ETV Bharat / politics

ଡିଏମକେର ପ୍ରାର୍ଥୀ ତାଲିକା ଜାରି; ନିର୍ବାଚନୀ ଇସ୍ତାହାରରେ NEET ବ୍ୟାନ ପାଇଁ ଦେଲା ପ୍ରତିଶ୍ରୁତି

author img

By ETV Bharat Odisha Team

Published : Mar 20, 2024, 12:56 PM IST

DMK candidates list: ତାମିନଲାଡୁର ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଓ ନିର୍ବାଚନୀ ଇସ୍ତାହାର ଜାରି କଲା ଡିଏମକେ । ଇସ୍ତାହାରରେ ରାଜ୍ୟରେ NEET ପରୀକ୍ଷା ବ୍ୟାନ ପାଇଁ ଦେଲା ପ୍ରତିଶ୍ରୁତି । ଅଧିକ ପଢନ୍ତୁ

Etv Bharat
Etv Bharat

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ଡିଏମକେ (DMK) ସୁପ୍ରିମୋ ଏମ.କେ. ଷ୍ଟାଲିନ ଆଜି ଚେନ୍ନାଇ ସ୍ଥିତ ପାର୍ଟି ଅଫିସରେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ତାମିଲନାଡୁର ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ଡିଏମକେ ତାଲିକାରେ ୧୧ ନୂଆ ଚେହେରା ଥିବାବେଳେ ୩ ଜଣ ମହିଳା ଅଛନ୍ତି । ଉତ୍ତର ଚେନ୍ନାଇ ଲୋକସଭା ଆସନରୁ ଡିଏମକେ କଲାନିଧି ବୀରସାମୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ଦକ୍ଷିଣ ଚେନ୍ନାଇରେ ତାମିଜହାଚି ଥଙ୍ଗାପାଣ୍ଡିଆନ, ସେଣ୍ଟ୍ରାଲ ଚେନ୍ନାଇରେ ଦୟାନିଧି ମାରନ, ଶ୍ରୀପେରୁମବୁଦୁରୁ ଟିଆର ବାଲୁ, କୋଏମ୍ବାଟୁରରୁ ଗଣପତି ରାଜକୁମାର, ପୋଲାଚିରେ କେ ଇଶ୍ବରସ୍ବାମୀ, ଥଞ୍ଜାଭୁରରୁ ଏସ ମୁରାସୋଲି, ତେନକାଶୀରେ ରାଣୀ, କାଞ୍ଚିପୁରମରୁ କେ. ସେଲଭମ, ଅରାନୀରୁ ଧରଣୀବେଧନ, ଭେଲ୍ଲୋର ଆସନରୁ କାଥିର ଆନନ୍ଦ, ଥେନି ଆସନରୁ ଥଙ୍ଗା ତାମିଲସେଲଭନ, ତିରୁଭନ୍ନାମଲାଇରୁ ସି.ଏନ. ଆନନ୍ଦଦୁରାଇଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।

ଏଥିସହ ଡିଏମକେ ଆଜି ନିଜର ନିର୍ବାଚନୀ ଇସ୍ତାହାର ମଧ୍ୟ ଜାରି କରିଛି । ଏଥିରେ ପୁଡୁଚେରୀକୁ ରାଜ୍ୟ ମାନ୍ୟତା ଦେବା ସହ ତାମିଲନାଡୁରେ NEET ପରୀକ୍ଷା ବ୍ୟାନ ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ଇସ୍ତାହାର ଜାରି ପରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ''ଡିଏମକେ ନିର୍ବାଚନ ପୂର୍ବରୁ ଇସ୍ତାହାର ତିଆରି କରିଥାଏ । ଆମେ ଯାହା କହୁ, ସେୟା କରୁ । ଆମର ନେତାଙ୍କ ଠାରୁ ଆମେ ଏହା ଶିଖୁଛୁ । ସାରା ରାଜ୍ୟ ବୁଲି ବୁଲି ଆମେ ବିଭିନ୍ନ ଲୋକଙ୍କ କଥା ଶୁଣିଥିଲୁ । ଏହା କେବଳ ଡିଏମକେର ଇସ୍ତାହାର ନୁହେଁ, ବରଂ ଲୋକଙ୍କ ଇସ୍ତାହାର ଅଟେ । ତାମିଲନାଡୁର ବିକାଶ ପାଇଁ ଦ୍ରାବିଡୀୟ ମଡେଲରେ ଯେଉଁସବୁ ଯୋଜନା କାର୍ଯ୍ୟକାରୀ ହୋଇଛି, ତାହା ସାରା ଦେଶରେ କାର୍ଯ୍ୟକାରୀ ହେବ ।''

ଡିଏମକେ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିଗୁଡିକ ହେଉଛି:-

  • ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ସହାୟତା
  • ପୁଡୁଚେରୀକୁ ରାଜ୍ୟ ମାନ୍ୟତା
  • ରାଜ୍ୟଗୁଡିକୁ ସଂଘୀୟ ଅଧିକାର ପ୍ରଦାନ ପାଇଁ ଭାରତୀୟ ସମ୍ବିଧାନରେ ସଂଶୋଧନ
  • ରାଜ୍ୟପାଳ ନିଯୁକ୍ତି ସମୟରେ ରାଜ୍ୟ ସରକାରଙ୍କ ସହ ପରାମର୍ଶ ନିଆଯିବ
  • ରାଜ୍ୟପାଳଙ୍କୁ ନ୍ୟାୟିକ ସୁରକ୍ଷା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୬୧ ଉଚ୍ଛେଦ କରାଯିବ
  • ତାମିଲନାଡୁରେ NEET ପରୀକ୍ଷା ବ୍ୟାନ ହେବ
  • ଜାତୀୟ ରାଜପଥରେ ଟୋଲ ବୁଥ ଗୁଡିକୁ ହଟାଯିବ
  • ନାଗରିକତା ସଂଶୋଧନ ଆଇନ ୨୦୧୯ ରବ୍ଦ କରାଯିବ
  • ଜାତିଭିତ୍ତିକ ଜନଗଣନା କରାଯିବ, ଜିଏସଟିରେ ସଂଶୋଧନ ହେବ
  • କୃଷକଙ୍କ ପାଇଁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ହେବ
  • ପେଟ୍ରୋଲ ଦାମ ୭୫ ଟଙ୍କା ଏବଂ ଡିଜେଲ ୬୫ ଟଙ୍କାକୁ ହ୍ରାସ କରାଯିବ
  • ଏକକ ନାଗରିକ ସଂହିତା ଲାଗୁ କରାଯିବନି
  • ଏକକ ନିର୍ବାଚନ ଯୋଜନା କାର୍ଯ୍ୟକାରୀ ହେବନି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.