ETV Bharat / politics

ବାରିପଦାକୁ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ, ବିଜେପି ଶିବିର ଚଳଚଞ୍ଚଳ

author img

By ETV Bharat Odisha Team

Published : Feb 21, 2024, 10:08 PM IST

Rajnath Singh To Visit Mayurbhanj : ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲା ବାରିପଦାକୁ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବିଜେପି ସଂକଳ୍ପ ଯାତ୍ରାର କରିବେ ପ୍ରଚାରପ୍ରସାର । ଦଳୀୟ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର । ଅଧିକ ପଢନ୍ତୁ

ବାରିପଦାକୁ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ , ବିଜେପି ଶିବିର ଚଳଚଞ୍ଚଳ

ରାଇରଙ୍ଗପୁର: ଆସନ୍ତାକାଲି(ଗୁରୁବାର)ଦିନ ମୟୂରଭଞ୍ଜ ଜିଲ୍ଲା ବାରିପଦାକୁ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏଥିପାଇଁ ରାଜ୍ୟ ସହ ଜିଲ୍ଲା ବିଜେପି ଚଳଚଞ୍ଚଳ ହୋଇଉଠିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଯାତ୍ରାର କରିବେ ପ୍ରଚାର ପ୍ରାସାର । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବାରିପଦା ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଗତ ୨୦୧୯ ସାଧାରଣ ନିର୍ବାଚନରେ ୩୭୦ ଆସନ ନେଇ ସରକାର ଗଠନ କରିବା ପରେ ସେହି ଧାରାରେ ୨୦୨୪ ନିର୍ବାଚନରେ ୪୦୦ରୁ ଅଧିକ ଲୋକସଭା ଆସନରେ ଭାରତୀୟ ଜନତା ପାର୍ଟି ବିଜୟ ଲାଭ କରିବାର ସଂକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଇଛନ୍ତି । ସେହି ସଂକଳ୍ପ ଯାତ୍ରାକୁ ସାରା ଦେଶରେ ପ୍ରଚାରପ୍ରସାର କରିବା ଲକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାରିପଦା ଆସୁଛନ୍ତି । ଉତ୍ତର ଓଡ଼ିଶାର ୪ଟି ସଂସଦୀୟ କ୍ଷେତ୍ରରେ ଏହି ସଂକଳ୍ପଯାତ୍ରାକୁ କାର୍ଯ୍ୟକାରୀ କରିବା ଲାଗି ବାରିପଦାରେ ଅନୁଷ୍ଠିତ ହେବ ଏହି ଦଳୀୟ ସାଧାରଣ ସଭା ।

ରାଜନାଥଙ୍କ ଏହି ଗସ୍ତ କେବଳ ଉତ୍ତର ଓଡ଼ିଶା ନୁହେଁ ପୁରା ରାଜ୍ୟରେ ବିଜେପିର ଲୋକ ପ୍ରିୟତାକୁ କାଏମ ରଖିବ ବୋଲି ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି । ସେଥିଲାଗି ମୟୁରଭଞ୍ଜ ଜିଲ୍ଲା ବଜେପିରେ କର୍ମୀ ମହଲରେ ନୂତନ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତାକୁ କିଭଳି ଲୋକଙ୍କ ପାଖକୁ ପହଞ୍ଚାଯିବ ଏବଂ ଗାଁ ଚାଲ, ବୁଥ୍ ଚାଲ ଅଭିଯାନ ଜରିଆରେ କେନ୍ଦ୍ରୀୟ ଯୋଜନାର ଲାଭାର୍ଥୀଙ୍କୁ ଭେଟି ବିଜେପି କର୍ମୀ କ'ଣ କରିବେ ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେବେ ।

ଏହା ମଧ୍ୟ ପଢନ୍ତୁ.....ବିଜେପିରେ ମିଶିଲେ ପ୍ରଦୀପ ପାଣିଗ୍ରାହୀ: କହିଲେ 'ହିଞ୍ଜିଳିରୁ ଆରମ୍ଭ ହେବ ମିଶନ, ଭୁବନେଶ୍ୱରରେ ହେବ ଶେଷ'

ପୂର୍ବାହ୍ନ 10ଟା 50ରେ ଛତିଶଗଡ଼ ବସ୍ତର ଜିଲ୍ଲା ଜଗଦଲପୁର ଏୟାରପୋର୍ଟରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ନବରଙ୍ଗପୁରରେ ପହଞ୍ଚିବେ ରାଜନାଥ ସିଂହ । 11ଟାରୁ 12ଟା ପର୍ଯ୍ୟନ୍ତ ବିଜେପି କୋର୍ କମିଟି ବୈଠକରେ କେନ୍ଦ୍ରମନ୍ତ୍ରୀ ସାମିଲ ହେବେ । ଏହାପରେ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁରରେ ପହଞ୍ଚିବେ । ପୂର୍ବାହ୍ନ 1ଟା 45ରୁ 2ଟା 45 ପର୍ଯ୍ୟନ୍ତ ବ୍ରହ୍ମପୁର ସହରର ବିବେକ ବିହାରରେ ଆୟୋଜିତ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବେ ।

ସେଠାରୁ ଅପରାହ୍ନ 3ଟାରେ ସ୍ଵତନ୍ତ୍ର ହେଲିକପ୍ଟର ମାଧ୍ୟମରେ ମୟୂରଭଞ୍ଜ ଅଭିମୁଖେ ବାହାରିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ । ଅପରାହ୍ନ 3ଟା 30ରେ ମୟୂରଭଞ୍ଜ ଜିଲ୍ଲା ଅମର୍ଦା ଏୟାରଷ୍ଟ୍ରିପରେ ପହଞ୍ଚି ଅପରାହ୍ନ 4ଟାରୁ 5ଟା ପର୍ଯ୍ୟନ୍ତ ବିଜେପିର କୋର୍ କମିଟି ବୈଠକରେ ଯୋଗ ଦେବେ । ଏହାପରେ ରାଜନାଥ ସିଂହ 5ଟା 30ରେ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ଦିଲ୍ଲୀ ଫେରିଯିବାର ସୂଚନା ମିଳିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.