ETV Bharat / politics

‘ଏକଜିଟ ପୋଲ’ ବିତର୍କ ବର୍ଜନ କରିବ କଂଗ୍ରେସ, ଶାହ କହିଲେ ନିଶ୍ଚିତ ପରାଜୟ ଜାଣି ଭୟଭୀତ - Congress to Boycott Exit Poll

Amit Shah Mocks Congress Over Exit Poll Boycott: ଏକଜିଟ ପୋଲ ବିତର୍କ ବର୍ଜନ କରିବା ନେଇ କଂଗ୍ରେସକୁ ଘେରିଲା ବିଜେପି । ଶାହ କହିଲେ, ସେମାନେ ଫଳାଫଳ ଜାଣିସାରିଛନ୍ତି । ଅଧିକ ପଢନ୍ତୁ

ଏକଜିଟ ପୋଲ ବିତର୍କ ବର୍ଜନ କରି କଂଗ୍ରେସ, ଶାହ କହିଲେ ପରାଜୟ ଜାଣି ଭୟଭୀତ
ଏକଜିଟ ପୋଲ ବିତର୍କ ବର୍ଜନ କରି କଂଗ୍ରେସ, ଶାହ କହିଲେ ପରାଜୟ ଜାଣି ଭୟଭୀତ (ETV Bharat Odisha)
author img

By ETV Bharat Odisha Team

Published : Jun 1, 2024, 2:33 PM IST

ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ଦେଶରେ ଅନ୍ତିମ ପର୍ଯ୍ୟାୟ ଭୋଟିଂ ଶେଷ ହେବ । ସଂଧ୍ୟାରେ ମତଦାନ ପ୍ରକ୍ରିୟା ଶେଷ ହେବାର କିଛି ଘଣ୍ଟା ମଧ୍ୟରେ ବୁଥ ବାହୁଡା ଜନମତ ବା ‘ଏକଜିଟ ପୋଲ’ ପ୍ରକାଶ ପାଇବ । ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଓ ପୋଲ-ଓ୍ବାଚ୍‌ ସଂଗଠନ ଦ୍ବାରା କରାଯାଉଥିବା ସର୍ଭେ ନିର୍ବାଚନ ଫଳାଫଳର ସମ୍ଭାବ୍ୟ ଚିତ୍ର ସ୍ପଷ୍ଟ କରିବାକୁ ଥିବା ବେଳେ ଏହା ଉପରେ ସମସ୍ତ ରାଜନୈତିକ ଦଳ ଓ ସମଗ୍ର ଦେଶର ନଜର ରହିଛି । ମାତ୍ର ଏହି ପୋଲ ପ୍ରକାଶ ପାଇବା ପରେ କୌଣସି ବିତର୍କରେ ଅଂଶଗ୍ରହଣ ନକରିବାକୁ ଘୋଷଣା କରିଛି କଂଗ୍ରେସ । ଏହାକୁ ନେଇ ବିଜେପି, କଂଗ୍ରେସକୁ କଡା ସମାଲୋଚନା କରିବାର ଅବସର ପାଇଛି । କଂଗ୍ରେସ ଚଳିତ ନିର୍ବାଚନରେ ନିଜର ନିଶ୍ଚିତ ପରାଜୟ ଜାଣି ସାରିଲାଣି । ସେଥିପାଇଁ ଭୟଭୀତ ହୋଇ ‘ଏକଜିଟ ପୋଲ’ ବର୍ଜନ କରିବା ନେଇ ଘୋଷଣା କରିଛି ବୋଲି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ତଥା ଦଳର ଜାତୀୟ ମୁଖପାତ୍ର ପବନ ଖେଡା ଏହି ଘୋଷଣା କରିଥିଲେ । ଦଳର କେହି ପ୍ରବକ୍ତା କିମ୍ବା କାର୍ଯ୍ୟକର୍ତ୍ତା କୌଣସି ଗଣମାଧ୍ୟମ ପ୍ଲାଟଫର୍ମରେ ‘ଏକଜିଟ ପୋଲ’ ସମ୍ପର୍କିତ ବିତର୍କରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଖେଡା କହିଥିଲେ । ଏହା ସହ 4 ତାରିଖରେ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ କଂଗ୍ରେସ ଏହା ସମ୍ପର୍କରେ ଅଧିକ କିଛି ଆଲୋଚନା କରିବନାହିଁ ବୋଲି ମଧ୍ୟ ଖେଡା କହିଥିଲେ । ଏହା ପରେ ତମାମ ବିଜେପି ନେତା ଏହାକୁ ସମାଲୋଚନା କରି ନିର୍ବାଚନ ହାରିବାର ଭୟ ବୋଲି କହିଥିଲେ ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କହିଥିଲେ, ଏହା ସର୍ବପୁରାତନ ରାଜନୈତିକ ଦଳର ପିଲାଳିଆମି ବ୍ୟବହାର । ମୁଖ୍ଯ ବିରୋଧୀ ଦଳ ଭାବରେ ଏକ ନିର୍ଦ୍ଦିଷ୍ଟ ସ୍ତରର ପରିପକ୍ବତା ରହିବା ଉଚିତ । ଏହା ପରେ ଶାହ ଏକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କଂଗ୍ରେସକୁ ଶାଣିତ ସମାଲୋଚନା କରିଛନ୍ତି । କହିଛନ୍ତି, ଏଥର ନିର୍ବାଚନରେ କଂଗ୍ରେସ ନିଜର ବହୁମତ ଆସିବାକୁ ଯାଉଥିବା କହିଆସିଛି । ହେଲେ ସତରେ କ’ଣ ଘଟିବାକୁ ଯାଉଛି, ତାହା ସେମାନଙ୍କୁ ଜଣାପଡିସାରିଛି । 4 ତାରିଖରେ ଯେଉଁ ପ୍ରଚଣ୍ଡ ପରାଜୟର ସମ୍ମୁଖୀନ ହେବା ପରେ ସେମାନେ ଗଣମାଧ୍ୟମରେ କ’ଣ ଉତ୍ତର ରଖିବେ । ସେଥିପାଇଁ ସେମାନେ ଏବେ ଠାରୁ ଏହାକୁ ବର୍ଜନ କରିବାର ନିଷ୍ପତ୍ତି ନେଇସାରିଲେଣି ।

ଏହା ମଧ୍ୟ ଫଳରେ:- ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନ; ମୈଦାନରେ 904 ପ୍ରାର୍ଥୀ, ପ୍ରଧାନମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା - 7th phase voting

ଆଜି ସଂଧ୍ୟାରେ ଭୋଟିଂ ସରିବା ପରେ ଏକାଧିକ ସଂସ୍ଥା ନିଜର ପୋଲ ସର୍ଭେ ପ୍ରକାଶ କରିବେ । ଭାରତୀୟ ଜନତା ପାର୍ଟି ଓ ଏହାର ନେତୃତ୍ବଧୀନ ‘ଏନଡିଏ’ ମେଣ୍ଟ ଏଥର 400 ପାର କରି ପ୍ରଚଣ୍ଡ ବହୁମତ ହାସଲ କରିବ ବୋଲି ଦମ୍ଭୋକ୍ତି ଦେଖାଉଛି । କଂଗ୍ରେସ ନେତୃତ୍ବରେ ନିର୍ବାଚନୀ ଗ୍ରାଉଣ୍ଡରେ ଥିବା ମିଳିତ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟର ଅବସ୍ଥା ସେତେ ଭଲ ଦୃଶ୍ୟମାନ ହେଉନଥିଲେ ସୁଦ୍ଧା ସେମାନେ ମଧ୍ୟ ଗରିଷ୍ଠତା ହାସଲ କରିବେ ବୋଲି ଯୁକ୍ତି ବାଢୁଛନ୍ତି । ଏହାରି ମଧ୍ୟରେ ଆଜି ପ୍ରକାଶ ପାଇବାକୁ ଥିବା ଏକଜିଟ ପୋଲର ରେଜଲ୍ଟ ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.