ETV Bharat / politics

ଜୟଦେବରେ ସ୍ବାଧୀନ ପ୍ରାର୍ଥୀ ସତ୍ୟପ୍ରିୟଙ୍କ ମାରାଥନ ପ୍ରଚାର - Satyapriya Behera Election Campaign

author img

By ETV Bharat Odisha Team

Published : May 12, 2024, 7:16 PM IST

Independent MLA Candidate Satyapriya Behera Election Campaign: ଜୟଦେବ ନିର୍ବାଚନ ମଣ୍ଡଳୀରେ ରୋଚକ ହେବ ଲଢେଇ । କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀଙ୍କୁ କଡା ଟକ୍କର ହେଉଛନ୍ତି ସ୍ବାଧୀନ ପ୍ରାର୍ଥୀ । ଅଧିକ ପଢ଼ନ୍ତୁ

ଜୟଦେବରେ ସ୍ବାଧୀନ ପ୍ରାର୍ଥୀ ସତ୍ୟପ୍ରିୟଙ୍କ ମାରାଥନ ପ୍ରଚାର
ଜୟଦେବରେ ସ୍ବାଧୀନ ପ୍ରାର୍ଥୀ ସତ୍ୟପ୍ରିୟଙ୍କ ମାରାଥନ ପ୍ରଚାର (ETV Bharat Odisha)

ନିଆଳି: ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ହେବ କଡା ଟକ୍କର । ବିଭିନ୍ନ ଦଳର ପ୍ରାର୍ଥୀ ସହିତ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ଚଳିତ ସାଧାରଣ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଘନ ଘନ ବୈଠକ ଓ କର୍ମୀ ସମ୍ମିଳନୀ ମାଧ୍ୟମରେ ନିଜର ଭୋଟ ବ୍ୟାଙ୍କ ବୃଦ୍ଧି କରୁଥିବା ଲକ୍ଷ୍ୟ କରାଯାଉଛି ।‌ ଖୋର୍ଦ୍ଧା ଜିଲ୍ଲା ତଥା ଭୁବନେଶ୍ୱର ଲୋକସଭା ଆସନ ଅନ୍ତର୍ଗତ ଜୟଦେବ ବିଧାନସଭା ଆସନରେ ସ୍ବାଧୀନ ପ୍ରାର୍ଥୀ ଭାବରେ ସତ୍ୟପ୍ରିୟ ବେହେରା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଆଉ ସତ୍ୟପ୍ରିୟ ସ୍ବାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଭରିଥିବା ବେଳେ ଏଥର ଜୟଦେବରେ ଲଢେଇ ରୋଚକ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ସେପଟେ ସତ୍ୟପ୍ରିୟ ମଧ୍ୟ ଜୟଦେବକୁ ଅକ୍ତିଆର କରିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ।

ଜୟଦେବ ବିଧାନସଭା ଆସନରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି ସତ୍ୟପ୍ରିୟ ବେହେରା । କିଛିଦିନ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଥିବା ସତ୍ୟପ୍ରିୟ ସମାଜସେବାରୁ ଏବେ ଜୟଦେବରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ରଣାଙ୍ଗନରେ ଲଢ଼ିବାକୁ ଯାଉଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଗାରେଡିପାଞ୍ଚଣ ପଞ୍ଚାୟତ ବିଶ୍ବନାଥପୁର ଏକ ଘରୋଇ କଲ୍ୟାଣ ମଣ୍ଡପରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ମାଧ୍ୟମରେ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଜୟଦେବରେ କଂଗ୍ରେସ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆଙ୍କ ମାରାଥନ ପ୍ରଚାର - Congress Election Campaign

ଏହି ଅବସରରେ ସତ୍ୟପ୍ରିୟ ବେହେରା କହିଛନ୍ତି, "ବାଲିପାଟଣା ବ୍ଲକ ସମସ୍ତ ପଞ୍ଚାୟତରେ କର୍ମୀ ସମ୍ମିଳନୀ ଶେଷ ହୋଇଛି । ଆଜି ଗାରେଡିପାଞ୍ଚଣ ପଞ୍ଚାୟତରେ କର୍ମୀ ସମ୍ମିଳନୀ ଥିଲା । ପଞ୍ଚାୟତ ସମସ୍ତ ଗୁରୁଜନ, ମାଆ, ମାଉସୀ ଓ ଯୁବକମାନେ ଅଂଶ ଗ୍ରହଣ କରିଥିଲେ ।‌ ପଞ୍ଚାୟତର ସବୁ ଅସୁବିଧା ସମ୍ପର୍କରେ ପଞ୍ଚାୟତବାସୀ କହିଛନ୍ତି । ଆମେ ଏହି ସମସ୍ୟାକୁ ବୁଝିଲୁ । ଗତ ୨୪ ବର୍ଷ ଭିତରେ ଗାରେଡି ପାଞ୍ଚଣ ପଞ୍ଚାୟତରେ ସେମିତି ଉନ୍ନତି ମୂଳକ କାର୍ଯ୍ୟ ହୋଇନାହିଁ । ଯେହେତୁ ମୁଁ ସ୍ବାଧୀନ ପ୍ରାର୍ଥୀ ଭାବରେ ଅବତୀର୍ଣ୍ଣ ହୋଇଛି ମାଆ, ମାଉସୀ ଓ ଯୁବକ ବନ୍ଧୁମାନେ ଉପସ୍ଥିତ ଥିଲେ ମୋର ଚିହ୍ନରେ ଭୋଟ ଭିକ୍ଷା କଲି । ଆଜିର ବାର୍ତ୍ତା ଜୟଦେବ ହେଉଛି ଫୁଲ ବଗିଚା ମୁଁ ହେଉଛି ମାଳି । ମୁଁ ହେଉଛି ସେବକ ଜୟଦେବ ଭୋଟର ହେଉଛନ୍ତି ଗୁରୁଜନ ଓ ଭଗବାନ । ମୋର ବାହୁବଳ ନାହିଁ କି କ୍ଷମତା ବଳ ନାହିଁ ମୁଁ ସାମାନ୍ୟ ସେବକ ଟିଏ । ୨୪ ବର୍ଷ ଭିତରେ ଯାହା ପାଇଲେ ଯାହା ହରେଇଲେ ଏଥର ପରିବର୍ତ୍ତନ କରନ୍ତୁ ମୋତେ ଭୋଟ ଦିଅନ୍ତୁ ।"

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.