ETV Bharat / politics

ଦଳରୁ କାହିଁକି ବହିଷ୍କୃତ ହେଲେ ପ୍ରଫୁଲ୍ଲ ମାଝୀ ରଖିଲେ ଉତ୍ତର - Former MLA Prafulla Majhi - FORMER MLA PRAFULLA MAJHI

Prafulla Majhi called a Pess Meet: ବିଜେଡିରୁ ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ ମାଝୀ ବିଜେଡିରୁ ବହିଷ୍କୃତ ହେବା ପରେ କଲେ ସାମ୍ବାଦିକ ସମ୍ମିଳନୀ । ରଖିଲେ ଉତ୍ତର । ଅଧିକ ପଢ଼ନ୍ତୁ

Prafulla Majhi called a Pess Meet
Prafulla Majhi called a Pess Meet (ETV Bharat Odisha)
author img

By ETV Bharat Odisha Team

Published : May 14, 2024, 7:50 PM IST

Prafulla Majhi called a Pess Meet (ETV Bharat Odisha)

ରାଉରକେଲା: ଚଳିତ ମାସ ୧୨ ତାରିଖ ଦିନ ବିଜେଡିରୁ ପୂର୍ବତନ ବିଧାୟକ ପ୍ରଫୁଲ ମାଝୀଙ୍କୁ ବହିଷ୍କୃତ କରାଯାଇଥିଲେ । ସେ ଦଳ ବିରୋଧୀ କାର୍ଯ୍ୟ କରିବା ଏବଂ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ପ୍ରଚାର କରିବା ଅଭିଯୋଗରେ ତାଙ୍କୁ ଦଳରୁ ବିଦା କରାଯାଇଥିଲା । ତେବେ ପ୍ରଫୁଲ୍ଲ ତାଙ୍କର ନିଲମ୍ବନକୁ ପ୍ରତ୍ୟାହାର କରି ନେବାକୁ ଦଳମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଏ ନେଇ ସେ ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ମତ ପ୍ରକାଶ କରିବା ସହିତ ଦଳର ସୁପ୍ରିମୋଙ୍କୁ ନିବେଦନ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଦଳ ଚଳିତ ନିର୍ବାଚନରେ ତାଙ୍କୁ ଟିକଟ ନଦେବା କି ନିର୍ବାଚନରେ କୌଣସି ଦାୟିତ୍ଵ ନଦେବାରୁ ସେ ଦୁଃଖିତ ଥିଲେ । ହେଲେ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନଥିବା ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି "ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନଥିବା ବେଳେ ଦଳମୁଖ୍ୟ ତାଙ୍କୁ ତାଗିଦ କିମ୍ବା କାରଣ ଦର୍ଶାଇ ନୋଟିସ ଜାରି ନକରି ହଠାତ ନିଲମ୍ବିତ କରିଛନ୍ତି । ୩ ଥରର ବିଧାୟକ ଓ ଜଣେ ବରିଷ୍ଠ ସଦସ୍ୟ ହୋଇଥିବାରୁ ଦଳ ଏହାର ପୁନଃ ବିଚାର କରି ନିଲମ୍ବନ ପ୍ରତ୍ୟାହାର କରିବା ନେବ ଆବେଦନ କରୁଛି ।"

ଏହା ମଧ୍ୟ ପଢନ୍ତୁ.. ବିଜେଡିରୁ ପ୍ରଫୁଲ ମାଝୀ ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ - PRAFULLA MAJHI SUSPENDED

ଉଲ୍ଲେଖଯୋଗ୍ୟ ବିନୟ ଟପ୍ପାଙ୍କୁ ତଳସରା ବିଧାନସଭା କ୍ଷେତ୍ରର ପ୍ରାର୍ଥୀ କରିବା ପରେ ଆଶାୟୀ ଥିବା ପ୍ରଫୁଲ୍ଲ ନିରାଶ ହୋଇ ପ୍ରଚାରରୁ ନିଜକୁ ଦୂରେଇ ରଖିଥିଲେ । କିଛିଦିନ ତଳେ ବିନୟଙ୍କୁ ଭୋଟ୍ ନଦେବାକୁ ପ୍ରଫୁଲ୍ଲ ନିଜ ସମର୍ଥକ ମାନଙ୍କୁ ଫୋନ୍ ଯୋଗେ ପରାମର୍ଶ ଦେଉଥିବା ଏବଂ ସହକର୍ମୀଙ୍କୁ ଉସୁକାଉଥିବାର ଏକ ଅଡିଓ ଭାଇରାଲ ହେଉଥିଲା । ଯାହା ଆଧାରରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି ।

ପୂର୍ବତନ ବିଧାୟକ ଡଃ ପ୍ରଫୁଲ୍ଲ ମାଝୀ ସୁନ୍ଦରଗଡ଼ ଜିଲ୍ଲାର ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୬ ଉପନିର୍ବାଚନରେ ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ କଂଗ୍ରେସ ଟିକଟରେ ନିର୍ବାଚିତ ହୋଇଥିଲେ । ଗତ ୨୦୨୧ ମସିହା ଡିସେମ୍ବର ମାସରେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ । ଏହାପରେ ତୁରନ୍ତ ୨୦୨୧ ମସିହା ଡିସେମ୍ବର ୧୦ ତାରିଖରେ ବିଜେଡି ଶିବିରରେ ସାମିଲ ହୋଇଥିଲେ ପ୍ରଫୁଲ୍ଲ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.