ETV Bharat / politics

ବୌଦ୍ଧରେ ବିଜେଡିର ହାଇଭୋଲ୍ଟେଜ୍‌ ପ୍ରଚାର, ମୈଦାନକୁ ଆସିଲେ ପାଣ୍ଡିଆନ - VK Pandian Election Campaign - VK PANDIAN ELECTION CAMPAIGN

VK Pandian Election Campaign In Boudh: ଆଜି ବୌଦ୍ଧ ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ଅଧିକ ପଢ଼ନ୍ତୁ

ବୌଦ୍ଧରେ ବିଜେଡିର ହାଇଭୋଲ୍ଟେଜ୍‌ ପ୍ରଚାର
ବୌଦ୍ଧରେ ବିଜେଡିର ହାଇଭୋଲ୍ଟେଜ୍‌ ପ୍ରଚାର (Etv Bharat Odisha)
author img

By ETV Bharat Odisha Team

Published : May 5, 2024, 4:11 PM IST

ବୌଦ୍ଧରେ ବିଜେଡିର ହାଇଭୋଲ୍ଟେଜ୍‌ ପ୍ରଚାର (Etv Bharat Odisha)

ବୌଦ୍ଧ: ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ମାରାଥନ ପ୍ରଚାର ଚଳାଇଛନ୍ତି ରାଜ୍ୟର ପ୍ରମୁଖ ଦଳ । ଏହାରି ଭତରେ ବୌଦ୍ଧରେ ପ୍ରଚାରକୁ ଜୋରଦାର କରିଛି ବିଜେଡି । ବୌଦ୍ଧ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଭୋଟ ଭିକ୍ଷା କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ ।

ମେ' 20 ତାରିଖରେ ବୌଦ୍ଧ ଜିଲ୍ଲାରେ ମତଦାନା ହେବାକୁ ରହିଥିବା ବେଳେ ଆଜି (ରବିବାର) ବୌଦ୍ଧରେ ବିଜେଡି କରିଛି ହାଇଭୋଲ୍ଟେଜ ପ୍ରଚାର । ଜିଲ୍ଲା ପୁରୁଣା କଟକ ହାଇସ୍କୁଲ ପଡ଼ିଆ ଠାରେ ଆୟୋଜିତ ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଭିକେ ପାଣ୍ଡିଆନ । ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ଓ କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତାନନ୍ଦ ସାମନ୍ତଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ପାଣ୍ଡିଆନ । ଦଳୀୟ ନେତା ଓ କର୍ମୀଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେବା ସହିତ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରାଇବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ପାଣ୍ଡିଆନ ।

ସେହିପରି ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଲୋକସଭା ଆସନ ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତାନନ୍ଦ ସାମନ୍ତ ମଧ୍ୟ ଉପସ୍ଥିତ ରହି ପ୍ରଦୀପ କୁମାର ଅମାତଙ୍କ ସହ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ବିଜେଡିର ଏହି କାର୍ଯ୍ୟକ୍ରମରେ ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତଙ୍କ ସହ ଶହଶହ ବିଜେଡି କର୍ମୀ ଓ ନେତା ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବୌଦ୍ଧ ଓ କଣ୍ଟାମାଳ ଆସନ ପାଇଁ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ - Pradip And Mahidhar File Nomination

ସୂଚନା ଥାଉକି, ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଲଗାତାର 5 ଥର ବିଧାୟକ ରହିଥିବା ପ୍ରଦୀପ କୁମାର ଅମାତ ଚଳିତ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଷଷ୍ଠ ଥର ପାଇଁ ନିର୍ବାଚନ ଲଢୁଛନ୍ତି । ଗତ ୨୯ ତାରିଖରେ ନାମାଙ୍କନ ପତ୍ର ଦାଖଲ କରି ବୌଦ୍ଧରେ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରଦୀପ । ପ୍ରଦୀପ ଡୋର ଟୁ ଡୋର କ୍ୟାମ୍ପେନ କରୁଥିବା ଦେଖିବାକୁ ମିଳୁଛି । ତେବେ ଦଳକୁ ଅଧିକ ମଜଭୁତ ତଥା ଦଳୀୟ ପ୍ରାର୍ଥୀ ପ୍ରଦୀପ କୁମାର ଅମାତଙ୍କ ପାଇଁ ଭୋଟ ପ୍ରଚାର ପାଇଁ ଆଜି ଭିକେ ପାଣ୍ଡିଆନ ପୁରୁଣା କଟକ ଠାରେ ପହଞ୍ଚି ଉଭୟ ବୌଦ୍ଧ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ଓ କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତାନନ୍ଦ ସାମନ୍ତଙ୍କ ପାଇଁ ପ୍ରଚାର କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.