ETV Bharat / politics

କଳ୍ପନା ସୋରେନଙ୍କ ସହ କଥା ହେଲେ କେଜ୍ରିୱାଲ, କହିଲେ ହେମନ୍ତଙ୍କୁ ସଲାମ

author img

By ETV Bharat Odisha Team

Published : Feb 19, 2024, 8:41 AM IST

Kejriwal Talk To Kalpana: ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନାଙ୍କୁ ଆଶ୍ବସନା ଦେଲେ କେଜ୍ରିୱାଲ । ଫୋନ ଯୋଗେ କଥା ହେବା ପରେ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି ଉଭୟ କଳ୍ପନା ଓ କେଜ୍ରିୱାଲ । ଅଧିକ ପଢନ୍ତୁ

କଳ୍ପନା-କେଜ୍ରିୱାଲ କଥାବାର୍ତ୍ତା
କଳ୍ପନା-କେଜ୍ରିୱାଲ କଥାବାର୍ତ୍ତା

ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଛନ୍ତି ହେମନ୍ତ ସୋରେନ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନାଙ୍କୁ ଆଶ୍ବସନା ଦେଲେ କେଜ୍ରିୱାଲ । କଳ୍ପନାଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତାଙ୍କ ପରିବାର ସହ ସାଥ୍ ଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ କଥାବାର୍ତ୍ତା ପରେ କଳ୍ପନା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଛନ୍ତି । ସମର୍ଥନ ଦେଇଥିବାରୁ କେଜ୍ରିୱାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି କଳ୍ପନା ସୋରେନ ।

ସେ ଆହୁରି ମଧ୍ୟ ଲେଖିଛନ୍ତି, "ତାଙ୍କ ସହ କଥା ହୋଇ ଭଲ ଲାଗିଲା । ଏଭଳି ମୁହୂର୍ତ୍ତରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପରିବାର ସହ କେଜ୍ରିୱାଲ ଛିଡ଼ା ହୋଇଛନ୍ତି । ଫଳରେ ଏହା ଆମକୁ ଆହୁରି ମଜବୁତ କରୁଛି । କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର ପୁରା ଦେଶ ଦେଖୁଛି । ଝାଡ଼ଖଣ୍ଡ ସହ ଦିଲ୍ଲୀ ଏବଂ ଅନ୍ୟ ଅଣବିଜେପି ଶାସିତ ରାଜ୍ୟରେ ଲୋକତନ୍ତ୍ରର ହତ୍ୟା କରାଯାଉଛି ।" ଅପରପକ୍ଷେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସେହି ପୋଷ୍ଟରେ ଉତ୍ତର ଦେଇ ଲେଖିଛନ୍ତି, "କଳ୍ପନା ଜୀ, ଆମେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ସମ୍ପୂର୍ଣ୍ଣ ରୂପେ ଛିଡ଼ା ହୋଇଛୁ । ଆଜି ଯଦି ସେ ବିଜେପିରେ ମିଶିଥାନ୍ତେ ତେବେ ଏପରି ଆକ୍ରୋଶ ଦେଖାଯାଇନଥାନ୍ତା । ତଥାପି ସେ ସତ୍ୟର ପଥ ବାଛିଛନ୍ତି । ତାଙ୍କୁ ସଲାମ!"

ଏହା ମଧ୍ୟ ପଢନ୍ତୁ...ରାଞ୍ଚି ଜମି ଘୋଟାଲା: କେବଳ ହେମନ୍ତ ନୁହେଁ, ଜାଲିଆତିରେ ବହୁ ବଡବଡିଆଙ୍କ ସମ୍ପୃକ୍ତି !

ଏହା ମଧ୍ୟ ପଢନ୍ତୁ...ଗଲେନି କୋର୍ଟ, ଭିସି ଜରିଆରେ ହାଜର ହେଲେ କେଜ୍ରିୱାଲ: ମାର୍ଚ୍ଚ ୧୬ରେ ହାଜର ପାଇଁ ନିର୍ଦ୍ଦେଶ

ସୂଚନା ଅନୁସାରେ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜମି ଘୋଟାଲା ମାମଲାରେ ଗତ 31 ତାରିଖରେ ଗିରଫ ହୋଇଥିଲେ । ଏହାପରେ ତାଙ୍କର ମୁଖ୍ୟମନ୍ତ୍ରୀ ପଦ ଯାଇଥିବାବେଳେ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଚମ୍ପାଇ ସୋରେନ । ହେମନ୍ତଙ୍କ ସହ କେଜ୍ରିୱାଲଙ୍କ ଘନିଷ୍ଠ ସମ୍ପର୍କ ଥିବା କୁହାଯାଏ । ଦିଲ୍ଲୀ ଓ ରାଞ୍ଚି ଗସ୍ତ ସମୟରେ ଉଭୟ ନେତା ପରସ୍ପରକୁ ଭେଟୁଥିବାର ନଜିର ମଧ୍ୟ ରହିଛି । ସେପଟେ କେଜ୍ରିୱାଲ ମଧ୍ୟ ବର୍ତ୍ତମାନ ଇଡି ସ୍କାନରରେ ରହିଛନ୍ତି । ଅବକାରୀ ଘୋଟାଲା ମାମଲାରେ ପୂର୍ବରୁ ଇଡିର ବାରମ୍ବାର ସମନ ସତ୍ତ୍ବେ ଧରାଛୁଆଁ ଦେଉନଥିଲେ କେଜ୍ରିୱାଲ । ଗତ 17 ତାରିଖରେ ସେ ଭର୍ଚୁଆଲ ମାଧ୍ୟମରେ ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ । ପୁଣି ଥରେ ମାର୍ଚ୍ଚ ୧୬ରେ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.