ETV Bharat / politics

ଉପମୁଖ୍ୟମନ୍ତ୍ରୀ ହେଲେ ପ୍ରଭାତୀ, ଜନଗହଳିରେ ସମାରୋହ ଦେଖିଲେ ସ୍ବାମୀ - BJP GOVT Oath Taking Ceremony

author img

By ETV Bharat Odisha Team

Published : Jun 12, 2024, 10:58 PM IST

Oath Taking Ceremony : ଆଜି ଠାରୁ ଆରମ୍ଭ ହୋଇଛି ରାଜ୍ୟରେ ମୋହନ ସରକାର । ନିମାପଡା ବିଧାୟିକା ପ୍ରଭାତୀ ପରିଡା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନିମାପଡା ଗୋପ ଅଞ୍ଚଳରେ ଖେଳିଯାଇଛି ଖୁସିର ଲହରୀ । ଅଧିକ ପଢନ୍ତୁ

Oath Taking Ceremony
Oath Taking Ceremony (ETV Bharat Odisha)

ନିମାପଡ଼ା: ରାଜ୍ୟରେ ଶପଥ ନେଇଛି ବିଜେପି ସରକାର । ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ସିଂ ଦେଓ ଓ ପ୍ରଭାତୀ ପରିଡ଼ା ଏବଂ ୮ କ୍ୟାବିନେଟ ଓ ୫ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ)ଙ୍କୁ ରାଜ୍ୟପାଳ ରଘୁବର ଦାସ ଶପଥ ପାଠ କରାଇଛନ୍ତି । ଏହି କ୍ରମରେ ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନିମାପଡା ବିଧାୟିକା ପ୍ରଭାତୀ ପରିଡା । ଶପଥ ଗ୍ରହଣ ଉତ୍ସବ ଦେଖିବା ପାଇଁ ନିମାପଡା ଓ ଗୋପବାସୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥିଲା । ନିମାପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଓ ଏନଏସି ଏବଂ ଛକ ବଜାରର ବିଭିନ୍ନ ସ୍ଥାନରେ ଶପଥ ଗ୍ରହଣ ଉତ୍ସବର ସିଧାପ୍ରସାରଣ ଦେଖିବା ପାଇଁ ବଡ ବଡ ଏଲଇଡି ଲଗାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ .... ଓଡ଼ିଶାରେ ଆରମ୍ଭ ବିଜେପି ସରକାର; ଶପଥ ନେଲେ ନୂଆ ମନ୍ତ୍ରୀ ପରିଷଦ - First BJP CM Mohan Majhi sworn in

ନିମାପଡାର ବୋହୂ ତଥା ବିଧାୟିକା ପ୍ରଭାତୀ ପରିଡା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି, ତାଙ୍କ ଶପଥ ଗ୍ରହଣ ଦେଖ‌ିବାକୁ ନିମାପଡା ବାସୀଙ୍କ ମଧ୍ୟରେ ଅଧିକ ଆଗ୍ରହ ପ୍ରକାଶ ପାଇଥିଲା । ଘରେ ବସି ଟିଭି ଏବଂ ବିଭିନ୍ନ ସ୍ଥାନରେ ଲାଗିଥିବା ଏଲଇଡି ସାମ୍ନାରେ ଲୋକେ ଭିଡ ଜମାଇ ଶପଥ ଗ୍ରହଣ ଉତ୍ସବର ସିଧାପ୍ରସାରଣ ଦେଖୁଥ‌ିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସ୍ଵାମୀ ଶ୍ୟାମ ସୁନ୍ଦର ନାୟକ ଲୋକଙ୍କ ଭିଡରେ ଛିଡା ହୋଇ ପତ୍ନୀ ପ୍ରଭାତୀ ଏବଂ ଅନ୍ୟ ସଦସ୍ୟଙ୍କ ଶପଥ ଗ୍ରହଣ ଦେଖିଥିଲେ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସ୍ଵାମୀ ଶ୍ୟାମ ସୁନ୍ଦର ନାୟକ ତାଙ୍କ ପ୍ରତିକ୍ରିୟାରେ ପ୍ରଭାତୀ ନିର୍ବାଚିତ ହୋଇ ଉପ-ମୁଖ୍ୟମନ୍ତ୍ରୀ ହେବା ଏହା ନିମାପଡା ଗୋପ ବାସୀଙ୍କ ବିଜୟ, ତୃଣମୂଳସ୍ତରର ଲୋକଙ୍କ ସେବା କରିବା ଏବଂ ନିମାପଡାର ବିକାଶକୁ ଆଗକୁ ନେବା ପ୍ରଭାତୀଙ୍କ କାମ ରହିବ ବୋଲି ଶ୍ୟାମ ସୁନ୍ଦର ନାୟକ କହିଛନ୍ତି ।

ସୀଚନାଯୋଗ୍ୟ ଯେ ଆଜି ରାଜଧାନୀର ଜନତା ମୈଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ବିଜେପି ସରକାରଙ୍କ ମନ୍ତ୍ରୀ ମଣ୍ଡଳ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଭିନ୍ନ କେନ୍ଦ୍ରମନ୍ତ୍ରୀ ତଥା ଆସାମ, ଉତ୍ତରପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ଗୋଆ, ଗୁଜୁରାଟ, ଉତ୍ତରାଖଣ୍ଡ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ନବ ନିର୍ବାଚିତ ଓଡିଶାର ସାଂସଦ ଓ ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଥିଲେ ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.