ETV Bharat / politics

ବିଜେଡି ଛାଡ଼ିଲେ ରାସେଶ୍ବରୀ, ଛାଡ଼ି ପାରନ୍ତି ରାଜନୀତି ! ପ୍ରତିକ୍ରିୟା ରଖିଲେ ରୋହିତ - Raseswari Panigrahi quits BJD

author img

By ETV Bharat Odisha Team

Published : Apr 23, 2024, 10:45 AM IST

Updated : Apr 23, 2024, 1:29 PM IST

Raseswari Panigrahi quits BJD: ବିଜେଡି ଛାଡିଲେ ପୂର୍ବତନ ବିଧାୟିକା ତଥା ହେଭିୱେଟ ନେତ୍ରୀ ରାସେଶ୍ବରୀ ପାଣିଗ୍ରାହୀ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ରାସେଶ୍ବରୀ । ଜାହିର କଲେ ଅସନ୍ତୋଷ, ହେଲେ କୌଣସି ଦଳରେ ସାମିଲ ହେବେ ନାହିଁ ବୋଲି କହିଲେ । ଅଧିକ ପଢନ୍ତୁ

ବିଜେଡି ଛାଡିଲେ ପୂର୍ବତନ ସମ୍ବଲପୁର ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ

Former Sambalpur MLA Raseswari Panigrahi quits BJD

ଭୁବନେଶ୍ବର: ବିଜେଡି ଛାଡିଲେ ରାସେଶ୍ବରୀ । ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ଟାଣୁଆ ନେତ୍ରୀ ରାସେଶ୍ବରୀ ପାଣିଗ୍ରାହୀ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ସଂଗଠନ ସଭାପତିଙ୍କ ଜରିଆରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି । ତେବେ ସମ୍ବଲପୁରରୁ ଟିକଟ ଆଶାୟୀ ଥିଲେ ରାସେଶ୍ବରୀ । କିନ୍ତୁ ଦଳ ରୋହିତ ପୂଜାରୀଙ୍କୁ ଟିକଟ ଦେବା ପରେ ସେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା କୁହାଯାଉଛି ।

୨୦୧୪ରୁ ୨୦୧୯ ଯାଏଁ ରାସେଶ୍ବରୀ ପାଣିଗ୍ରାହୀ ସମ୍ବଲପୁର ବିଧାନସଭା କ୍ଷେତ୍ରରୁ ବିଜେଡି ଟିକେଟରେ ବିଧାୟକ ଥିଲେ । ୨୦୧୯ ନିର୍ବାଚନରେ ସେ ବିଜେପିର ଜୟନାରାୟଣ ମିଶ୍ରଙ୍କ ଠାରୁ ପରାସ୍ତ ହୋଇଥିଲେ । ୨୦୨୪ରେ ସେ ସମ୍ବଲପୁର ଆସନରୁ ଟିକଟ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କୁ ଅଣଦେଖା କରିଥିଲା । ବିଜେଡି ପକ୍ଷରୁ ଦୁଇ ଥର ଲାଗି ସମ୍ବଲପୁର ବିଧାନସଭା ଆସନ ଘୋଷଣା କରିଥିଲା । ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ସମ୍ବଲପୁର ଟିକଟ ଦେଇଥିଲା । ରେଢାଖୋଲରୁ ରୋହିତ ପୂଜାରୀ ପ୍ରାର୍ଥୀ ହୋଇଥିଲେ । ପ୍ରସନ୍ନ ଅସନ୍ତୋଷ ବ୍ୟକ୍ତ କରିବାରୁ ଦଳ ଆସନ ଅଦଳବଦଳ କରିଥିଲା । ତାଙ୍କୁ ବଦଳାଇ ରୋହିତ ପୂଜାରୀଙ୍କୁ ସମ୍ବଲପୁର ଟିକଟ ଦିଆଯାଇଥିଲା । ଏହାପରେ ରସେଶ୍ୱରୀଙ୍କ ଟିକେଟ ଆଶା ଦ୍ଵିତୀୟ ଥର ଲାଗି ଭାଙ୍ଗିଥିଲା । ତେଣୁ ସେ ଦଳ ଛାଡିଥିବା ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ: କଟିଲା ଟିକେଟ; ବିଜେଡି ଛାଡିଲେ ସୀମାରାଣୀ, ଆଜି ବିଜେପିରେ ମିଶିପାରନ୍ତି - Hindol MLA Quits BJD

ସମ୍ବଲପୁର ଟିକଟ ନେଇ ରୋହିତ ଓ ରସେଶ୍ୱରୀଙ୍କ ସମର୍ଥକ ବିଭିନ୍ନ ସମୟରେ ମୁହାଁମୁହିଁ ହୋଇଛନ୍ତି । ଏହାକୁ ସମାଧାନ କରିବା ଲାଗି ଦଳ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକଟ ଦେଇ ରସେଶ୍ୱରୀ ଗୋଷ୍ଠୀଙ୍କୁ ଚୁପ କରିବାକୁ ଚେଷ୍ଟା କରିଥିଲେ । ଟିକଟ ବଦଳିବା ଓ ପୁନର୍ବାର ତାଙ୍କୁ ଅଣଦେଖା କରାଯିବାରୁ ରସେଶ୍ୱରୀ ଅସନ୍ତୁଷ୍ଟ ହୋଇଥିଲେ ।

ଆଜି ଇସ୍ତଫା ପରେ ନିଜ ଆବାସିକ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାସେଶ୍ବରୀ ପାଣିଗ୍ରାହୀ କହିଛନ୍ତି ଯେ, ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ବିଜେଡି ଦଳରୁ ଇସ୍ତଫା ଦେଇଛି l ଯେଉଁ ବ୍ୟକ୍ତିଙ୍କୁ ଦଳର ଶୀର୍ଷ ନେତୃତ୍ୱ ଅପାରଗ ବୋଲି କହିଥିଲେ ସେହି ବ୍ୟକ୍ତିଙ୍କୁ ହିଁ ବିଜେଡି ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପରି ସମ୍ବେଦନଶୀଳ ଆସନରୁ ପ୍ରାର୍ଥୀ କରିଛି l ଆଗରୁ ମୁଁ ସମାଜ ସେବା କରୁଥିଲି । 2014ରୁ 2019 ପର୍ଯ୍ୟନ୍ତ ବିଜେଡି ଦଳ ସାମୁହିକ ସେବା କରିବା ପାଇଁ ମତେ ବିଧାୟକ ହେବାର ସୁଯୋଗ ଦେଇଥିଲା l ତେଣୁ ବିଗତ ଦିନରେ ମୁଁ ସମାଜ ସେବା କରୁଥିଲି ଆଗକୁ ମଧ୍ୟ ସମାଜ ସେବା କରିବି l ତେବେ ସେ ଆଗକୁ କୌଣସି ଦଳରେ ଯୋଗଦେବାର ନାହିଁ କି ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି l

ସେପଟେ ଏନେଇ ରୋହିତ ପୂଜାରୀ କହିଛନ୍ତି ଯେ, ରାସେଶ୍ୱରୀଙ୍କ ଦଳ ଛାଡିବା ଆମ ପାଇଁ ଦୁର୍ଭାଗ୍ୟଜନକ l ମୁଁ ନିଜେ ଓ ଆମ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରାସେଶ୍ୱରୀଙ୍କୁ ମାଆ ଭଳି ସମ୍ମାନ ଦେଇଆସୁଥିଲୁ ଓ ଆଗକୁ ମଧ୍ୟ ସମ୍ମାନ ଦେବୁ l ଆମେ ଦୁଇ ଜଣ ତାଙ୍କ ପାଖକୁ ଯାଇ ମୁଣ୍ଡିଆ ମାରି ତାଙ୍କ ଆଶୀର୍ବାଦ ମଧ୍ୟ ନେଇଥିଲୁ l ସେ ଆମକୁ ଚଳିତ ନିର୍ବାଚନ ବୈତରଣୀ ପାର କରିବେ ବୋଲି ଆଶା କରିଥିଲୁ । କିନ୍ତୁ ସେ କେଉଁ କାରଣ ପାଇଁ ଏଭଳି ନିଷ୍ପତ୍ତି ନେଲେ ଆମେ ଜାଣିନୁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 23, 2024, 1:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.