ETV Bharat / politics

କଂଗ୍ରେସ ପ୍ରଭାରୀଙ୍କ ସହ ମୋକିମ-ଚିରଞ୍ଜିବୀ ଭେଟଘାଟ, ହଟିବ ନିଲମ୍ବନ !

Congress to withdraw suspension on Senior leaders : ନୂଆ ପ୍ରଭାରୀ ଆସିବା ପର ଠାରୁ ଆକ୍ସନମୋଡରେ ରାଜ୍ୟ କଂଗ୍ରେସ । ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜିବୀ ବିଶ୍ବାଳଙ୍କ ଉପରେ ହଟିପାରେ ନିଲମ୍ବନ । ଅଧିକ ପଢନ୍ତୁ

କଂଗ୍ରେସ ପ୍ରଭାରୀଙ୍କ ସହ ମୋକିମ-ଚିରଞ୍ଜିବୀ ଭେଟଘାଟ , ହଟିବ ନିଲମ୍ବନ !

author img

By ETV Bharat Odisha Team

Published : Jan 22, 2024, 10:59 PM IST

କଂଗ୍ରେସ ପ୍ରଭାରୀଙ୍କ ସହ ମୋକିମ-ଚିରଞ୍ଜିବୀ ଭେଟଘାଟ , ହଟିବ ନିଲମ୍ବନ !

ଭୁବନେଶ୍ବର : ନୂଆ ପ୍ରଭାରୀ ଆସିବା ପର ଠାରୁ ଆକ୍ସନମୋଡରେ ରାଜ୍ୟ କଂଗ୍ରେସ । ଦଳକୁ ଜଣ ଜଣ କରି ଫେରୁଛନ୍ତି ପୁରୁଖା ନେତା । ତେବେ ବିଗତ ଦିନରେ କଂଗ୍ରେସରୁ ନିଲମ୍ବିତ ହୋଇଥିବା ୨ ବରିଷ୍ଠ ନେତା ମହମ୍ମଦ ମୋକିମ ଓ ଚିରଞ୍ଜିବୀ ବିଶ୍ବାଳ ପୁଣି ଦଳକୁ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି । ଏନେଇ ସଂକେତ ଦେଇଛନ୍ତି ଓଡିଶା କଂଗ୍ରେସ ପ୍ରଭାରୀ ଡ଼ ଅଜୟ କୁମାର । ଆଜି ଭୁବନେଶ୍ବରରେ ଷ୍ଟେଟ ଗେଷ୍ଟ ହାଉସ ରେ ଦୁଇ ନିଲମ୍ବିତ ନେତା ଚିରଞ୍ଜୀବ ଓ ମୋକିମଙ୍କ ସହ ପ୍ରଭାରୀ ଅଜୟ କୁମାରଙ୍କ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା ।

ଆସନ୍ତାକାଲି ଅନେକ ଗୁଡିଏ ବିଷୟକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯିବ ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ । ତେବେ ନିଲମ୍ବନ ଉଠିବା ନେଇ ସିଧାସଳଖ ନ କହିଥିଲେ ମଧ୍ୟ ଦେଶ ତଥା ରାଜ୍ୟ କୁ ଦୁର୍ନୀତିଗ୍ରସ୍ତ ଦଳ କବଳରୁ ମୁକ୍ତ କରିବାକୁ ଚାହୁଁଥିବା କର୍ମୀ ଙ୍କୁ ଦଳ ରେ ସାମିଲ କରାଯିବ ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ । ଏହା ସହ ସିଧାସଳଖ ଉଭୟ ବିଜେପି ଓ ବିଜେଡି ବିରୋଧ ରେ ସେ ବର୍ଷିଛନ୍ତି ।

ସେହିପରି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଯେ ସେ ଓ ଚିରଞ୍ଜୀବୀ ବିଶ୍ବାଳ କଂଗ୍ରେସ ପ୍ରଭାରୀ ଡ଼ ଅଜୟ କୁମାରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଯାଇଥିଲେ । ରାଜ୍ୟ ରେ ଦଳୀୟ ସ୍ଥିତି, ନିର୍ବାଚନ ପୂର୍ବରୁ ସଂଗଠନ ,କାର୍ଯ୍ୟକର୍ତା ନେଇ ମଧ୍ୟ ଆଲୋଚନା ହୋଇଛି ବୋଲି ସୂଚନା ଦେଇଛନ୍ତି ବିଧାୟକ ମହମ୍ମଦ ମୋକିମ । ଆଗରୁ ମଧ୍ୟ ଦଳରେ ଥିଲେ, ଏବେ ମଧ୍ୟ ଦଳ ସହିତ ଅଛନ୍ତି ବୋଲି କହିଛନ୍ତି ମୋକିମ । ତେବେ ନିଲମ୍ବନ ଉଠାଇବାର ନିଷ୍ପତ୍ତି ଦଳ ଉପରେ ଛାଡିଛନ୍ତି ମୋକିମ ।

ଏହା ମଧ୍ୟ ପଢନ୍ତୁ .... IAS ସ୍ତରରେ ବଡଧରଣର ଅଦଳବଦଳ; ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ବଦଳିଲେ ୧୭ ଜିଲ୍ଲାପାଳ

ଆଗକୁ ନିର୍ବାଚନ ଆସୁଥିବାରୁ ଆରମ୍ଭ ହୋଇଛି, ଘର ସଜଡ଼ା । ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଆଣିବାକୁ ପ୍ରଭାରୀଙ୍କ ପକ୍ଷରୁ ଏକ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । ଅତୀତରେ ମନାନ୍ତର ଏବଂ ମତାନ୍ତର ନେଇ ଦଳ ଛାଡି ଥିବା କଂଗ୍ରେସ ର ବରିଷ୍ଠ ନେତା ମାନେ ଏବେ କଂଗ୍ରେସ ମୁଁହା । ସେହିକ୍ରମରେ ଦଳକୁ ଏକାଠି କରି ତୃଣମୁଳ ସ୍ତରରେ ସୁଦୃଢ଼ କରିବାକୁ ପ୍ଲାନ ପ୍ରସ୍ତୁତ କରିଛନ୍ତି ପ୍ରଭାରୀ ଅଜୟ କୁମାର ।

ପୂର୍ବରୁ ଭୁବନେଶ୍ବରରେ ଏକ ସଭାରେ ଦଳ ବିରୋଧୀ ମନ୍ତବ୍ୟ ଦେଇ ଦଳରୁ ନିଲମ୍ବିତ ହୋଇଥିଲେ ମୋକିମ ଏବଂ ଚିରଞ୍ଜିବୀ । ମୋକିମ ଏବଂ ଚିରଞ୍ଜିବୀ ଙ୍କ ନିଲମ୍ଵନ ପରେ କଂଗ୍ରେସ ଭବନ ଏବଂ ବିଭିନ୍ନ ସ୍ଥାନରେ ତାଙ୍କ ସମର୍ଥକ ମାନେ ବିରୋଧ ପ୍ରଦର୍ଶନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.