ETV Bharat / politics

ତୁଟିଲା ପୁରୀ ବିଜେଡି କନ୍ଦଳ ! ଗୋଟିଏ ମଞ୍ଚରେ ଏକାଠି ଦୁଇ ବିରୋଧୀ ଯୁବନେତା ଶୁଭାଶିଷ ଓ ସୁନିଲ - Puri BJD - PURI BJD

Dispute in Puri BJD!ଗୋଟିଏ ମଞ୍ଚରେ ଏକାଠି ଦୁଇ ବିରୋଧୀ ଯୁବନେତା ଶୁଭାଶିଷ ଓ ସୁନିଲ । ଅଧିକ ପଢନ୍ତୁ

ତୁଟିଲା ପୁରୀ ବିଜେଡି କନ୍ଦଳ ! ଗୋଟିଏ ମଞ୍ଚରେ ଏକାଠି ଦୁଇ ବିରୋଧୀ ଯୁବନେତା ଶୁଭାଶିଷ ଓ ସୁନିଲ

author img

By ETV Bharat Odisha Team

Published : Apr 16, 2024, 4:30 PM IST

ତୁଟିଲା ପୁରୀ ବିଜେଡି କନ୍ଦଳ ! ଗୋଟିଏ ମଞ୍ଚରେ ଏକାଠି ଦୁଇ ବିରୋଧୀ ଯୁବନେତା ଶୁଭାଶିଷ ଓ ସୁନିଲ

ପୁରୀ: ଜିଲ୍ଲା ରାଜନୀତିରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ଗୋଟିଏ ମଞ୍ଚରେ ଏକାଠି ହେଲେ ବିଜେଡ଼ିର ଦୁଇ ଜଣାଶୁଣା ବିରୋଧି ଦୁଇ ଯୁବନେତା ଶୁଭାଶିଷ ଖୁଣ୍ଟିଆ ଓ ସୁନିଲ ମହାନ୍ତି । ପୁରୀରେ ଅନୁଷ୍ଠିତ ବିଜୁ ଶ୍ରମିକ ସାମୁଖ୍ୟ ସମାବେଶରେ ଏହି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଆଗକୁ ନିର୍ବାଚନ ଥିବା ବେଳେ ଦଳରେ କୌଣସି ଫାଟ ନାହିଁ ବୋଲି ବାର୍ତ୍ତା ଦେବାକୁ ବିଜେଡି ତୁଙ୍ଗ ନେତା ଏହି ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି ।

ଦୁଇ ନେତା ଶ୍ରମିକ ସାମୁଖ୍ୟ ସମାବେଶରେ ଏକାଠି ବସିଥିବା ବେଳେ ଆଗାମୀ ନିର୍ବାଚନରେ ବିଜେଡିର ପୁରୀ ବିଧାନସଭା ପ୍ରାର୍ଥୀ ସୁନିଲ୍ ମହାନ୍ତି ଓ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ଜିତାଇବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ । ତେବେ ମଞ୍ଚ ଉପରେ ଏକାଠି କରିଦେଲେ ଏହା କେତେ ଫଳପ୍ରଦ ହେବ ସେ ନେଇ ନାନା ଚର୍ଚ୍ଚା ଲାଗି ରହିଛି । ସ୍ଵର୍ଗତ ମହେଶ୍ବର ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତିଙ୍କୁ ବିଜେଡି ପୁରୀ ବିଧାନସଭା ପାଇଁ ଟିକେଟ ଦେବା ପରେ ସୁନିଲଙ୍କ କୌଣସି କାର୍ଯ୍ୟକ୍ରମରେ ଯୁବନେତା ତଥା ରାଜ୍ୟସଭା ସାଂସଦ ଶୁଭାଶିଷ ସାମିଲ ହେବାର ନଜିର ନ ଥିଲା । ଫଳରେ ଦୁଇନେତାଙ୍କ ମଧ୍ୟରେ ଫାଟ ଥିବା ବେଳେ ଏହା ଆଗାମୀ ନିର୍ବାଚନରେ ବିଜେଡି ପାଇଁ ଘାତକ ହେବାର ଚର୍ଚ୍ଚା ଜୋର୍ ଧରିଥିଲା ।

ଗତ କିଛିଦିନ ତଳେ ଦୁଇ ନେତାଙ୍କୁ ଶଙ୍ଖଭବନ ଡକାଯାଇ ବିବାଦ ସମାଧାନ ପାଇଁ ଉଦ୍ୟମ ହୋଇଥିଲା । ତେବେ ବିବାଦ ସମାଧାନ ହେଇଥିବା ଲୋକଙ୍କୁ ବାର୍ତ୍ତା ଦେବା ପାଇଁ ବିଜେଡି ପ୍ରୟାସ କରୁଥିବା ବେଳେ ପୁରୀରେ ଶ୍ରମିକ ସାମୁଖ୍ୟ ସମାବେଶରେ ମଞ୍ଚରେ ଦୁଇ ନେତାଙ୍କୁ ଏକାଠି କରି ଏହି ବାର୍ତ୍ତା ଦେବାରେ ବିଜେଡି ସଫଳ ହୋଇଛି । ତେବେ ପୁରୀ ବିଧାନସଭା ଆସନ ଟିକେଟ ପାଇଁ ଶୁଭାଶିଷ ଖୁଣ୍ଟିଆ ଆଶାୟୀ ଥିଲେ । ସ୍ଵର୍ଗତ ମହେଶ୍ବର ମହାନ୍ତିଙ୍କ ଗୋଷ୍ଠୀକୁ ଚାଲେଞ୍ଜ କରି ସମାନ୍ତରାଳ ସଙ୍ଗଠନ ପୁରୀରେ କରିଥିଲେ ଶୁଭାଶିଷ । ହେଲେ ଦଳ ତାଙ୍କୁ ରାଜ୍ୟସଭା ସାଂସଦ ପଦ ଦେଇ ଥଇଥାନ କରିଥିଲା । ଏହା ସତ୍ତ୍ୱେ ବି ଶୁଭାଶିଷ ଖୁସି ନଥିବା ଚର୍ଚ୍ଚା ହୋଇଥିଲା । ପୁରୀ ବିଜେଡି ପ୍ରାର୍ଥୀ ସ୍ବର୍ଗତ ମହେଶ୍ବର ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତିଙ୍କ କାର୍ଯ୍ୟକ୍ରମ ରେ ସାମିଲ ହୋଇ ନଥିଲେ। ଏଣୁ ଦଳରେ ଫାଟକୁ ନେଇ ତୁଙ୍ଗ ନେତା ଚିନ୍ତାରେ ଥିଲେ । ତେବେ ଶ୍ରମିକ ସାମୁଖ୍ୟ ସମାବେଶ ମଞ୍ଚରେ ଦୁଇ ବିରୋଧୀ ସୁଭାଶିଷ ଓ ସୁନିଲଙ୍କୁ ଦଳ ଏକାଠି କରିଥିଲେ ମଧ୍ଯ ଏହା ଆଗକୁ କେତେ ପ୍ରଭାବ ପଡ଼ିବ ତାକୁ ନେଇ ଚର୍ଚ୍ଚା ଲାଗିଛି ।

ସେପଟେ ଏ ନେଇ ଶୁଭାଶିଷ କହିଛନ୍ତି ଦଳରେ କୌଣସି ଫାଟ ନାହିଁ । ‘‘ନବୀନ ପଟ୍ଟନାୟକ ହେଉଛନ୍ତି ଆମ ନେତା । ଆମେ ଦଳର ଶୃଙ୍ଖଳିତ କର୍ମୀ। ପୁରୀରେ ବିଜେଡିକୁ ଜିତାଇବା ପାଇଁ ଆମେ ସମସ୍ତେ କାର୍ଯ୍ୟ କରିବୁ । ସେପଟେ ସୁନିଲ କହିଛନ୍ତି ଦଳରେ କୌଣସି ଫାଟ ନାହିଁ । ସମସ୍ତେ ବିଜୁ ପରିବାରରେ ଯୋଡ଼ି ହୋଇ କାର୍ଯ୍ୟ କରୁଛନ୍ତି । ବିଜେଡି ପୁରୀରେ ବିପୁଳ ବିଜୟ ହାସଲ କରିବ । ତେବେ ବିଜେଡି ନେତା ଯେତେ ସଫେଇ ଦେଲେ ବି ପୁରୀ ବିଜେଡିରେ ଅସନ୍ତୋଷ ଲାଗି ରହିଛି । ବିଶେଷ କରି ପୁରୀ ବିଜେଡି ପ୍ରାର୍ଥୀ ସୁନିଲ ମହାନ୍ତି ଦଳର ପୁରୁଖା ନେତା, କର୍ମୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଛି ପୁରୀ ଯୁବ ଛାତ୍ର ଜନତା ଦଳ । କିଛି ଦିନ ପୁର୍ବରୁ ଏ ନେଇ ଏକ ବୈଠକରେ ଏହି ପ୍ରସଙ୍ଗ ପଡ଼ିବା ସହ ଦଳର ପ୍ରାର୍ଥୀ ସୁନିଲ ମହାନ୍ତିଙ୍କ ବ୍ୟବହାର ପରିବର୍ତ୍ତନ ନ ହେଲେ ଆଗାମୀ ନିର୍ବାଚନରେ କେହି ସହଯୋଗ କରିବେ ନାହିଁ ବୋଲି କର୍ମୀ କହିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.