ETV Bharat / politics

ଟିକେଟ ନ ମିଳିବାରୁ ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ହାଇଡ୍ରାମା, ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କ ହଙ୍ଗାମା - Protest In Front Of BJP Office

author img

By ETV Bharat Odisha Team

Published : Apr 3, 2024, 9:37 PM IST

Protest In Front Of State BJP Office: ବିଜେପି ଟିକେଟ ବଣ୍ଟାକୁ ନେଇ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ହଙ୍ଗାମା କରିଛନ୍ତି ଅସନ୍ତୁଷ୍ଟ ନେତା ଓ କର୍ମୀ । ଅଧିକ ପଢ଼ନ୍ତୁ

ଟିକେଟ ନ ମିଳିବାରୁ ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ହାଇ ଡ୍ରାମା

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟୀ ପକ୍ଷରୁ 112ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଟିକେଟକୁ ନେଇ କେଁ ଦେଖାଦେଇଛି । ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ହଙ୍ଗାମା କରିଛନ୍ତି ଅସନ୍ତୁଷ୍ଟ ନେତା ଓ କର୍ମୀ । ଟିକଟ ବଣ୍ଟାକୁ ନେଇ ବିଜେପି ରାଜ୍ୟ ସଭାପତିଙ୍କୁ ବିରୋଧ କରି ମହାକାଳପଡାର ଆଶାୟୀ ପ୍ରାର୍ଥୀ ସୌଭାଗ୍ୟ ପରିଡାଙ୍କ ସମର୍ଥକମାନେ ପ୍ରତିବାଦ କରିଛନ୍ତି । ସେହିପରି ଧର୍ମଶାଳାରୁ ଟିକେଟ୍ ଆଶାୟୀ ହିମାଂଶୁ ସାହୁଙ୍କ ସମର୍ଥକମାନେ ମଧ୍ୟ ପାର୍ଟୀ ଅଫିସରେ ପାତିତୁଣ୍ଡ କରୁଥିବା ଦେଖିବାକୁ ମିଳିଛି ।

ତେବେ ମହାକାଳପଡ଼ା ବିଧାନସଭା ଆସନ ପାଇଁ ଦୂର୍ଗା ପ୍ରସନ୍ନ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେପି । ଦୂର୍ଗା ପ୍ରସନ୍ନଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି ମହାକାଳପଡ଼ା ଅଞ୍ଚଳର ଶତାଧିକ ବିଜେପି କର୍ମୀ ଆସି ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବସିଛନ୍ତି । ସେମାନଙ୍କ କହିବା ଅନୁସାରେ, ବିଜେପି ଯାହାକୁ ଟିକେଟ ଦେଇଛି (ଦୂର୍ଗା ପ୍ରସନ୍ନ ନାୟକ) ତାଙ୍କ ଟିକେଟକୁ ପ୍ରତ୍ୟାହାର କରୁ । ପ୍ରକୃତରେ ସୌଭାଗ୍ୟ ପରିଡ଼ା ଟିକେଟର ଦାବିଦାର ଥିଲେ । ମହାକାଳପଡ଼ାବାସୀଙ୍କ ସହ ସେ ସବୁବେଳେ ଅଛନ୍ତି । ହେଲେ ବିଜେପି ଯାହାକୁ ଟିକେଟ ଦେଇଛି ତାଙ୍କୁ ସେମାନେ ଜାଣିନାହାନ୍ତି । ତୁରନ୍ତ ବିଜେପି ଦୂର୍ଗା ପ୍ରସନ୍ନଙ୍କୁ ପରିବର୍ତ୍ତନ ନକଲେ ସେମାନେ ପ୍ରତିବାଦ ଜାରି ରଖିବେ ।

ସେପଟେ ଧର୍ମଶାଳା ବିଧାନସଭା ଆସନ ପାଇଁ ବିଜେପି ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିଛି । ଧର୍ମଶାଳାରୁ ବିଜେପି ଟିକେଟ ଆଶାୟୀ ଥିବା ହିମାଂଶୁ ସାହୁଙ୍କ ସମର୍ଥକମାନେ ଏହାକୁ ଗ୍ରହଣ କରିପାରୁନାହାନ୍ତି । ଧର୍ମଶାଳା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ସ୍ମୃତିରେଖା ପହିଙ୍କୁ ପରିବର୍ତ୍ତନ କରି ହିମାଂଶୁ ସାହୁଙ୍କ ପ୍ରାର୍ଥୀ କରିବା ପାଇଁ ଦାବି କରି ହିମାଂଶୁ ସମର୍ଥକମାନେ ଗତକାଲିଠାରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଧାରଣାରେ ଦେଇଛନ୍ତି । ସେପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗତକାଲି ରାତିରେ ଆଶ୍ୱସନା ଦେବା ପରେ ମଧ୍ୟ ହିମାଂଶୁଙ୍କ ସମର୍ଥକମାନେ ନିଜ ଜିଦରେ ଅଟଳ ଅଛନ୍ତି । ଯଦି ହିମାଂଶୁଙ୍କୁ ଟିକେଟ ନମିଳେ ତାହାଲେ ରାଜ୍ୟ କାର୍ଯ୍ୟାଳୟରେ ବିରୋଧ ଜାରି ରହିବା ସହ ପାର୍ଟୀ ଅଫିସ ଅଚଳ କରିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି । ଏହାସହ ଯଦି ହିମାଂଶୁ ଟିକେଟ୍ ନମିଳେ ତେବେ ତାଙ୍କର ହଜାର ହଜାର ସମର୍ଥକ ଇସ୍ତଫା ଦେବେ ବୋଲି ମଧ୍ୟ ଧମକ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଧର୍ମଶାଳା ଟିକେଟ୍‌କୁ ନେଇ କେଁ, ବିଜେପି କାର୍ଯ୍ୟାଳୟ ଆଗରେ ହିମାଂଶୁ ସମର୍ଥକଙ୍କ ହୋ ହଲ୍ଲା - ODISHA ASSEMBLY ELECTION

ସେପଟେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅସନ୍ତୋଷ ଆଶାୟୀ ସମର୍ଥକଙ୍କ ଭିଡ଼କୁ ନେଇ ପ୍ରତିକ୍ରିୟା ରଖି ରାଜ୍ୟ ବିଜେପି ଉପସଭାପତି ଗୋଲୋକ ମହାପାତ୍ର କହିଛନ୍ତି, "କ୍ରିକେଟ ଖେଳରେ ଜଣେ ଭଲ ଷ୍ଟାର ଆସିଲେ ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୁଏ, କିଏ ଟିକେଟ ନେବ । ସେଠାରେ ବ୍ୟାରିକେଡ଼ ଭାଙ୍ଗେ, ପୋଲିସକୁ ଲାଠି ଚାଳନା କରିବାକୁ ପଡିଥାଏ । ଏହାର ଅର୍ଥ ଖେଳାଳିମାନଙ୍କୁ ଲୋକ କେତେ ଭଲ ପାଉଛନ୍ତି ତାହା ଜଣାପଡ଼ିଥାଏ । ଅନୂରୁପ ଭାବରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଯେଉଁମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି, ସେମାନେ ସମସ୍ତେ ଭାରତୀୟ ଜନତା ପାର୍ଟୀକୁ ଭଲ ପାଉଥିବାରୁ ସେମାନେ ଏଠାକୁ ଆସି ବିକ୍ଷୋଭ କରୁଛନ୍ତି । କ୍ରିକେଟ ଖେଳାଳି ପ୍ରତି ଯେମିତି ଆଗ୍ରହ ରହିଥାଏ ସେହିଭଳି ଏଠି ବିଜେପି ପ୍ରତି ଲୋକଙ୍କର ଆଗ୍ରହ ରହିଛି, ନଚେତ ସେମାନେ ପଳେଇଥାନ୍ତେ । ଭାରତୀୟ ଜନତା ପାର୍ଟୀ ପ୍ରତି ଓଡିଶାରେ ଆଗ୍ରହ ବଢୁଛି, ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଏଥିରୁ ସ୍ପଷ୍ଟ ଓଡିଶାରେ ଭାରତୀୟ ଜନତା ପାର୍ଟୀ ଓଡି଼ଶାରେ ସରକାର କରିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.