ETV Bharat / politics

ଟିକେଟକୁ ନେଇ ବିଜେପିରେ ଥମୁନି ବିବାଦ, ଗୋଟେପଟେ ବିରୋଧ ଆଉ ଗୋଟେ ପଟେ ଶକ୍ତି ପ୍ରଦର୍ଶନ - BJP Ticket Dispute

author img

By ETV Bharat Odisha Team

Published : Apr 6, 2024, 8:05 PM IST

BJP Ticket Dispute: ଟିକେଟ ଭାଗବଣ୍ଟାକୁ ନେଇ ବିଜେପିରେ ବଢିବାରେ ଲାଗିଛି ବିବାଦ । ଗୋଟେ ପଟେ ବିରୋଧ ଆଉ ଗୋଟେ ପଟେ ଶକ୍ତି ପ୍ରଦର୍ଶନ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଟିକେଟ୍ ବଣ୍ଟାକୁ ନେଇ ବିଜେପିରେ ଏବେ ବି ଥମୁନି ବିବାଦ । ଗୋଟେ ପଟେ ବିରୋଧ ଆଉ ଗୋଟେ ପଟେ ଶକ୍ତି ପ୍ରଦର୍ଶନ । ଆଜି ସ୍ମୃତି ରେଖା ନିଜ ସମର୍ଥକଙ୍କ ସହିତ ରାଲି କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଲଗାତାର ସାତ ଦିନ ଧରି ଏହି ବିରୋଧ ଲାଗି ରହିଛି । ଯେଉଁମାନେ ବିଜେପି ଟିକେଟ ପାଇଁ ଆଶାୟୀ ଥିଲେ ସେମାନଙ୍କୁ ମିଳି ନ ଥିବାରୁ ସେମାନେ ପାର୍ଟି ଅଫିସ ସମ୍ମୁଖରେ ନାରାବାଜି କରିଥିବା ଦେଖିବାକୁ ମିଳିଛି ।

ବିଜେପି ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ଏପରି ଦେଖିବାକୁ ମିଳିଛି । ପ୍ରଥମେ ଆରମ୍ଭ ହୋଇଥିଲା ଯାଜପୁର ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ । ଆଶାୟୀ ପ୍ରାର୍ଥୀ ଥିଲେ ହିମାଂଶୁ ସାହୁ ହେଲେ ଟିକେଟ ପାଇଲେ ସ୍ମୃତି ରେଖା । ଦେଖିବାକୁ ଗଲେ ସ୍ମୃତି ରେଖା ବିଜେପିରେ ବହୁ ଦିନରୁ ସକ୍ରିୟ ଥିଲେ । ହେଲେ ହିମାଂଶୁ ସାହୁ ଏବେ ଏବେ ଦଳରେ ସାମିଲ ହୋଇଥିଲେ । ଟିକେଟ ନ ମିଳିବା ପରେ ହିମାଂଶୁଙ୍କ ସମର୍ଥକମାନେ ଦୁଇ ଦିନ ଧରି ରାଜ୍ୟ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଦିନ ରାତି ବସିଥିଲେ । କିନ୍ତୁ ସେମାନଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ବୁଝାସୁଝା କରିବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ ।

ଏହା ବି ପଢନ୍ତୁ- ତେଜୁଛି ଟିକେଟ ବିବାଦ: ସନ୍ଧ୍ୟାରୁ ରାତିଯାଏ ବିଜେପି କାର୍ଯ୍ୟାଳୟରେ ହାଇଡ୍ରାମା

ସେପଟେ ମହାକାଳପଡ଼ା ପ୍ରାର୍ଥୀ ପାଇଁ ଅସନ୍ତୁଷ୍ଟ କର୍ମୀମାନେ ବିଜେପି ଅଫିସ ଘେରାଉ କରିଥିଲେ । ସେହିପରି ଆଜି ଭୁବନେଶ୍ବର ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ନେଇ ସ୍ଥାନୀୟ ଅଞ୍ଚଳର ବିଜେପି ନେତା ଓ କର୍ମୀମାନେ ଅସନ୍ତୁଷ୍ଟ ଅଛନ୍ତି । ଢାଲି ହଟାଓ ବ୍ୟାନର ଧରି ଶୋଭାଯାତ୍ରାରେ ଆସି ରାଜ୍ୟ କାର୍ଯ୍ୟାଳୟରେ ନାରାବାଜି କରିଛନ୍ତି । ବିଜେଡି ଛାଡି ବିଜେପିରେ ମିଶିଥିବା ଅରବିନ୍ଦ ଢାଲିଙ୍କୁ ଜୟଦେବରୁ ପ୍ରାର୍ଥୀ କରିଛି ବିଜେପି । ଢାଲିଙ୍କ ଟିକେଟ କାଟି ତୃଣମୂଳସ୍ତରରେ ସଂଗଠନ କରୁଥିବା ସତ୍ୟପ୍ରୀୟ ବେହେରାଙ୍କୁ ପ୍ରାର୍ଥୀ କରିବା ପାଇଁ ଜୟଦେବ ନିର୍ବାଚନ ମଣ୍ଡଳୀର ଲୋକମାନେ ଦାବି କରିଛନ୍ତି ।

କିଛିଦିନ ତଳେ ଖୋର୍ଦ୍ଧା ବିଜେପି ନେତା କାଳୁ ଖଣ୍ଡାୟତ ରାୟଙ୍କ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜୟଶ୍ରୀରାମ ନାରା ଦେଇ ସମର୍ଥକ ପାର୍ଟି ଅଫିସରେ ହୋହଲ୍ଲା କରିଥିଲେ । ଖୋର୍ଦ୍ଧା ଅଞ୍ଚଳରେ ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ ନଦେବାକୁ ଦାବି କରି ବିରୋଧ କରିଥିଲେ ବିଜେପି କର୍ମୀ । ସେହିପରି ସୋର ନିର୍ବାଚନ ମଣ୍ଡଳୀ କଥା ଦେଖିବାକୁ ଗଲେ ବିଜେପି ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିଛି । ଚର୍ଚ୍ଚା ହେଉଛି ବିଜେପି ଏହାକୁ ବଦଳାଇ ପାରେ ହେଲେ ରାଜେନ୍ଦ୍ର ଦାସ ଏହାକୁ ଖଣ୍ଡନ କରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠେ ବିଜେପି କଣ ଯେଉଁଠି ଅସନ୍ତୁଷ୍ଟ ଅଛନ୍ତି ସେଠାରେ କଣ ବଦଳିବ କି ପ୍ରାର୍ଥୀ ?

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.