ETV Bharat / politics

ବିଜେଡି ପାଇଁ କ୍ଷତିକାରକ ହୋଇପାରନ୍ତି ରାସେଶ୍ୱରୀ ! - Sambalpur Politics

author img

By ETV Bharat Odisha Team

Published : Apr 24, 2024, 10:48 PM IST

BJD in Backfoot: ସମ୍ବଲପୁରର ପୂର୍ବତନ ବିଧାୟିକା ଡଃ ରାସେଶ୍ବରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେବା ପରେ ବିଜେଡି ବ୍ୟାକ୍‌ଫୁଟ୍‌କୁ ଠେଲି ହୋଇଯାଇଥିବା ଅନୁମାନ କରିଛନ୍ତି ରାଜନୀତି ସମୀକ୍ଷକ । ଅଧିକ ପଢ଼ନ୍ତୁ

ବିଜେଡି ପାଇଁ କ୍ଷତିକାରକ ହୋଇପାରନ୍ତି ରାସେଶ୍ୱରୀ !

ସମ୍ବଲପୁର: ବର୍ତ୍ତମାନ ସମ୍ବଲପୁର ଲୋକସଭା ସିଟ୍‌ ହେଉ କି ବିଧାନସଭା ସିଟ, ଏହା ରାଜ୍ୟ ତଥା ଜାତୀୟ ରାଜନୀତିର ଫୋକସରେ ରହିଛି । କାରଣ ସମ୍ବଲପୁର ଲୋକସଭା ସିଟ୍‌ରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ । ଅନ୍ୟପଟେ ସମ୍ବଲପୁର ବିଧାନସଭା ସିଟ୍‌ରେ ବିଜେପିର ପ୍ରାର୍ଥୀ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଅଛନ୍ତି ରୋହିତ ପୂଜାରୀ । ଏଭଳି ଭାବରେ ସମ୍ବଲପୁର ଏବେ ରାଜନୈତିକ ହଟସ୍ପଟ୍‌ ପାଲଟିଛି । ଏହାରି ଭିତରେ ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେବା ଶାସକ ଦଳକୁ ସେଠାରେ କେତେ ପ୍ରଭାବିତ କରିବ, ତାହା ଏବେ ଆଲୋଚନାର ବିଷୟ ପାଲଟିଛି ।

ବିଭିନ୍ନ ଘଟଣାକ୍ରମ ମଧ୍ୟରେ ଗତକାଲି ସମ୍ବଲପୁରର ପୂର୍ବତନ ବିଧାୟିକା ଡଃ ରାସେଶ୍ବରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । କେବଳ ଏତିକି ନୁହେଁ, ଶୀର୍ଷ ନେତୃତ୍ବ ଓ ସମ୍ବଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କ ଉପରେ ସେ ବର୍ଷିଛନ୍ତି । ତେବେ ରାସେଶ୍ବରୀଙ୍କ ବିଜେଡି ଛାଡ଼ିବା ବିଜେଡି ଦଳ ପାଇଁ ଏକ ଶକ୍ତ ଧକ୍କା ବୋଲି ରାଜନୀତି ସମୀକ୍ଷକ କହିଛନ୍ତି । ରାସେଶ୍ବରୀ ବର୍ତ୍ତମାନ ପରିପ୍ରେକ୍ଷୀରେ କୌଣସି ଦଳରେ ଯୋଗ ଦେବେନି ବା ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେନି ବୋଲି ସ୍ପଷ୍ଟ କରିଥିଲେ ମଧ୍ୟ ସେ ବିଜେଡିର ବହୁତ କ୍ଷତି କରିବେ ବୋଲି ଚର୍ଚ୍ଚା ଜୋର ଧରିଲାଣି ।

ଗତକାଲି ସମ୍ବଲପୁରର ପୂର୍ବତନ ବିଧାୟିକା ଡଃ ରାସେଶ୍ବରୀ ପାଣିଗ୍ରାହୀ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଛାଡ଼ିଥିବା ସୂଚନା ଦେଇଥିଲେ । ସମ୍ବଲପୁର ବିଧାନସଭା ସିଟରେ ରୋହିତ ପୂଜାରୀଙ୍କ ପ୍ରାର୍ଥୀତ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରି ସେ ପରୋକ୍ଷରେ ରାଜ୍ୟର ଶୀର୍ଷ ନେତୃତ୍ବ ଉପରେ ବର୍ଷିଥିଲେ । ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ରଖି ରାସେଶ୍ବରୀଙ୍କ ଇସ୍ତଫା ଦେବାକୁ ଯୁକ୍ତିଯୁକ୍ତ କହିବା ସହ ରାସେଶ୍ବରୀଙ୍କ 'ଅସ୍ମିତା ଓ ସ୍ବାଭିମାନ'ର କଥାକୁ ପ୍ରଶଂସା କରିଥିଲେ । ଏହାସହ ରାସେଶ୍ବରୀ ବିଜେପିରେ ଯୋଗ ଦେବେ କି ବୋଲି ପ୍ରଶ୍ନରେ ଧର୍ମେନ୍ଦ୍ର କହିଥିଲେ, "ଦେଖନ୍ତୁ କଣ ହେଉଛି" ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ଛାଡ଼ିଲେ ରାସେଶ୍ବରୀ, ଛାଡ଼ି ପାରନ୍ତି ରାଜନୀତି ! ପ୍ରତିକ୍ରିୟା ରଖିଲେ ରୋହିତ - Raseswari Panigrahi quits BJD

ଅନ୍ୟପଟେ ରାଜନୈତିକ ମହଲରେ ଏବେ ଗୋଟିଏ ଚର୍ଚ୍ଚା, ରାସେଶ୍ବରୀଙ୍କ ବିଜେଡିରୁ ଇସ୍ତଫା ବିଜେଡିକୁ ବ୍ୟାକଫୁଟକୁ ଠେଲି ଦେଇଛି । ସମ୍ବଲପୁରରେ ବିଜେପି ଓ ବିଜେଡି ମଧ୍ୟରେ ଯେଉଁ କଡା ଟକ୍କର ହେବାର ପରିସ୍ଥିତି ଥିଲା ତାହା ଆଉ ସେମିତି ନାହିଁ । ରାସେଶ୍ବରୀଙ୍କ ଇସ୍ତଫା ପରେ ରାଜନୈତିକ ରଣଭୂମିର ଦୃଶ୍ୟପଟ ବଦଳି ସାରିଛି । ରାସେଶ୍ବରୀ ଆଉ କୌଣସି ଦଳରେ ଯୋଗ ଦେବେନି ବୋଲି କହିଥିଲେ ମଧ୍ୟ ସେ ରାଜନୀତିରୁ ସନ୍ୟାସ ନେଇ ପାରିବେନି । ତାଙ୍କର ଭଲ ସଂଗଠନ ଥିବା ସହ ତାଙ୍କ ସହ ଅନେକ ଯୁବନେତା ଯୋଡି ହୋଇ ଅଛନ୍ତି । ଅର୍ଥାତ ରାସେଶ୍ବରୀଙ୍କ ସହ ସେହି ଯୁବନେତାଙ୍କ ଭବିଷ୍ୟତ ଯୋଡି ହୋଇ ରହିଛି । ତେଣୁ ରାସେଶ୍ବରୀ ଆଗାମୀ କିଛିଦିନ ମଧ୍ୟରେ ଯେ କୌଣସି ଦଳ ସହ ଯୋଡି ହୋଇପାରନ୍ତି ବୋଲି ରାଜନୀତି ସମୀକ୍ଷକ ଦୀପକ ପଣ୍ଡା କହିଛନ୍ତି । ଅନ୍ୟପଟେ ରାସେଶ୍ବରୀ ସମ୍ମୁଖରେ ହେଉ କି ପ୍ରଚ୍ଛଦପଟରେ ରହି ବିଜେଡିର କ୍ଷତି କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.