ETV Bharat / politics

ରାଜନାଥ ସିଂଙ୍କ ମାରାଥନ ପ୍ରଚାର: ଧର୍ମେନ୍ଦ୍ରଙ୍କ ପାଇଁ ମାଗିଲେ ଭୋଟ, ମୋଦିଙ୍କୁ ପ୍ରଶଂସାରେ ପୋତିଲେ - Rajnath Singh Campaign For BJP - RAJNATH SINGH CAMPAIGN FOR BJP

Rajnath Singh Campaign For BJP: ସମ୍ବଲପୁର ଓ କେନ୍ଦୁଝରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପ୍ରଚାର । ମୋଦିଙ୍କ ନେତୃତ୍ବର ପ୍ରଶଂସା କରିବା ସହ ଓଡିଶାରେ ଆଶାନୁରୂପକ ବିକାଶ ନ ହେବାକୁ ନେଇ ବିଜେଡିକୁ ଟାର୍ଗେଟ କଲେ ରାଜନାଥ । ଅଧିକ ପଢନ୍ତୁ

Rajnath Singh Campaign For BJP
Rajnath Singh Campaign For BJP (ETV Bharat Odisha)
author img

By ETV Bharat Odisha Team

Published : May 19, 2024, 10:19 PM IST

Rajnath Singh Campaign For BJP (ETV Bharat Odisha)

ସମ୍ବଲପୁର/କେନ୍ଦୁଝର: ଓଡିଶାରେ ମାରାଥନ ଗସ୍ତରେ ଆସିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜି ସେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ନାକଟିଦେଉଳ ବ୍ଲକର ଜଗନ୍ନାଥପ୍ରସାଦ ଖେଳ ପଡିଆରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ବିଜେପି ପାଇଁ ପ୍ରଚାର କରିଛନ୍ତି । ଏହି ଅବସରରେ ସେ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରକୁ ଟାର୍ଗେଟ କରିବା ସହ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ରାଜ୍ୟ ସରକାର ଓଡ଼ିଶାରେ ଲାଗୁ ହେବାକୁ ଦେଉନାହାନ୍ତି ବୋଲି କହିଥିଲେ । ଏହାବ୍ୟତୀତ ବିଗତ 10 ବର୍ଷ ଭିତରେ କେନ୍ଦ୍ର ମୋଦି ସରକାର ଅମଳରେ ଦେଶ ସୁଦୃଢ, ସୁରକ୍ଷିତ ହେବା ସହ ଦେଶରେ ଦ୍ରୁତ ଆର୍ଥିକ ଅଭିବୃଦ୍ଧି ହୋଇଥିବା ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ । ଅନ୍ୟପଟେ ବିଗତ 24 ବର୍ଷ ମଧ୍ୟରେ ଓଡ଼ିଶାରେ ବିଜେଡି ସରକାର ଅମଳରେ ଯେଉଁଭଳି ଭାବରେ ବିକାଶ ହେବା କଥା ହୋଇପାରି ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।

ମୋଦିଙ୍କ ନେତୃତ୍ବକୁ ଆଜି ବିଶ୍ବ ପ୍ରଶଂସା କରୁଛି । ପୂର୍ବର ଭାରତର ସ୍ଥିତି ଆଉନାହିଁ । ଏବେ ବିଶ୍ବ ଭାରତକୁ ଦେଖୁଛି । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ଛବି ପୁରା ବଦଳି ଯାଇଛି । ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇପାରୁନାହିଁ । ଫଳରେ ଗରିବ ଲୋକେ ଉନ୍ନତ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି । ଆମ ସରକାର ଯାହା କହିଛି ତଥା କରିକି ଦେଖେଇଛି । ଦେଶରେ ଆମ ସରକାର ତିନି ତଲାକ ବିଲ ଆଣିଥିବା ବେଳେ ଜାମ୍ମୁ କାଶ୍ମୀରରୁ 370କୁ ହଟାଯାଇଛି । ତାହା ସହ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଢ଼ାଖୋଲ ବିଜେପି ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର ତଥା ବିଜେପିର ବରିଷ୍ଠ ନେତା ପ୍ରମୋଦ ରଥଙ୍କ ସହ ବହୁ ବିଜେପି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ... ପାଣ୍ଡିଆନଙ୍କୁ ଅପରାଜିତାଙ୍କ ଜବାବ, ୧୨ଜଣ ସାଂସଦଙ୍କ ରିପୋର୍ଟ କାର୍ଡ ରଖନ୍ତୁ - Aparajita Targets Pandian

ସେହିପରି ଆଜି କେନ୍ଦୁଝର ସଂସଦୀୟ କ୍ଷେତ୍ର ପାଟଣା ନିର୍ବାଚନ ମଣ୍ଡଳୀର ଅସନପାଟ ଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ମହାସମାବେଶରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହେଲିକପ୍ଟର ଯୋଗେ ଅପରାହ୍ନ ୨.୩୦ରେ ଆସି ପହଞ୍ଚିଥିଲେ । ପହଞ୍ଚିବା ପରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ନେଇ ଜନତାଙ୍କୁ ଅବଗତ କରାଇଥିଲେ । ଏହାପରେ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତି ନେଇ ବର୍ଷିଥିଲେ ରାଜନାଥ ସିଂହ ।

ଭଣ୍ଡାର ଘର ଚାବି, ଗରିବ ମାରଣ ନୀତି, ଆବାସ ଯୋଜନା ହରିଲୁଟ ନେଇ ଆଦି ନୀତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ରାଜନାଥ ସିଂହ । ଏଥର ସାଂସଦ ପ୍ରାର୍ଥୀ ଅନନ୍ତ ନାଏକ, ପାଟଣା ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାୟକ ଓ ଚମ୍ପୁଆ ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମାଙ୍କୁ ଜିତାଇ ଆଣିବାକୁ ଅନୁରୋଧ କରିଥିଲେ ରାଜନାଥ ସିଂହ । ଏଥର ଅନନ୍ତ ନାଏକ ଜିତିଲେ କେନ୍ଦ୍ରମନ୍ତ୍ରୀ ହେବା ନେଇ ପ୍ରତିଶ୍ରୁତି ଦେଇଥିଲେ ରାଜନାଥ ସିଂହ । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ରାଧାକାନ୍ତ ମହାନ୍ତ ପରିଚାଳନା କରୁଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କୋଡ଼ିଏ ହଜାରରୁ ଉର୍ଦ୍ଧ୍ବ ଲୋକ ଯୋଗ ଦେଇଥିଲେ ।

ଇଟିଭି ଭାରତ, ସମ୍ବଲପୁର/କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.