ETV Bharat / politics

ଗିରଫ ପରେ ସୋରେନଙ୍କ ପ୍ରଥମ ପ୍ରତିକ୍ରିୟା; ମୁଁ କେବେ ହାର୍ ମାନିବିନି, ଡରିବିନି

author img

By ETV Bharat Odisha Team

Published : Feb 1, 2024, 9:00 AM IST

Hemant Soren's first reaction: ଜମି ଦୁର୍ନୀତି ମାମଲାରେ ଗିରଫଦାରୀ ପରେ ହେମନ୍ତ ସୋରେନଙ୍କ ପ୍ରଥମ ପ୍ରତିକ୍ରିୟା । କହିଲେ ମୁଁ କେବେ ହାର୍ ମାନିବିନି । ଡରିକି ବୁଝାମଣା କରିବିନି । ଅଧିକ ପଢନ୍ତୁ

ଗିରଫ ପରେ ସୋରେନଙ୍କ ପ୍ରଥମ ପ୍ରତିକ୍ରିୟା
ଗିରଫ ପରେ ସୋରେନଙ୍କ ପ୍ରଥମ ପ୍ରତିକ୍ରିୟା

ରାଞ୍ଚି: ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ବୁଧବାର ରାତିରେ ଗିରଫଦାରୀ ପରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସୋରେନ କହିଛନ୍ତି, ''ମୁଁ ମୋର ଲଢ଼େଇ ଜାରି ରଖିବି । କେବେ ହାର୍ ମାନିବି ନାହିଁ । ଏହା ଏକ ବିରାମ । ଜୀବନ ଏକ ମହାସଂଗ୍ରାମ । ହାର୍ ଜିତର କିଛି ମୂଲ୍ୟ ନାହିଁ । ମୁଁ ଆଦୌ ଭୟଭୀତ ନୁହେଁ । ମୁଁ ସବୁ ମୁହୂର୍ତ୍ତରେ ଲଢେଇ କରିଛି ଏବଂ ଲଢେଇ କରୁଥିବି । କିନ୍ତୁ କେବେ ବି ବୁଝାମଣାର ଭିକ ନେବିନି । ନିଜ ଲୋକଙ୍କ ହୃଦୟର ଯନ୍ତ୍ରଣାକୁ ବ୍ୟର୍ଥ ଯିବାକୁ ଦେବିନି, ହାର୍ ମାନିବିନି ।''

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମୁଖ୍ୟ ତଥା ୪୮ ବର୍ଷୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ସୋରେନ ନିଜ ଏକ୍ସ ହ୍ୟାଣ୍ଡେଲରେ ଲୋକପ୍ରିୟ କବି ଶିବମଙ୍ଗଳ ସିଙ୍ଗ ସୁମନଙ୍କ ଦ୍ବାରା ରଚିତ କବିତାର କିଛି ଅଂଶ ଲେଖି ଏପରି ନିଜର ମନର ଭାବନା ବ୍ୟକ୍ତ କରିଛନ୍ତି । କବିତା ମାଧ୍ୟମରେ ସେ କେବେ ବି ହାର୍ ମାନିବେନି କି ଭୟଭୀତ ହୋଇ ସାଲିସ୍ କରିବେନି ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଇସ୍ତଫା ଦେଲେ ହେମନ୍ତ; କଳ୍ପନା ନୁହନ୍ତି ଚମ୍ପାଇ ସୋରେନ ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ: ଝାଡଖଣ୍ଡ ରାଜନୀତି: କେଉଁଠି ଝୁଣ୍ଟିଲେ କଳ୍ପନା ! କିଭଳି ବାଜି ମାରିନେଲେ ଚମ୍ପାଇ ?

ଜମି ଦୁର୍ନୀତି ମାମଲାରେ ବୁଧବାର ଇଡି଼ ଅଧିକାରୀମାନେ ସୋରେନଙ୍କୁ ପ୍ରାୟ ୬ ଘଣ୍ଟା ଧରି ଜେରା କରିଥିଲେ । ତାଙ୍କୁ ଗିରଫ କରାଯିବା ନେଇ ସୂଚନା ପାଇବା ପରେ ସୋରେନ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ଇସ୍ତଫା ପ୍ରଦାନ କରିଥିଲେ । ସେ ରାଜଭବନରୁ ଫେରିବା ପରେ ଇଡି ତାଙ୍କୁ ଗିରଫ କରିଥିଲା । ଆଜି ସୋରେନଙ୍କୁ ରାଞ୍ଚି ସ୍ଥିତ ସ୍ବତନ୍ତ୍ର ପିଏମଏଲଏ କୋର୍ଟରେ ହାଜର କରାଯିବ । ସେଠାରେ ଇଡି ତାଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ । ତେବେ ସୋରେନ ଦିଲ୍ଲୀରୁ ଫେରିବା ପରଠୁ ଝାଡ଼ଖଣ୍ଡ ରାଜନୀତି ସରଗରମ ରହିଥିଲା ।

ହେମନ୍ତ ସୋରେନ ଇସ୍ତଫା ଦେଲେ ତାଙ୍କ ପତ୍ନୀ କଳ୍ପନା ସୋରେନ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ସନ୍ଧ୍ୟା ବେଳକୁ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ସୋରେନଙ୍କ ଇସ୍ତଫା ପରେ ଝାଡ଼ଖଣ୍ଡର ପରିବହନ ମନ୍ତ୍ରୀ ଥିବା ବରିଷ୍ଠ ଜେଏମ୍‌ଏମ୍ ନେତା ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହେବେ । ବୁଧବାର ଅପରାହ୍ନରେ ବସିଥିବା ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ନିର୍ବାଚିତ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.