ETV Bharat / politics

ସୁଖୁ ସରକାର ପାଇଁ ବଢିଲା ଅଡୁଆ, ଜୁନ ପହିଲାରେ ହିମାଚଳର 6 ବିଧାନସଭା ଆସନରେ ଉପନିର୍ବାଚନ - Himachal assembly

Bypolls to six Himachal assembly seats: ହିମାଚଳରେ ସୁଖୁଙ୍କ ନେତୃତ୍ବାଧୀନ ସରକାର ପାଇଁ ବଢିଲା ଅଡୁଆ । ଜୁନ ପହିଲାରେ ହିମାଚଳର 6 ବିଧାନସଭା ଆସନରେ ଉପନିର୍ବାଚନ । କ୍ରସଭୋଟିଂ କାରଣରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି 6 କଂଗ୍ରେସ ବିଧାୟକ । ଅଧିକ ପଢନ୍ତୁ

ସୁଖୁଙ୍କ ପାଇଁ ବଢିଲା ଅଡୁଆ, ଜୁନ ପହିଲାରେ 6 ବିଧାନସଭା ଆସନରେ ଉପନିର୍ବାଚନ

author img

By ETV Bharat Odisha Team

Published : Mar 16, 2024, 9:41 PM IST

ନୂଆଦିଲ୍ଲୀ/ଶିମଲା: ଆଜି ଲୋକସଭା ନିର୍ବାଚନ ସହ 4 ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଏହା ସହ ଦେଶର ବିଭିନ୍ନ ରାଜ୍ୟରେ 26 ବିଧାନସଭା ଆସନରେ ମଧ୍ୟ ଉପନିର୍ବାଚନ ଘୋଷଣା କରାଯାଇଛି । ଏହିକ୍ରମରେ ହିମାଚଳ ପ୍ରଦେଶରେ ଶାସନରେ ଥିବା ସୁଖବିନ୍ଦର ସିଂ ସୁଖୁଙ୍କ ସରକାରର ଅଡୁଆ ବଢିବାକୁ ଯାଉଛି । କାରଣ ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ବିପ ଉଲ୍ଲଙ୍ଘନ ସହ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ କ୍ରସଭୋଟିଂ କରି ସଭ୍ୟପଦ ହରାଇଥିବା 6 ବିଧାୟକଙ୍କ ଆସନରେ ମଧ୍ୟ ଉପନିର୍ବାଚନ ଘୋଷଣା ହୋଇଛି । ଯାହା ସୁଖୁ ସରକାର ପ୍ରତି ସଂଖ୍ୟା ବହୁମତର ସଙ୍କଟ ସୃଷ୍ଟି କରିପାରେ । ଜୁନ ପହିଲା ଅର୍ଥାତ ଶେଷ ପର୍ଯ୍ୟାୟରେ ହିମାଚଳ ପ୍ରଦେଶର 6 ଆସନରେ ଉପନିର୍ବାଚନ ମଧ୍ୟ ଘୋଷଣା କରାଯାଇଛି ।

ଦେଶରେ ମୋଟ 26 ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ହିମାଚଳ ପ୍ରଦେଶର 6 ଆସନ ରହିଛି । ଏହି ଆସନ ଗୁଡିକ ମଧ୍ୟରେ ଲାହଲ ଏବଂ ସ୍ପିଟି, ଧର୍ମଶାଳା, ସୁଜନପୁର, ବର୍ସର, ଗାଗ୍ରେଟ୍ ଏବଂ କୁଟଲେହାର ଆସନ ରହିଛି । ହିମାଚଳ ପ୍ରଦେଶ ବିଧାନସଭାରେ ମୋଟ 68 ଆସନ ଥିବା ବେଳେ 2022 ରେ କଂଗ୍ରେସ 40 ଆସନ ଜିତି ସରକାର ଗଠନ କରିଥିଲା । ରାଜ୍ୟରେ ସରକାର ଗଠନ ପାଇଂ ସଂଖ୍ୟାବହୁମତ ରହିଛି 34 । ଚଳିତ ରାଜ୍ୟସଭା ନିର୍ବାଚନରେ କଂଗ୍ରେସର 6 ବିଧାୟକ କ୍ରାସଭୋଟିଂ କରି ପଦରୁ ବହିସ୍କୃତ ହୋଇଛନ୍ତି । ଏହା ବିରୋଧରେ ସେମାନେ ସର୍ବୋଚ୍ଚ କୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି । ତେବେ ଏହି ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ହେବା ପରେ ଶାସକ କଂଗ୍ରେସର ସଂଖ୍ୟା 34କୁ ଖସିଛି । ସରକାର ଜାରି ରହିଥିଲେ ସୁଦ୍ଧା ସଂଖ୍ୟା ହ୍ରାସ ପାଇଲେ ପତନ ହେବାର ଆଶଙ୍କା ମଧ୍ୟ ରହିଛି । ଅନ୍ୟପଟେ ବିରୋଧୀ ବିଜେପି ନିକଟରେ ଏବେ ମୋଟ 25 ବିଧାୟକ ରହିଛନ୍ତି । ଅନ୍ୟ କିଛି ସ୍ବାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ବିଜେପି ସହ ଥିବା ମଧ୍ୟ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ :- ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ବନ୍ଧା ହେଲେ ବିଆରଏସ ନେତ୍ରୀ କବିତା

ତେବେ ଏହି ରାଜ୍ୟସଭା ନିର୍ବାଚନ ଓ ସଦସ୍ୟଙ୍କ ପଦ ରଦ୍ଦ ସମୟରେ ବିଜେପି ମଧ୍ଯ ରାଜ୍ଯରେ ଆସ୍ତାଭୋଟ ଦାବିରେ ରାଜ୍ଯପାଳକୁ ଭେଟିଥିଲା । ତେଣୁ ଏହି 6 ଆସନରେ ଉପନିର୍ବାଚନରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଓ କେତେ ଆସନ ଜିତିବ ତା ଉପରେ ସରକାରଙ୍କ ଅସ୍ଥିତ୍ବ ନିର୍ଭର କରୁଛି । କାରଣ ଯଦି କେହି ଦଳୀୟ ବିଧାୟକ ପାର୍ଟି ବଦଳାଇ ବିଜେପିରେ ସାମିଲ ହୁଅନ୍ତି, ତେବେ ସରକାର ପତନ ପ୍ରାୟତଃ ନିଶ୍ଚିତ ବୋଲି କୁହାଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.