ETV Bharat / politics

‘ମୋ ପୁଅ ନିର୍ବାଚନ ହାରିବା ଜରୁରୀ’: ବିଜେପିରୁ ପ୍ରାର୍ଥୀ ହୋଇଥିବା ପୁଅ ପ୍ରତି କଠୋର ହେଲେ ଆଣ୍ଟୋନି - AK Antony Wishes Son to Loses poll

author img

By ETV Bharat Odisha Team

Published : Apr 9, 2024, 7:49 PM IST

Congress Veteran AK Antony Wishes His Son to Loses Elections: ବିଜେପିରୁ ପ୍ରାର୍ଥୀ ହୋଇଥିବା ପୁଅକୁ ନିର୍ବାଚନ ହାରିବାକୁ ଶୁଭେଚ୍ଛା ଦେଲା ବରିଷ୍ଠ କଂଗ୍ରେସ ନେତା ଏ.କେ ଆଣ୍ଟୋନି । ଅଧିକ ପଢନ୍ତୁ

‘ମୋ ପୁଅ ନିର୍ବାନଚ ହାରିବା ଜରୁରୀ’: ବିଜେପିରୁ ପ୍ରାର୍ଥୀ ହୋଇଥିବା ପୁଅ ପ୍ରତି କଠୋର ହେଲେ ଆଣ୍ଟୋନି

ଥିରୁଅନନ୍ତପୁରମ: ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇ ଚଳିତଥର ଲୋକସଭା ନିର୍ବାଚନ ଲଢୁଥିବା ପୁଅ ପ୍ରତି କଠୋର ହେଲେ ଭେଟେରାନ କଂଗ୍ରେସ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ ଆଣ୍ଟୋନି । ନିଜ ପୁଅ ଏଥର ନିର୍ବାଚନ ହାରିବା ଉଚିତ ବୋଲି ଆଣ୍ଟୋନି କହିଛନ୍ତି । ଆଣ୍ଟୋନିଙ୍କ ପୁଅ ଅନୀଲ ଆଣ୍ଟୋନି କିଛି ମାସ ପୂର୍ବେ ବିଜେପିରେ ସାମିଲ ହୋଇଥିଲେ । ସେ ଏହିଥର ଭାଜପା ଟିକେଟରେ କେରଳର ପଠାନାମଥୀତା ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ମଧ୍ଯ ଲଢୁଛନ୍ତି । ମାତ୍ର ବାପା ଆଣ୍ଟୋନି ସେ ପରାଜିତ ହେବା ଉଚିତ ଓ ପୁଅର ପ୍ରତିଦ୍ବନ୍ଦ୍ବୀ ତଥା କଂଗ୍ରେସ ପ୍ରାର୍ଥୀ ଆଣ୍ଟୋ ଆଣ୍ଟୋନୀ ବିଜୟୀ ହେବା ଜରୁରୀ ବୋଲି କହିଛନ୍ତି ।

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ସହ କେନ୍ଦ୍ରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିବା ଏହି କଂଗ୍ରେସ ଭେଟେରାନ ଆଜି ନିଜ ନିରବତା ଭାଙ୍ଗି ପ୍ରତିକ୍ରିୟା ରଖିଛନ୍ତି । ପୁଅ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ଓ ନିର୍ବାଚନ ଲଢିବା ପ୍ରସଙ୍ଗରେ ଆଣ୍ଟୋନି କହିଛନ୍ତି, ତାଙ୍କ ପାଇଁ ପରିବାର ଓ ରାଜନୀତି ଦୁଇଟି ଭିନ୍ନ କ୍ଷେତ୍ର । ସେ ଛାତ୍ର ଜୀବନରୁ କଂଗ୍ରେସ ସହ ଜଡିତ । ତାଙ୍କର ଧର୍ମ ହେଉଛି କଂଗ୍ରେସ । ଏଥର ନିର୍ବାଚନ ହେଉଛି ‘କର ବା ମର’ ସ୍ଥିତି । ବିଜେପି ଟିକେଟରେ ପ୍ରାର୍ଥୀ ହୋଇଥିବା ପୁଅ ଅନୀଲ ଚଳିତ ନିର୍ବାଚନ ହାରିବା ଜରୁରୀ । ତାଙ୍କ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଆଣ୍ଟୋ ଆଣ୍ଟୋନୀ ବିଶାଳ ବ୍ୟବଧାନରେ ବିଜୟୀ ହେବା ଉଚିତ । ତେବେ ସେ କିଛି ସ୍ବାସ୍ଥଗତ କାରଣ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଯାଇନାହାନ୍ତି । ମାତ୍ର କଂଗ୍ରେସ ପ୍ରାର୍ଥୀ ହିଁ ଜିତିବା ଉଚିତ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ବଢିଲା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସୁରକ୍ଷା, ମିଳିଲା Z ସିକ୍ୟୁରିଟି କଭର - Z Security Cover to CEC Rajiv Kumar

କଂଗ୍ରେସରେ ନିଜର ସମଗ୍ର ରାଜନୈତିକ ଜୀବନ କାର୍ଯ୍ୟରତ ରହିଥିବା ଏ.କେ ଆଣ୍ଟୋନୀଙ୍କ ପୁଅ ଅନୀଲ ଏବେ ଭାରତୀୟ ଜନତା ପାର୍ଟିରେ ସକ୍ରିୟ ରହିଛନ୍ତି । ବିଜେପି ତାଙ୍କୁ ଚଳିତଥର ପଠାନାମଥୀତା ସଂସଦୀୟ କ୍ଷେତ୍ରରୁ ଟିକେଟ ମଧ୍ୟ ଦେଇଛି । ତାଙ୍କ ବିରୋଧରେ କଂଗ୍ରେସର ବର୍ତ୍ତମାନ ସାଂସଦ ଆଣ୍ଟୋ ଆଣ୍ଟୋନୀ ପ୍ରାର୍ଥୀ ହୋଇଛନ୍ତି । କେରଳରେ କଂଗ୍ରେସର ସ୍ଥିତି ଅନ୍ୟ ରାଜ୍ୟ ଅପେକ୍ଷା ସାମାନ୍ୟ ଭଲ ରହିଛି । ପାର୍ଟିର ଚର୍ଚ୍ଚିତ ନେତା ରାହୁଲ ଗାନ୍ଧୀ ମଧ୍ୟ ପୂର୍ବପରି ଓ୍ବାଇନାଡ ସଂସଦୀୟ ଆସନରୁ ନିର୍ବାଚନ ଲଢୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.