ETV Bharat / politics

ବିଜେପିରେ ସାମିଲ ହେଲେ ଦୁଇ ଜଣ ବରିଷ୍ଠ ଡାକ୍ତର - BJP Joining Programme - BJP JOINING PROGRAMME

BJP Joining Programme: ବିଜେପିରେ ସାମିଲ ହେଲେ ଦୁଇ ଜଣ ବରିଷ୍ଠ ଡାକ୍ତର । ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର ଏବଂ ଡାକ୍ତର ପ୍ରତାପ ପାଣି ଆଜି ଶଙ୍ଖ ଧରିଛନ୍ତି । ଅଧିକ ପଢନ୍ତୁ

BJP Joining Programme
BJP Joining Programme
author img

By ETV Bharat Odisha Team

Published : Apr 4, 2024, 8:28 PM IST

BJP Joining Programme

ଭୁବନେଶ୍ବର: ବିଜେପିରେ ସାମିଲ ହେଲେ ଦୁଇ ଜଣ ବରିଷ୍ଠ ଡାକ୍ତର । ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର ଏବଂ ଡାକ୍ତର ପ୍ରତାପ ପାଣି ଆଜି ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତି ଶଙ୍ଖ ଧରିଛନ୍ତି ।

ପ୍ରଶାନ୍ତ କୁମାର ମିଶ୍ର ଏମ୍ସରେ ନିଜର କାର୍ଯ୍ୟକାଳ ସମୟରେ ସେବା ଯୋଗାଇଦେଇଥିଲେ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ପିତା ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥୀ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହ କାମ କରିଛନ୍ତି । ସେହିପରି ଡାକ୍ତର ପ୍ରତାପ ପାଣି ପୂର୍ବରୁ ବିଜେଡିରେ ଥିଲେ । ବର୍ତ୍ତମାନ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡିରେ ରହି କିଛି ଲାଭ ନାହିଁ ବୋଲି ସେ କହିଛନ୍ତି । ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକାଶ ସହ ସେବା ରାଜନୀତି ପାଇଁ ବିଜେପିରେ ଯୋଗ ଦେଇଥିବା ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପଦ୍ମ ଧରିଲେ ବିଜେଡିର ଟାଣୁଆ ନେତ୍ରୀ ସନ୍ଧ୍ୟାବତୀ ପ୍ରଧାନ ଓ ଲିଙ୍କନ ସୁବୁଦ୍ଧି - Sandhyabati Joins BJP

ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, "ଓଡ଼ିଶାର ସାଢ଼େ ଚାରିକୋଟି ଲୋକଙ୍କ ଭାବନା, ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ବିଜେଡି ଅପଚେଷ୍ଟା କରୁଥିଲା, ତାହାର ପରିସମାପ୍ତି ଘଟିଛି । ବିଜେଡିର ଗୌଣି ପୁରିଗଲାଣିି । ରାଜ୍ୟ ବିକାଶ ପାଇଁ ଆସୁଥିବା କେନ୍ଦ୍ରୀୟ ଯୋଜନାକୁ ହଡପ୍ କରିବା ସହିତ ନିର୍ଦ୍ଧିଷ୍ଟ କିଛି ବ୍ୟକ୍ତି ମିଳିମିଶି ଟଙ୍କା ଆତ୍ମସାତ କରୁଛନ୍ତି । ଓଡ଼ିଶାର ବିକାଶ ପାଇଁ ବିଜେପି ଲଢ଼େଇ କରିବ । ବିଭିନ୍ନ ରାଜନୈତିକ ଦଳର ଅନେକ ସାଂସଦ, ବିଧାୟକ, ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଏବଂ ବ୍ୟକ୍ତି ବିଶେଷ ବିଜେପିରେ ସାମିଲ ହେଉଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି, "ଆସନ୍ତା ଜୁନ ୪ରେ ଓଡିଶାରେ ବିଜେପି ସରକାର ଗଠନ କରିବ । ଶାସନକୁ ଆସିବା ମାତ୍ରେ ୪୦ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ କରାଯିବ । ଧାନ କ୍ୱିଂଟାଲ ପ୍ରତି ୩୧୦୦ ଟଙ୍କା ପ୍ରଦାନ କରାଯିବ । ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରାଯିବ । ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା ପ୍ରଦାନ କରାଯିବ । ଚାଷୀ, ଯୁବକଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦିଆଯାଇ ସମାଧାନ କରାଯିବ।" ଆତ୍ମ ସ୍ୱାଭୀମାନକୁ ବଳି ଦେବା ଅପେକ୍ଷା ଓଡିଶାର ଅସ୍ମିତା ଓ ସ୍ୱାଭୀମାନର ସୁରକ୍ଷା ମୋ ପାଇଁ ଅନେକ ଗୁରୁତ୍ୱ ରଖୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ରାଜ୍ୟରେ ବହୁ ନେତା ବିଜେପି ରେ ସାମିଲ ହୋଇଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.