ETV Bharat / politics

ବଲାଙ୍ଗୀରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ପ୍ରଚାର, ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ - BJP ELECTION CAMPAIGN

author img

By ETV Bharat Odisha Team

Published : May 4, 2024, 9:50 PM IST

Dharmendra Pradhan Election Campaign: ଆଜି ବଲାଙ୍ଗୀର ଗସ୍ତ କରି କଣ୍ଟାବାଞ୍ଜି, ଟିଟିଲାଗଡ ଓ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜେପି ପାଇଁ ଭୋଟଭିକ୍ଷା କରିଛନ୍ତି ଧର୍ମେନ୍ଦ୍ର । ଅଧିକ ପଢ଼ନ୍ତୁ

ବଲାଙ୍ଗୀରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ପ୍ରଚାର
ବଲାଙ୍ଗୀରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ପ୍ରଚାର (Etv Bharat Odisha)

ବଲାଙ୍ଗୀର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର ମାରାଥନ । ଆଜି (ଶନିବାର) ବଲାଙ୍ଗୀର ଗସ୍ତ କରି କଣ୍ଟାବାଞ୍ଜି, ଟିଟିଲାଗଡ ଓ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ସଭାରେ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ଘେରିବା ସହ ସରକାର ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଛନ୍ତି ।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀର ଗସ୍ତ କରି ପ୍ରଥମେ କଣ୍ଟାବାଞ୍ଜିରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ହୋଇଥିବା ବିଶାଳ ଜନସମାବେଶରେ ଯୋଗ ଦେଇଥିଲେ । କଣ୍ଟାବାଞ୍ଜିରେ ଲୋକଙ୍କୁ ଅଭିଭାଷଣ ଦେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଧର୍ମେନ୍ଦ୍ର । ରାଜ୍ୟରେ ସରକାର ପରିବର୍ତ୍ତନ କରି ଡବଲ ଇଞ୍ଜିନ ସରକାର ଆଣିବା ପାଇଁ ଅପିଲ କରିଛନ୍ତି । ଏହାସହ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ ଓ ବଲାଙ୍ଗୀର ଲୋକସଭା ଆସନ ବିଜେପି ସାଂସଦ ପ୍ରାର୍ଥିନୀ ସଂଗୀତା କୁମାରୀ ସିଂଦେଓଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ପରେ ଦିନ 3ଟା ସମୟରେ ଟିଟିଲାଗଡ ଗସ୍ତ କରିଥିଲେ ଧର୍ମେନ୍ଦ୍ର । ଯେଉଁଠି ଏକ ବିରାଟ ଜନସଭାରେ ସାମିଲ ହୋଇଥିଲେ । ଉକ୍ତ ଜନସଭାରେ ବିଜେଡି ଓ କଂଗ୍ରେସର ହଜାର ହଜାର କର୍ମୀ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ଯେଉଁଥିରେ ବିଜେଡିର ଟାଣୁଆ ନେତା ତଥା ମନ୍ତ୍ରୀ ଟୁକୁନି ସାହୁଙ୍କ ପାଖଲୋକ ଭାବରେ ପରିଚିତ ପ୍ରମୋଦ ପ୍ରଧାନ ବିଜେଡି ଛାଡ଼ି ହଜାର ହଜାର ସମର୍ଥକଙ୍କ ସହ ବିଜେପିରେ ଯୋଗ ଦାନ କରିଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲା ସରପଞ୍ଚ ସଂଘର ସଭାପତି ବୀରବର ସାହୁ ମଧ୍ୟ ବିଜେଡି ଛାଡ଼ି ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଟିଟିଲାଗଡ଼ରେ ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ପାଇଁ ଭୋଟ ମାଗିଥିଲେ ଧର୍ମେନ୍ଦ୍ର ।

ସେହିପରି ଅପରାହ୍ନ 4ଟାରେ ବଲାଙ୍ଗୀର ଲୋଇସିଂହା ଗସ୍ତ କରିଥିଲେ ଧର୍ମେନ୍ଦ୍ର । ସେଠାରେ ଆଗଲପୁର ବ୍ଲକରେ ଆୟୋଜିତ ଏକ ବିଶାଳ ଜନ ସମାବେଶରେ ଯୋଗ ଦେଇଥିଲେ । ସେଠାରେ ମଧ୍ୟ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଶତାଧିକ ଲୋକ ବିଜେପିରେ ସାମିଲ ହୋଇଥିଲେ । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସେଠାରେ ଲୋକଙ୍କୁ ବିଜେପିର ଗ୍ୟାରେଣ୍ଟି ଉପରେ କହିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ ଓ ସାଂସଦ ପ୍ରାର୍ଥିନୀ ସଂଗୀତା ସିଂଦେଓଙ୍କୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅପିଲ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଧର୍ମେନ୍ଦ୍ରଙ୍କ ଓଡ଼ିଶା ଅସ୍ମିତା ପ୍ରସଙ୍ଗକୁ ବିଜେଡିର କାଉଣ୍ଟର, 'କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସୁପର ମିଛୁଆ' - BJD Counters Dharmendra

ଆଜି ସବୁ ଜନସଭାରେ ରାଜ୍ୟ ସରକାରଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି ଧର୍ମନ୍ଦ୍ର । ଧର୍ମନ୍ଦ୍ର ପ୍ରଧାନ କହିଛନ୍ତି, "ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ନିର୍ବାଚନ ଲଢ଼ିବା ପାଇଁ ଆସୁଛନ୍ତି । ମୁଁ କଣ୍ଟାବାଞ୍ଜି ମାଟିରୁ ଏକ ନିବେଦନ କରିବା ପାଇଁ ଚାହୁଁଛି । ଏଠାକୁ ଆସିବା ପୂର୍ବରୁ ଏକ ଶ୍ବେତପତ୍ର ପ୍ରକାଶ କରନ୍ତୁ ଯେ, ହିଞ୍ଜିଳି କାଟୁରୁ କେତେ ଯୁବକ ଯୁବତୀଙ୍କୁ ରୋଜଗାର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କେଉଁ ଯୋଜନା ନେଇ କଣ୍ଟାବାଞ୍ଜି ଆସୁଛନ୍ତି । କେତେ ଲୋକଙ୍କୁ ହିଞ୍ଜିଳିରେ ରୋଜଗାର ଦେଲେ ଆଉ କେତେ ଲୋକଙ୍କୁ ଏଠାରେ ରୋଜଗାର ଦେବେ ଏକ ଶ୍ବେତପତ୍ର ନେଇ ଆସନ୍ତୁ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.