ETV Bharat / politics

ନିର୍ବାଚନ ପୂର୍ବରୁ ଆକ୍ଟିଭ ହେଉଛନ୍ତି ଦିଲ୍ଲୀପ ରାୟ, ବଦଳିବ ରାଉରକେଲା ସମୀକରଣ !

author img

By ETV Bharat Odisha Team

Published : Mar 6, 2024, 9:33 PM IST

Former Union Minister Dilip Ray: ରାଉରକେଲାର ରାଜନୀତି ସମୀକରଣ ବଦଳିବା ଚର୍ଚ୍ଚା । ନିର୍ବାଚନ ପୂର୍ବରୁ ପୁଣି ଆକ୍ଟିଭ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ । ଅଧିକ ପଢ଼ନ୍ତୁ

ନିର୍ବାଚନ ପୂର୍ବରୁ ଆକ୍ଟିଭ ହେଉଛନ୍ତି ଦିଲ୍ଲୀପ ରାୟ

ରାଉରକେଲା: ସାଧାରଣ ନିର୍ବାଚନକୁ ନେଇ ରାଉରକେଲା ରାଜନୀତି ସରଗରମ । ଆଗାମୀ ନିର୍ବାଚନରେ କିଏ କେଉଁ ଦଳରୁ ଲଢ଼ିବେ, କେଉଁ ଦଳରେ କିଏ ନୂଆ ମୁହଁ ଆସିବ, ପୁରୁଖା ନେତା ପୁଣି ଦଳ ବଦଳିବେ ନା ପୁରୁଣା ଦଳ ପାଇଁ କାର୍ଯ୍ୟ କରିବେ, ଏଭଳି ବିଭିନ୍ନ ପ୍ରକାର ଆଲୋଚନା ରାଉରକେଲା ସହରର ବିଭିନ୍ନ ଖଟିରେ ଚାଲିଛି । ବିଜେପି, ବିଜେଡି ଏବଂ କଂଗ୍ରେସ ସହ ଅନ୍ୟାନ୍ୟ ଦଳ ମଧ୍ୟ ନିର୍ବାଚନକୁ ନେଇ ପ୍ରସ୍ତୁତ ହେଉଛନ୍ତି । ଏହାରି ମଧ୍ୟରେ ରାଉରକେଲାର ରାଜନୀତି ସମୀକରଣ ବଦଳିବା ଚର୍ଚ୍ଚା ମଧ୍ୟ ଜୋର ଧରିଛି । ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ । କାରଣ ବିଜେପି ଛାଡିବାର ବହୁ ବର୍ଷ ପରେ ତାଙ୍କୁ ପୁଣିଥରେ ଆକ୍ଟିଭ ମୋଡ୍‌ରେ ଲୋକେ ଦେଖିବାକୁ ପାଉଛନ୍ତି ।

ବହୁଦିନ ରାଜନୀତି ଠାରୁ ଦୂରେଇ ରହିବା ପରେ 2024 ନିର୍ବାଚନ ପୂର୍ବରୁ ପୁଣି ବରିଷ୍ଠ ନେତା ଦିଲ୍ଲୀପ ରାୟ ଆକ୍ଟିଭ ହେବା ରାଉରକେଲା ରାଜନୀତିରେ କିଛି ନୂଆ ସମୀକରଣ ଆଡ଼କୁ ଇଙ୍ଗିତ କରୁଛି । ଏବେ ରାଉରକେଲାରେ ସମସ୍ତ କାର୍ଯ୍ୟକ୍ରମରେ ଏବଂ ଲୋକଙ୍କ ଗହଳିରେ ଦିଲ୍ଲୀପ ରାୟଙ୍କୁ ପୁଣି ଦେଖିବାକୁ ମିଳୁଛି । ଏହାସହ ଦିଲ୍ଲୀପ ରାୟଙ୍କ ନିକଟକୁ ସୁଅ ଛୁଟୁଛି ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସହ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ମାନଙ୍କର । ତେବେ ଏହାକୁ ନେଇ ରାଜନୈତିକ ସମୀକ୍ଷକ କହିଛନ୍ତି, "ଦିଲ୍ଲୀପ ରାୟ ଆକ୍ଟିଭ ହୋଇଛନ୍ତି । କିନ୍ତୁ ସେ ବର୍ତ୍ତମାନ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ ହୋଇନାହିଁ । ଦିଲ୍ଲୀପ ରାୟ ହେଉଛନ୍ତି ରାଉରକେଲା ରାଜନୀତିର ପୁରୁଣା ଖେଳାଳି ଏବଂ ସେ ଯେହେତୁ ବର୍ତ୍ତମାନ ଆକ୍ଟିଭ ଦେଖାଯାଉଛନ୍ତି, ରାଉରକେଲାରେ କିଛି ପରିବର୍ତ୍ତନ ହୋଇପାରେ । ଦିଲ୍ଲୀପ ଉଭୟ ବିଜେପି ଏବଂ ବିଜେଡିରେ ତୃତୀୟ ମହଲରେ ସମସ୍ତଙ୍କ ସହ ସମ୍ପର୍କରେ ଥିବା ଆଲୋଚନା ହେଉଛି । ତେବେ ବର୍ତ୍ତମାନ ସେ କେଉଁ ଦଳକୁ ଯାଉଛନ୍ତି, ତାହା କହିବା ଅସ୍ପଷ୍ଟ ଏବଂ ଯଦି କେଉଁ ଦଳକୁ ସେ ଯାଉନାହାନ୍ତି ତେବେ ସେ କେଉଁ ଦଳର ପ୍ରାର୍ଥୀକୁ ସମର୍ଥନ କରିପାରନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ନବୀନ ନିବାସରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଆରମ୍ଭ, ପ୍ରଥମ ପର୍ଯ୍ୟାୟରେ ଉପସ୍ଥିତ ନେତା ସାମିଲ

ଏଠାରେ ସବୁଠୁ ବଡ଼ ପ୍ରଶ୍ନ, କାହାକୁ ସମର୍ଥନ କରିବେ ଦିଲ୍ଲୀପ ? କାରଣ ବିଜେଡିର ସାରଦା ନାୟକଙ୍କ ସହ ଦିଲ୍ଲୀପଙ୍କର ଆଉ ଭଲ ସମ୍ପର୍କ ନଥିବା ନେଇ ଚର୍ଚ୍ଚା ହେଉଛି । ଗତ ନିର୍ବାଚନ ପରଠୁ ଉଭୟଙ୍କ ସମ୍ପର୍କ ଭଲ ନଥିବା କୁହାଯାଏ । ତେବେ ବିଗତ ଦିନରେ ଦିଲ୍ଲୀପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ, ଯାହା ତାଙ୍କର ବିଜେଡିରେ ଯୋଗଦେବା ଉପରେ ଆଲୋଚନା ବଢାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ବିଜେଡିରେ ଯୋଗ ଦେଇନାହାନ୍ତି । ତେବେ ବିଜେପିକୁ ମଧ୍ୟ ଯଦି ସେ ସମର୍ଥନ କରିବେ, ତାହେଲେ ଏହାକୁ ବିଜେପି କେତେ ଗ୍ରହଣ କରିବ ? କାରଣ ବିଜେପି ଛାଡିବା ସମୟରେ ଦିଲ୍ଲୀପ କହିଥିଲେ ଯେ ଦିଲ୍ଲୀ ନେତୃତ୍ବର ଅବହେଳା ଯୋଗୁଁ ଦଳ ଛାଡ଼ିଲି । ଆଗେ ମାଟି ପରେ ପାର୍ଟି କହି ବିଧାୟକ ପଦ ସହ ବିଜେପି ଦଳରୁ ଓହରି ଯାଇଥିଲେ । ତେବେ ବର୍ତ୍ତମାନ ରାଜ୍ୟରେ ଏବଂ ରାଉରକେଲାରେ କଂଗ୍ରେସର ସ୍ଥିତି ଯେଉଁଭଳି ଶୋଚନୀୟ ହୋଇଛି, ଦିଲ୍ଲୀପ ଏହାର ପ୍ରାର୍ଥୀଙ୍କୁ ମଧ୍ୟ ସମର୍ଥନ କରି ନପାରନ୍ତି । ଦିଲ୍ଲୀପ ରାୟଙ୍କର ନିଜସ୍ବ କିଛି ପକେଟ ଭୋଟ ରହିଛି । ଯଦି ସେ କାହାକୁ ସମର୍ଥନ କରନ୍ତି, ତେବେ ସେହି ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଲୋଚନା ହେଉଛି । ଏବଂ ଯଦି ଦିଲ୍ଲୀପ ନିଜେ ନିର୍ବାଚନ ଲଢ଼ନ୍ତି, ତେବେ କେଉଁ ଦଳରୁ ଲଢ଼ିବେ ତାହା ଏବେ ପ୍ରଶ୍ନ । ଯଦି ନିର୍ଦଳୀୟ ଭାବେ ଲଢ଼ନ୍ତି, ତେବେ ମଧ୍ୟ ଅନ୍ୟ ଦଳର ପ୍ରାର୍ଥୀଙ୍କ ଭୋଟ ସଂଖ୍ୟା ବିଗିଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.