେବଳ ମୁଖ୍ଯମନ୍ତ୍ରୀ ଆସନରେ ରହିବା ବେଳେ ବିଜେପି ହିଁ ପ୍ରକୃତ ନୀତି ନିର୍ଣ୍ଣାୟକ ହେବ ବୋଲି ଚର୍ଚ୍ଚା ହେଉଛି । ହେଲେ ପରବର୍ତ୍ତିତ ସ୍ଥିତିରେ ବିଜେପି ଯଦି ଚାପ ସୃଷ୍ଟି କରିବା ପାଇଁ ଉଦ୍ୟମ କରେ, ତେବେ ନୀତିଶ ପୁଣି ଥରେ ନିଜ ପଲଟିମାର ଅଭ୍ୟାସକୁ ମଧ୍ୟ ଯେ ନଆପଣାଇବେ ତାହା ଏବେ ସନ୍ଦେହରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.